ଶିବଙ୍କ ପାଖରେ କରନ୍ତୁ ଏହି ପ୍ରାର୍ଥନା, ସଫଳ ହେବ ଆପଣଙ୍କ ମନସ୍କାମନା

ଭଗବାନ ଶଙ୍କର ନିଜ ଭକ୍ତର ଭକ୍ତିରେ ଖୁବ୍‌ ଜଲଦି ପ୍ରସନ୍ନ ହେବା ସହ ଭକ୍ତର ମନସ୍କାମନା ପୂରଣ କରିଥାନ୍ତି। ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଏଭଳି କିଛି ମନ୍ତ୍ର ରହିଛି, ଯାହାକୁ ପ୍ରତ୍ୟେକ ଦିନ ଜପ କରିବା ଦ୍ୱାରା ମନସ୍କାମନା ପୂରଣ ହୋଇଥାଏ। ଶିବ ପୁରାଣରେ ଏଭଳି ଅନେକ ମନ୍ତ୍ର ବର୍ଣ୍ଣନା କରାଯାଇଛି, ଯାହା ମାନବ କଲ୍ୟାଣ ପାଇଁ ପ୍ରଭାବଶାଳୀ ହୋଇଥାଏ। କିନ୍ତୁ ଆଜି ଆପଣ ଏହି ସବୁ ମନ୍ତ୍ର ଜପ କରି ଦେବାଧିଦେବ ମହାଦେବଙ୍କୁ ପ୍ରସନ୍ନ କରିପାରିବେ।

ସବୁଠାରୁ ପ୍ରଭାବଶାଳୀ ମନ୍ତ୍ର: ମହାମୃତ୍ୟୁଞ୍ଜୟ ମନ୍ତ୍ର

shiv baba-ଏହି ମନ୍ତ୍ର ଜପ କରିବା ଦ୍ୱାରା ବୈଭବ ଏବଂ ଐଶ୍ୱର୍ଯ୍ୟର କାମନା ପୂରଣ ହୋଇଥାଏ। ଏହା ଏକ ଚମତ୍କାରୀ ମନ୍ତ୍ର, ଯାହାକୁ ପ୍ରତ୍ୟେକ ଦିନ ଜପ କରିବା ଦ୍ୱାରା କୁଣ୍ଡଳୀରେ ଥିବା ଦୋଷ ଦୂର ହୋଇଥାଏ।

ମହାମୃତ୍ୟୁଞ୍ଜୟ ମନ୍ତ୍ର- ‘ଓଁ ତ୍ରୟମ୍ବକଂ ୟଜାମହେ, ସୁଗନ୍ଧିଂ ପୃଷ୍ଟିବର୍ଧନଂ

                            ଉର୍ବାରୁକମିବ ବନ୍ଧନାନ୍‌ ମୃତ୍ୟୋମୋକ୍ଷିୟ ମାମୃତାତ୍‌।’

Shiva-Art-ଶିବ ପୂଜାର ସର୍ବମାନ୍ୟ ହେଉଛି ପଞ୍ଚାକ୍ଷର ମନ୍ତ୍ର ‘ଓଁ ନମଃ ଶିବାୟ’, ଯାହା ଆରମ୍ଭରେ ଓଁ ର ସଂଯୋଗରେ ଷଡାକ୍ଷର ହୋଇଥାଏ ଏବଂ ଭୋଳାନାଥଙ୍କୁ ଶୀଘ୍ର ପ୍ରସନ୍ନ କରିଥାଏ। ଏହି ମନ୍ତ୍ର ଶିବ ତଥ୍ୟ ଯାହା ସର୍ବଜ୍ଞ, ପରିପୂର୍ଣ୍ଣ ଏବଂ ସ୍ୱଭାବତଃ ନିର୍ମଳ ହୋଇଥାଏ। ‘ଓଁ ନମଃ ଶିବାୟ’ ମନ୍ତ୍ର ସମାହିତ ହେବା ପରେ ସମ୍ପୂର୍ଣ୍ଣ ଶାସ୍ତ୍ର ଜ୍ଞାନ ଏବଂ ଶୁଭକାର୍ଯ୍ୟର ଜ୍ଞାନ ସ୍ୱୟଂ ପ୍ରାପ୍ତ ହୋଇଥାଏ।

-ଘରେ ସୁଖ-ଶାନ୍ତି ରଖିବା ପାଇଁ ଏବଂ ଆର୍ଥିକ ସମସ୍ୟା ଦୂର କରିବା ପାଇଁ ଏହି ‘ଓଁ ହ୍ରିଂ ହ୍ରିଂ ନମଃ ଶିବାୟ’ ମନ୍ତ୍ର ଜପ କରନ୍ତୁ।

omm-ମହିଳାମାନଙ୍କ ପାଇଁ ସର୍ବୋତମ ମନ୍ତ୍ର ହେଉଛି ‘ଓଁ ପାର୍ବତୀପତୟେ ନମଃ’ । ଏହି ମନ୍ତ୍ର ଜପ କରିବା ଦ୍ୱାରା ଭଗବାନ ଭୋଳାନାଥଙ୍କ ସହ ମାତା ପାର୍ବତୀଙ୍କ ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହୋଇଥାଏ। ଏଥିସହ ବିବାହରେ ଦେଖାଯାଉଥିବା ସମସ୍ୟା ଦୂର ହୋଇଥାଏ।

-ଶିବ ଗାୟତ୍ରୀ ମନ୍ତ୍ର ‘ଓଁ ତତ୍‌ପୁରୁଷାୟ ବିଦ୍‌ମହେ, ମହାଦେବାୟ ଧୀମହି ତନ୍ନୋ ରୁଦ୍ରଃ ପ୍ରଚୋଦୟାତ୍‌’। ଏହି ଶିବ ଗାୟତ୍ରୀ ମନ୍ତ୍ର ପାଠ ସରଳ ଏବଂ ଅତ୍ୟନ୍ତ ପ୍ରଭାବଶାଳୀ