ଅନୁଷ୍ଠିତ ହୋଇଯାଇଛି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଭୀମେଶ୍ୱର ଯାତ୍ରା, ଘଣ୍ଟଘଣ୍ଟାରେ ଦୁଲୁକି ଉଠିଲା ସମଗ୍ର ଅଞ୍ଚଳ

ଏକାମ୍ର କ୍ଷେତ୍ରର ଅଧିଶ୍ୱର, ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଭୀମେଶ୍ୱର ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମନ୍ଦିରରେ, ଦ୍ୱି-ପହର ଧୂପ ଏବଂ ଯାତ୍ରାପୂଜା ସମ୍ପନ୍ନ ହେବାପରେ ମହାପ୍ରଭୁ ଭୁବନେଶ୍ୱରର ଭୀମଟାଙ୍ଗୀଠାରେ ଅବସ୍ଥିତ । ପ୍ରସିଦ୍ଧ ଭୀମେଶ୍ୱର ମନ୍ଦିରକୁ ଯାତ୍ରା କରିଥିଲେ ମହାପ୍ରଭୁ ଶ୍ରୀଲିଙ୍ଗରାଜ ।

ଏକାମ୍ର କ୍ଷେତ୍ରର ଅଧିଶ୍ୱର, ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଭୀମେଶ୍ୱର ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମନ୍ଦିରରେ, ଦ୍ୱି-ପହର ଧୂପ ଏବଂ ଯାତ୍ରାପୂଜା ସମ୍ପନ୍ନ ହେବାପରେ ମହାପ୍ରଭୁ ଭୁବନେଶ୍ୱରର ଭୀମଟାଙ୍ଗୀଠାରେ ଅବସ୍ଥିତ । ପ୍ରସିଦ୍ଧ ଭୀମେଶ୍ୱର ମନ୍ଦିରକୁ ଯାତ୍ରା କରିଥିଲେ ମହାପ୍ରଭୁ ଶ୍ରୀଲିଙ୍ଗରାଜ । ମନ୍ଦିରରୁ ଦୁଇଗୋଟି ସୁସଜ୍ଜିତ ପାଲିଙ୍କି ଏବଂ ବିମାନରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ, ମହାପ୍ରଭୁ ଶ୍ରୀବାସୁଦେବ, ମା’ ପାର୍ବତୀ ଦେବୀ ଏବଂ ମା’ ଦୁର୍ଗା ଦେବୀଙ୍କ ଚଳନ୍ତି ପ୍ରତିମାଙ୍କୁ ବିରାଜମାନ କରାଯିବା ପରେ ସେବାୟତ ମାନେ ଭୀମେଶ୍ୱର ମନ୍ଦିର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ ।

ଘଣ୍ଟଘଣ୍ଟା, ଢୋଲ, ଘୋଡାନାଚ, ନାଗା ଏବଂ ଖଣ୍ଡା ନାଚ ଭିତରେ ସମଗ୍ର ଅଞ୍ଚଳ ଦୁଲୁକିଥିଲା । ସେଠାରେ ପହଞ୍ଚିବା ପରେ ମହାପ୍ରଭୁଙ୍କୁ ସ୍ନାନ କରାଯିବା ସହିତ ନୂତନ ବସ୍ତ୍ରରେ ବେଶ କରାଯାଇଥିଲା । ଏହାପରେ ଯାତ୍ରା ପୂଜା କରାଯିବା ସହ ଦେବାଦେବୀଙ୍କ ଉଦ୍ଦେଶ୍ୟରେ ମୁଆଁ ଭୋଗ ଏବଂ ଆଳତୀ କରାଯାଇଥିଲା । ଏହାପରେ ସେଠାରେ ଶ୍ରୀ ଭୀମେଶ୍ୱର ମହାଦେବଙ୍କ ସହିତ ଭେଟ ଆଳତୀ ହୋଇଥିଲା । ପ୍ରକାଶ ଥାଉକି, ଏହି ପୀଠରେ ଭୀମେଶ୍ୱରଙ୍କ ସହିତ ବଡ଼ ଭାଇ ଯୁଧିଷ୍ଠିରେଶ୍ୱର, ଅର୍ଜୁନେଶ୍ୱର, ନକୂଳେଶ୍ୱର ଏବଂ ସହଦେବେଶ୍ୱର, ମା’ ପାର୍ବତୀ ଦେବୀ, ଶ୍ରୀଗଣେଶ ଏବଂ କାର୍ତ୍ତିକେୟ ମହାପ୍ରଭୁ ପୂଜା ପାଉଛନ୍ତି ।

ସେହିପରି ଫେରିବା ବାଟରେ ମହାପ୍ରଭୁ ନିଜ ଭଉଣୀ କାମାକ୍ଷୀ ଠାକୁରାଣୀଙ୍କ ” ଭାରତୀ ମଠ” ରୁ ଆସିଥିବା ଭୋଗକୁ ଶ୍ରୀ ଯମେଶ୍ୱର ମହାଦେବ ଏବଂ ଗଣେଶଙ୍କ ନିକଟରେ ଭୋଗ ଲାଗି କରାଯାଇଥିଲା । ପରେ ମହାପ୍ରଭୁ ମନ୍ଦିର ପ୍ରତ୍ୟାବର୍ତ୍ତନ କରିଥିଲେ । ଏହାପରେ କେବଳ ମହାପ୍ରଭୁ ଶ୍ରୀବାସୁଦେବ ବିନ୍ଦୁସାଗର ନିକଟସ୍ଥ ଅନନ୍ତବାସୁଦେବ ମନ୍ଦିରକୁ ଯାତ୍ରା କରିଥିଲେ । ସେଠାରେ ଅନୁରୂପ ସନ୍ଧ୍ୟା ଧୂପ ଏବଂ ଭେଟ ଆଳତୀ ସହ ମହାପ୍ରଭୁଙ୍କୁ ବେଢା ପରିକ୍ରମା କରାଯାଇଥିଲା । ଏହାପରେ ବିଳମ୍ବିତ ରାତ୍ରିରେ ସେବାୟତଙ୍କ ଗହଣରେ ମହାପ୍ରଭୁ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.