ବିବାହ ବନ୍ଧନରେ ବାନ୍ଧି ହେଲେ ଇସ୍କବାଜ ଅଭିନେତ୍ରୀ ସୁରଭି ଚନ୍ଦନା, ଭାଇରାଲ ହେଉଛି ଭିଡିଓ

ଅଭିନେତ୍ରୀ ସୁରଭି ଚନ୍ଦନାଙ୍କ ବିବାହ ରୀତିନୀତିର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବର୍ତ୍ତମାନ ଏହି ବିବାହର ଏକ ଝଲକ୍‌ ସାମ୍ନାକୁ ଆସିଛି, ଯାହା ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି ।

ନାଗିନ ଏବଂ ଇସ୍କବାଜ ଅଭିନେତ୍ରୀ ସୁରଭି ଚନ୍ଦନା ମାର୍ଚ୍ଚ ୨ରେ ତାଙ୍କ ୧୩ ବର୍ଷ ପୁରୁଣା ବଏଫ୍ରେଣ୍ଡ କରଣ ଶର୍ମାଙ୍କୁ ବିବାହ କରିଛନ୍ତି । ଗତକାଲି ଅଭିନେତ୍ରୀଙ୍କ ବିବାହ ରୀତିନୀତିର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବର୍ତ୍ତମାନ ଏହି ବିବାହର ଏକ ଝଲକ୍‌ ସାମ୍ନାକୁ ଆସିଛି, ଯାହା ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି । ଏହା ସହ ସୁରବି ଚନ୍ଦନାଙ୍କ ଫ୍ୟାନ୍ସ ତାଙ୍କ ବିବାହ ପାଇଁ ତାଙ୍କୁ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି ।

ଆଜିକାଲି ବିବାହରେ ନାଲି ଲେହେଙ୍ଗା ନ ପିନ୍ଧିବାର ଏକ ଟ୍ରେଣ୍ଡରେ ପରିଣତ ହୋଇଛି । ଏହି ଟ୍ରେଣ୍ଡକୁ ଫଲୋ କରି ଅଭିନେତ୍ରୀ ସୁରଭି ଚନ୍ଦନା ମଧ୍ୟ ଏକ ସୁନ୍ଦର ସି ଗ୍ରୀନ୍‌ କଲରର ଲେହେଙ୍ଗା ପିନ୍ଧିଥିଲେ । ଅଭିନେତ୍ରୀ ବ୍ରାଇଡାଲ୍ ଲୁକ୍‌ରେ ବହୁତ ସୁନ୍ଦର ଦେଖାଯାଉଥିଲେ । ତେବେ ବ୍ରାଇଡାଲ୍ ଏଣ୍ଟ୍ରି ସମୟରେ ସୁରଭିଙ୍କ ମୁହଁରେ ଥିବା ସୁଖ ଦେଖିବାକୁ ମିଳିଥିଲା । ତେବେ ଏହି ଭିଡିଓ ସୋସିଆଲ ପ୍ଲାଟ୍‌ଫର୍ମ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ itventhusiastରେ ସେୟାର କରାଯାଇଛି ।

ଯଦି କରଣ ଶର୍ମାଙ୍କ ବିଷୟରେ କହିବା ତାହେଲେ ସେ ଏକ ଗ୍ରଏ କଲରର ଶେରୱାନୀରେ ବହୁତ ହିଁ ସୁନ୍ଦର ଲାଗୁଥିଲେ । ବ୍ରାଇଡାଲ୍ ଏଣ୍ଟ୍ରି ସମୟରେ ସେମାନଙ୍କ ଫେରେସର ଏକ ଝଲକ୍‌ ମଧ୍ୟ ଦେଖିବାକୁ ମିଳିଥିଲା । ଯାହା ପରେ ପ୍ରଶଂସକମାନେ ଏହି ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହା ସହ ସେମାନଙ୍କ ପୋଷ୍ଟରେ ବିଭିନ୍ନ ପ୍ରକାରର କମେଣ୍ଟ ମଧ୍ୟ ଆସୁଛି ।

ସୂଚନାଯୋଗ୍ୟ ଯେ ସୁରଭି ଚନ୍ଦନାଙ୍କ ହାଲଦି ଏବଂ ଚୁଡା ସମାରୋହର ସୁନ୍ଦର ଫଟୋ ଇଣ୍ଟରନେଟରେ ଦେଖିବାକୁ ମିଳିଛି । ଚୁଡା ସମାରୋହ ପାଇଁ ଅଭିନେତ୍ରୀ ଏକ ଗୋଲ୍ଡେନ୍‌ କଲରର ପୋଷାକ ବାଛି ଥଲେ । ଏହା ସହ ମେହେନ୍ଦୀର ସମସ୍ତ ଫଟୋରେ ମଧ୍ୟ ଅଭିନେତ୍ରୀଙ୍କ ସୁନ୍ଦର ଲୁକ୍ ମଧ୍ୟ ଦେଖିବାକୁ ମିଳିଥିଲା । ଯାହାକୁ ସୁରଭି ତାଙ୍କ ଇନ୍‌ଷ୍ଟଗ୍ରାମ୍‌ ଆକାଉଣ୍ଟରେ ସେୟାର କରିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ଅଭିନେତ୍ରୀ କୌଣସି ବିବାହର ଫଟୋ ନିଜ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିନାହାଁନ୍ତି ।

 

View this post on Instagram

 

A post shared by Itv Enthusiast (@itventhusiast)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.