ମାଟ୍ରିକ୍‌ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଭଙ୍ଗା ଯାଉଥିବାରୁ ସୁରକ୍ଷା ଉପରେ କଡା ଆଭିମୁଖ୍ୟ ଗ୍ରହଣ କଲା ମାଧ୍ୟମିକ ଶିକ୍ଷା ପରିଷଦ, ଏପରି ଘଟଣା ଘଟିଲେ ଦାୟୀ ରହିବେ ସ୍କୁଲ କର୍ତ୍ତୃପକ୍ଷ

ଭୁବନେଶ୍ବର: ବୋର୍ଡକୁ ମାଟ୍ରିକ୍‌ ପରୀକ୍ଷା ସୁପରିଚାଳନା ଚିନ୍ତା । ପରୀକ୍ଷା ବେଳେ କିପରି କପି ରୋକାଯାଇପାରିବ ସେନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । ପରୀକ୍ଷା କେନ୍ଦ୍ରରେ ଲଗାଯାଇଥିବା ସିସିଟିଭି ଜାଣିଶୁଣି ଭଙ୍ଗା ଯାଉଥିବା ଅଭିଯୋଗ ସାମ୍ନାକୁ ଆସିଛି । ଆଗକୁ ଅନ୍ୟ ପରୀକ୍ଷା କେନ୍ଦ୍ରରେ ଲାଗିଥିବା ସିସିଟିଭି ନଷ୍ଟ କରିବା ଆଶଙ୍କା ରହିଛି । ତେଣୁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରାଯାଇଛି । ଆଗାମୀ ଦିନରେ ଏପରି ଘଟଣା ଘଟିଲେ ସ୍କୁଲ କର୍ତ୍ତୃପକ୍ଷ ଦାୟୀ ରହିବେ । ଏହା ସହ ସ୍କୁଲ କର୍ତ୍ତୃପକ୍ଷଙ୍କଠାରୁ ଅର୍ଥ ଆଦାୟ କରାଯିବ । ଏପରିକି ସେଠାରେ ପରୀକ୍ଷା ଦେଉଥିବା ସମସ୍ତ ପରୀକ୍ଷାର୍ଥୀଙ୍କ ରେଜଲ୍ଟ ସ୍ଥଗିତ ରଖାଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.