Below header

ଏଠାରେ ମିଳୁଛି ମୋଦି ଇଡିଲି, ମାତ୍ର ୧୦ ଟଙ୍କାରେ ୪ଟା ଇଡିଲି ସହିତ ସମ୍ବର

ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା ସମଗ୍ର ବିଶ୍ୱରେ ପରିଚିତ। ଅଧିକାଂଶ ଦେଶରେ ତାଙ୍କୁ ଜଣେ ଦକ୍ଷ ନେତା ଭାବେ ବହୁତ ପସନ୍ଦ କରନ୍ତି । କେବଳ ଭାରତ ନୁହେଁ ବରଂ ସାରା ବିଶ୍ୱରେ ତାଙ୍କ ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ତାମିଲନାଡୁର ସେଲମ ସହରରେ ତାଙ୍କ ନାଁରେ ଇଡ଼ଲି ବିକ୍ରି କରିବାକୁ ପ୍ରସ୍ତୁତି ଚାଲିଛି । ଏହି ଇଡ଼ଲିକୁ ନାଁ ଦିଆଯାଇଛି ‘ମୋଦି ଇଡ଼ଲି’ । ସେଲମ ସହରରେ ପୂର୍ବରୁ ୨୨ ଦୋକାନରେ ଏହି ଇଡ଼ଲି ଉପଲବ୍ଧ ହେବ । ଏହାପରେ ବିକ୍ରି ହିସାବରେ ଦୋକାନ ସଂଖ୍ୟା ବୃଦ୍ଧି କରାଯିବ ।

ସେଲମ ସହରରେ ମୋଦିଙ୍କ ନାଁରେ ଇଡ଼ଲି ବିକ୍ରି କରିବା ପ୍ରସ୍ତୁତି ଜୋରସୋରରେ ଚାଲିଛି । ସହରର ସବୁଆଡେ ପୋଷ୍ଟର ମଧ୍ୟ ଲଗାଯାଇଛି । ଏହି ମୋଦି ଇଡ଼ଲିର ଦାମ ୧୦ ଟଙ୍କା ଧାର୍ଯ୍ୟ କରାଯାଇଛି । ୧୦ ଟଙ୍କାରେ ୪ଟି ଇଡ଼ଲି ଦିଆଯିବ । ଇଡ଼ଲି ସହ ସମ୍ବର ମଧ୍ୟ ଦିଆଯିବ ।

idli

ତାମିଲନାଡୁ ସେଲମ ସହରରେ ମୋଦି ଇଡ଼ଲି ବିକ୍ରି କରିବାର ବିଚାର ରାଜ୍ୟର ବିଜେପି ନେତା ମହେଶଙ୍କର ନେଇଛନ୍ତି । ସେ ସହରରେ ପୋଷ୍ଟର ମଧ୍ୟ ଲଗାଇଛନ୍ତି । ପୋଷ୍ଟରରେ ଲେଖାଯାଇଛି ମହେଶ ପ୍ରସ୍ତୁତ କରୁଛନ୍ତି ମୋଦି ଇଡ଼ଲି । ୧୦ ଟଙ୍କାରେ ସମ୍ବର ସହ ୪ଟି ଇଡ଼ଲି । ସମ୍ବର ସହିତ ଅତ୍ୟାଧୁନିକ ଉପକରଣରେ ତିଆରି କରାଯିବ । ପ୍ରତିଦିନ ପାଖାପାଖି ୪୦ ହଜାର ଇଡ଼ଲି ତିଆରି କରାଯିବ। ମୋଦି ଇଟିଲି ଆଗାମୀ ସପ୍ତାହରୁ ଆରମ୍ଭ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.