Below header

ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିବ ଟେକ୍ନୋଲୋଜି, ଜଙ୍ଗଲରେ ନିଆଁ ଲାଗିଲେ ଡିଟେକ୍ଟ କରିବ ୩୬୦ ଡିଗ୍ରୀ ସର୍ଭିଲାନ୍ସ କ୍ୟାମେରା

AI ଟେକ୍ନୋଲୋଜିକୁ ବ୍ୟବହାର କରି ଜଙ୍ଗଲକୁ ସୁରକ୍ଷା ଦିଆଯିବ । ତେବେ ଜଙ୍ଗଲରେ ଫିଟ୍‌ ହେବ ୩୬୦ ଡିଗ୍ରୀ ସର୍ଭିଲାନ୍ସ କ୍ୟାମେରା । ଓଡ଼ିଶାରେ ଏଭଳି କ୍ୟାମେରା ପ୍ରଥମ ଥର ପାଇଁ ଲଗାଯିବ । ଏହି କ୍ୟାମେରା ସାହାଯ୍ୟରେ କେବଳ ନିଆଁକୁ ରୋକାଯିବ ତାହା ନୁହେଁ ଶିକାରୀମାନଙ୍କୁ ମଧ୍ୟ ଏହି କ୍ୟାମେରା ଜଗିବ ।

ଶିମିଳିପାଳ (କେନ୍ୟୁଜ): ଟେକ୍ନୋଲୋଜି ସାହାଯ୍ୟରେ ଲୋକଙ୍କୁ ବହୁତ କିଛି ସାହାଯ୍ୟ ମିଳୁଛି । ଟେକ୍ନୋଲୋଜି ପାଇଁ ଅସମ୍ଭବ କାର୍ଯ୍ୟ ବି ସମ୍ଭବ ହେଉଛି । ତେବେ ଏହି ଟେକ୍ନୋଲୋଜି ଏବେ ନିଆଁ ଲାଗିବାରୁ ମଧ୍ୟ ଜଙ୍ଗଲକୁ ବଞ୍ଚାଇବ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଛି ନା । କିନ୍ତୁ AI ସାହାଯ୍ୟରେ ଜଙ୍ଗଲରେ ହଠାତ ଲାଗୁଥିବା ନିଆଁକୁ ରୋକାଯାଇ ପାରିବ । AI ଟେକ୍ନୋଲୋଜିକୁ ବ୍ୟବହାର କରି ଜଙ୍ଗଲକୁ ସୁରକ୍ଷା ଦିଆଯିବ । ତେବେ ଜଙ୍ଗଲରେ ଫିଟ୍‌ ହେବ ୩୬୦ ଡିଗ୍ରୀ ସର୍ଭିଲାନ୍ସ କ୍ୟାମେରା । ଓଡ଼ିଶାରେ ଏଭଳି କ୍ୟାମେରା ପ୍ରଥମ ଥର ପାଇଁ ଲଗାଯିବ । ଏହି କ୍ୟାମେରା ସାହାଯ୍ୟରେ କେବଳ ନିଆଁକୁ ରୋକାଯିବ ତାହା ନୁହେଁ ଶିକାରୀମାନଙ୍କୁ ମଧ୍ୟ ଏହି କ୍ୟାମେରା ଜଗିବ ।

ଏସିଆର ଦ୍ୱିତୀୟ ଜୈବ ମଣ୍ଡଳ ହେଉଛି ଶିମିଳିପାଳ । ଶିମିଳିପାଳ କୁ ଘାରିଛି ନିଆଁ ଡର । ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିଲେ ନିଆଁ ଲିଭାଇବା ବଡ଼ କଷ୍ଟକର ହୋଇଯାଏ । ଥରେ ନିଆଁ ଲାଗିଲେ ଅନେକ ଦିନ ଧରି ଲଗାତାର ଜଳୁଥାଏ । ଶିମିଳିପାଳରେ ଏମିତି ଅନେକ ସ୍ଥାନ ଅଛି ଯେଉଁଠାରେ ନିଆଁ ଲାଗିଲେ ସଙ୍ଗେ ସଙ୍ଗେ ବନ ବିଭାଗ କର୍ମଚାରୀ ଜାଣି ପାରନ୍ତି ନାହଁ । ଅନ୍ୟପଟେ ସାଟେଲାଇଟ୍‌ ରିପୋର୍ଟ ୪ ଘଣ୍ଟା ବିଳମ୍ବରେ ଆସୁଥିବାରୁ ସେହି ସମୟ ମଧ୍ୟରେ ନିଆଁ ଅନେକ ସ୍ଥାନରେ ବ୍ୟାପି ଯାଇଥାଏ । ଚଳିତବର୍ଷ ଶିମିଳିପାଳ ଅଭୟାରଣ୍ୟକୁ ସୁରକ୍ଷା ଦେବା ପାଇଁ ନୂଆ ଟେକ୍ନୋଲୋଜିକୁ ଗୁରୁତ୍ୱ ଦେଉଛନ୍ତି ଶିମିଳିପାଳ କର୍ତ୍ତୃପକ୍ଷ । ଶିମିଳିପାଳ ଅଭୟାରଣ୍ୟ ରେ ନିଆଁ ରୋକିବା ପାଇଁ ଶିମିଳିପାଳ କର୍ତ୍ତୃପକ୍ଷ ଅଭୟାରଣ୍ୟରେ ୩୬୦ ଡିଗ୍ରୀ ସର୍ଭିଲାନ୍ସ କ୍ୟାମେରା ଲଗାଇବେ । ଏହି କ୍ୟାମେରା ଯେଉଁଠାରେ ଲାଗିଥିବ ତାର ଚତୁର୍ପାଶ୍ୱର ପାଖାପାଖି ୧୫ କିଲୋମିଟର ମଧ୍ୟରେ ଭିଡିଓ ଏବଂ ଫୋଟ ଉଠାଇବ ଏବଂ କୌଣସି ସମସ୍ୟା ଦେଖାଯିବା ମାତ୍ରେ ଏହା ତୁରନ୍ତ କଣ୍ଟ୍ରୋଲ ରୁମକୁ ପଠାଇବ । ନିଆଁ ଲାଗିଲେ କିମ୍ବା ବନ୍ୟଜନ୍ତୁ ଶିକାରୀ ପ୍ରବେଶ କଲେ ଏହି କ୍ୟାମେରା ସଙ୍ଗେ ସଙ୍ଗେ ଡିଟେକ୍ଟ କରିବ । ଏହି କ୍ୟାମେରା ଲାଗିଲେ ସମସ୍ୟା ସମାଧାନ ହେବ ବୋଲି ଆଶା କରାଯାଉଛି । ୩୬୦ ଡିଗ୍ରୀ ସର୍ଭିଲାନ୍ସ କ୍ୟାମେରା ଲଗାଯିବାର ଏହା ଓଡ଼ିଶାର ପ୍ରଥମ ଘଟଣା ହେବ । ଏଥି ସହିତ ନିଆଁ ଲିଭାଇବା ପାଇଁ ଏବଂ ବନ୍ୟଜନ୍ତୁ ଶିକାରୀ ରୋକିବା ପାଇଁ ଥର୍ମାଲ ଡ୍ରୋନ କ୍ୟାମେରା ବ୍ୟବହାର କରାଯାଉଛି ।

ତେବେ ଗରମ ବଢ଼ିଲେ ନିଆଁ ଲାଗିବାର ସମ୍ଭାବନା ବଢ଼ିଯାଏ । ଆଉ ଥରେ ନିଆଁ ଲାଗିଲେ ଏହାକୁ ନିୟନ୍ତ୍ରଣ କରିବା ମୁସ୍କିଲ ହୋଇଯାଏ । ଏ ସବୁ ସମସ୍ୟାକୁ ଦୃଷ୍ଟିରେ ରଖି ଏଭଳି ଟେକ୍ନୋଲୋଜିକୁ ଆପଣା ଯାଉଛି । ଯାହା ଦ୍ୱାରା ଜଙ୍ଗଲରେ ନିଆଁ ଲାଗିବାର ଭୟ ଦୂରେଇ ଯିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.