Below header

ଭାଇକୁ କେବେ ବି ଏହି ଦିଗରେ ବସାଇ ରାକ୍ଷୀ ବାନ୍ଧିବା ଉଚିତ ନୁହେଁ, ହୋଇଥାଏ ବହୁତ ଅଶୁଭ

ରାକ୍ଷୀ ପୂର୍ଣ୍ଣିମାରେ ଆଜି ବହୁତ ଶୁଭ ସଂଯୋଗ ରହିଛି। ଗୁରୁ ଏବଂ ଚନ୍ଦ୍ରମା ଯୋଗୁଁ କେସରୀ ଯୋଗ ହେଉଛି। ଏହା ସହିତ କୁମ୍ଭ ରାଶିରେ ଚନ୍ଦ୍ରମା ପ୍ରବେଶ କରିବା କ୍ଷଣି ମକର ରାଶିରେ ଶନି ସହିତ ବିଷ ଯୋଗ ମଧ୍ୟ ଆଜି ଶେଷ ହେଉଛି। ରାକ୍ଷୀ ପୂର୍ଣ୍ଣିମାରେ ବାସ୍ତୁ ଟିପ୍ସ ମଧ୍ୟ ଧ୍ୟାନରେ ରଖିବା ବେଶ ଜରୁରୀ।

ରାକ୍ଷୀ ପୂର୍ଣ୍ଣିମାରେ ଭାଇ-ଭଉଣୀ ଅନେକ ବିଶେଷ ଜିନିଷ ଉପରେ ଧ୍ୟାନ ଦେବା ଉଚିତ। ରାକ୍ଷୀ ବାନ୍ଧିବା ବେଳେ ଏହିସବୁ ଜିନିଷ ଉପରେ ଧ୍ୟାନ ନ ଦେବା ବହୁତ ଅଶୁଭ ହୋଇଥାଏ।

– ରାକ୍ଷୀ ବାନ୍ଧିବା ସମୟରେ ଭଉଣୀ ମୁହଁ ଦକ୍ଷିଣ ପଶ୍ଚିମ ଦିଗକୁ ହେବା ଉଚିତ। ଅର୍ଥାତ୍ ଭାଇ ମୁହଁ ଉତ୍ତର ପୂର୍ବ ଦିଗରେ ହେବା ଦରକାର। ଏହି ସମୟରେ ଅନ୍ଯ କୌଣସି ଦିଗକୁ ଦେଖନ୍ତୁ ନାହିଁ। କେବେ ବି ଉତ୍ତର ପଶ୍ଚିମ ଦିଗରେ ବସି ରାକ୍ଷୀ ବାନ୍ଧନ୍ତୁ ନାହିଁ।

– କେବେ ବି ଭାଇ ହାତରେ କଳା କିମ୍ବା ଭଙ୍ଗା ରାଖୀ, ପ୍ଲାଷ୍ଟିକ ରାଖୀ ଏବଂ ଅଶୁଭ ଚିହ୍ନ ଥିବା ରାକ୍ଷୀ ବାନ୍ଧନ୍ତୁ ନାହିଁ।

– ରାକ୍ଷୀ ବାନ୍ଧିବା ବେଳେ ଭାଇକୁ ତଳେ ବସାନ୍ତୁ ନାହିଁ। ପିଢା କିମ୍ବା ଆସନ ଉପରେ ବସାଇ ରାକ୍ଷୀ ବାନ୍ଧନ୍ତୁ।

– ଆଜି ସନ୍ଧ୍ଯା ୫ଟା ୧୪ରୁ ୬ଟା ୪୯ ଭିତରେ ରାହୁକାଳ ଯୋଗୁଁ ରାକ୍ଷୀ ବାନ୍ଧନ୍ତୁ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.