Below header

ରୋଷେଇ ଗ୍ୟାସ ସିଲିଣ୍ଡରରୁ ଦୁର୍ଘଟଣା ଘଟିଲେ ଆପଣଙ୍କୁ ମିଳିବ ୫୦ ଲକ୍ଷ ଟଙ୍କା, ଜାଣନ୍ତୁ କେମିତି

ଆପଣ ଅନେକ ପ୍ରକାର ବୀମା ବିଷୟରେ ପଢ଼ିଥିବେ କିମ୍ବା ଶୁଣିଥିବେ। କିନ୍ତୁ କଣ ଆପଣ ଜାଣିଛନ୍ତି ରନ୍ଧନ ଗ୍ୟାସ ସିଲିଣ୍ଡରରେ ଆପଣଙ୍କୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ଦିଆଯାଉଛି। ବହୁତ କମ୍‌ ଲୋକ ଅଛନ୍ତି ଯେଉଁମାନଙ୍କୁ ଏହି ବୀମା ବିଷୟରେ ଜଣାଅଛି। ଯଦି ଆପଣ କୌଣସି ବୈଧ ଗ୍ୟାସ ଡିଲରଙ୍କ ଠାରୁ ଏଲପିଜି ସିଲିଣ୍ଡର ନେଉଛନ୍ତି ତାହେଲେ ଆପଣ ୪୦ ରୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ନେଇପାରିବେ।

ଏହି ବୀମା ଅନେକ ସ୍ତରରେ ଲାଗୁ ହୋଇଥାଏ। ଗ୍ୟାସ ଭରିବା ଠାରୁ ନେଇ, ଡେଲିଭର ଏବଂ ରକ୍ଷଣାବେକ୍ଷଣା ଆଦିରେ ଏହି ନିୟମ ରହିଛି। ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ସିଲିଣ୍ଡର ଗ୍ୟାସକୁ ନେଇ ଏମିତି ଅନେକ କଥା ରହିଛି ଯାହାକୁ ଆପଣ ଜାଣିନାହାଁନ୍ତି। ରେଜିଷ୍ଟର୍ଡ ଉପଭୋକ୍ତାଙ୍କର ଗ୍ୟାସ ସିଲିଣ୍ଡର କାରଣରୁ ଯଦି କୌଣସି ଦୁର୍ଘଟଣା ଘଟେ, ତାହେଲେ କ୍ଷତିପୂରଣ ବାବଦକୁ ବୀମା କଭର ଭଳି ସୁବିଧା ଦିଆଯାଇଥାଏ।

ଯଦି ଦୁର୍ଘଟଣା ସିଲିଣ୍ଡର ଫାଟିବା ଦ୍ୱାରା ହୁଏ ତାହେଲେ ଆପଣଙ୍କୁ ୪୦ ଲକ୍ଷ ପର୍ଯ୍ୟନ୍ତ ବୀମା ରାଶି ମିଳିପାରେ। ଯଦି ଦୁର୍ଘଟଣାରେ କାହାର ମୃତ୍ୟୁ ହେଉଛି ତାହେଲେ ୫୦ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ବୀମା କମ୍ପାନୀକୁ ଆପଣଙ୍କୁ ଦେବାକୁ ହେବ। ଏଥିପାଇଁ କମ୍ପାନୀ କିଛି ନିୟମକୁ ମାନିବାକୁ ପଡିବ। ବୀମା ରାଶି ଦୁର୍ଘଟଣାର ଆକଳନ କରିବା ପରେ ଏହା ନିଷ୍ପତ୍ତି ନେବେ ଯେ ଆପଣଙ୍କୁ କେତେ ଟଙ୍କାର ବୀମା ରାଶି ମିଳିବ। ଉପଭୋକ୍ତାଙ୍କୁ ଅଲଗା ଭାବରେ ବୀମା କରାଇବା ଆବଶ୍ୟକ ନାହିଁ। ଗ୍ୟାସ କନେକସନ ନେବା ପରେ ହିଁ ଆପଣ ବୀମା ଧାରକ ବନିଯିବେ। କିନ୍ତୁ ସବୁଠାରୁ ବଡ କଥା ହେଉଛି ଏହା ବିଷୟରେ ସୂଚନା ପାଇନଥିବା ଯୋଗୁଁ ଲୋକମାନେ ଏହି ଯୋଜନାର ଲାଭ ଉଠାଇ ପାରୁନାହାଁନ୍ତି।

lpg1କେମିତି କରିବେ ବୀମା କ୍ଲେମ

ବୀମା କ୍ଲେମ କରିବାକୁ ହେଲେ ଦୁର୍ଘଟଣାର ୩୦ ଦିନ ଭିତରେ ଗ୍ରାହକଙ୍କୁ ଏହାର ସୂଚନା ପୋଲିସ ଷ୍ଟେସନ ଏବଂ ଏଲପିଜି ବିତରକଙ୍କୁ ଦେବାକୁ ପଡିଥାଏ। ବୀମା ରାଶି ପାଇଁ କ୍ଲେମ କରିବାକୁ ହେଲେ ଏଫଆଇଆର କପି, ଆହତଙ୍କ ଚିକିତ୍ସା ଖର୍ଚ୍ଚର ବିଲ ଏବଂ କାହାର ମୃତ୍ୟୁ ହୋଇଥିଳେ ତାହାର ରିପୋର୍ଟ ସମ୍ଭାଳିକି ରଖିବା ଉଚିତ। ଏହି ସୂଚନା ଦେବା ପରେ ସମ୍ବନ୍ଧୀତ ଅଧିକାରୀ ଦୁର୍ଘଟଣାର କାରଣ ଯାଞ୍ଚ କରିଥାନ୍ତି। ଯଦି ଦୁର୍ଘଟଣା ଏଲପିଜି କାରଣରୁ ହୋଇଥାଏ, ତାହେଲେ ବିତରକ ଗ୍ୟାସ କମ୍ପାନୀଙ୍କୁ ଏହାର ସୂଚନା ଦେବାକୁ ପଡିଥାଏ।

ଯଦି ଦୁର୍ଘଟଣା ଗ୍ୟାସ ସିଲିଣ୍ଡର କାରଣରୁ ହୋଇଥାଏ ତାହେଳେ ବୀମା ରାଶି ପାଇଁ ଦାବି କରିବାକୁ ହେଲେ ଆପଣଙ୍କୁ କିଛି ଜରୁରୀ କଥାକୁ ଧ୍ୟାନରେ ରଖିବାକୁ ହେବ। ଯେଉଁ ଠିକଣାରେ ଉପଭୋକ୍ତା ଗ୍ୟାସ ନେଇଥିବେ, ସେହି ଠିକଣାରେ ଯଦି ସିଲିଣ୍ଡର ବିସ୍ଫୋରଣରେ ଦୁର୍ଘଟଣା ଘଟେ ତାହେଲେ ଯାଇ ବୀମା ନେଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.