ରାଜସ୍ଥାନ ରୟାଲ୍ସକୁ ଝଟକା, ଆଇପିଏଲ ୨୦୨୧ର ବଳକା ମ୍ଯାଚ ଖେଳିବେନି ଏହି ଖେଳାଳି

ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ ୨୦୨୧ର ବଳକା ମ୍ୟାଚ୍। ଏଥିପାଇଁ ସମସ୍ତ ୮ଟି ଯାକ ଟିମ୍‌ କରୁଛନ୍ତି ପ୍ରସ୍ତୁତି। ଭାରତରେ କରୋନା ମାମଲା ଦେଖାଦେଉଥିବାରୁ ୟୁଏଇରେ ଖେଳାଯିବ । ଏସବୁ ମଧ୍ୟରେ ରାଜସ୍ଥାନ ରୟାଲ୍ସ ଟିମ୍‌କୁ ଲାଗିଛି ଜୋରଦାର ଝଟକା। କାରଣ ୨୦୨୧ ଆଇପିଏଲର ବଳକା ମ୍ୟାଚ୍‌ ଖେଳାଳି ଜୋସ୍‌ ବଟଲର ଖେଳିବେ ନାହିଁ । ନ୍ୟୁଜିଲାଣ୍ଡର ଓ୍ବିକେଟକିପର ବ୍ୟାଟସମ୍ୟାନ୍‌ ଗ୍ଲେନ୍‌ ଫିଲିପ ଜୋସ ବଟଲରଙ୍କ ସ୍ଥାନ ନେବେ। ଏ ଏନେଇ ରାଜସ୍ଥାନ ରୟାଲ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଗ୍ଲେନ ଫିଲିପ ନ୍ୟୁଜିଲାଣ୍ଡ ପାଇଁ ୨୫ଟି ଟି-୨୦ ମ୍ୟାଚ୍‌ ଖେଳି ସାରିଛନ୍ତି।

ରାଜସ୍ଥାନ ରୟାଲ୍ସ ପକ୍ଷରୁ ଟ୍ବିଟ୍‌ କରାଯାଇ କୁହାଯାଇଛି ଯେ, ଜୋସ୍‌ ବଟଲର ଆଇପିଏଲ ୨୦୨୧ର ଦ୍ବିତୀୟ ପର୍ଯ୍ୟାୟରେ ଖେଳିବେ ନାହିଁ। କାରଣ ସେ ଖୁବଶୀଘ୍ର ଦ୍ବିତୀୟ ସନ୍ତାନର ବାପା ହେବାକୁ ଯାଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.