Below header

ସରକାରଙ୍କ ନିର୍ଦ୍ଦେଶକୁ ସିରିୟସ୍‌ ଭାବେ ନେଇଗଲେ ଏହି ଯୁବକ, ଶେଷରେ ଗଛ ଶୀର୍ଷରେ ବସି ଖାଇଲେ ସାଣ୍ଡଓ୍ଵିଚ

କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ସରକାରଙ୍କ ପକ୍ଷରୁ କିଛି ଗାଇଡଲାଇନ୍ସ ଜାରି କରାଯାଇଛି। ଯେ ପର୍ଯ୍ୟନ୍ତ ଭ୍ୟାକସିନ ନ ଆସିଛି ସେପର୍ଯ୍ୟନ୍ତ ବାହାରକୁ ବାହାରିଲେରେ ମୁହଁରେ ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର କରିବା ଓ ସାମାଜିକ ଦୂରତା ମାନିବାକୁ ବାଧ୍ୟତାମୂଳକ କରାଯାଇଛି। ହେଲେ ସରକାରଙ୍କ ଏହି ଆଦେଶକୁ ଜଣେ ବ୍ୟକ୍ତି ଏଭଳି ଅନୁକରଣ କରିଛନ୍ତି ଯେ, ଲୋକଙ୍କଠାରୁ ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ଯାଇ ସେ ଗଛର ଶୀର୍ଷ ଉପରକୁ ଚଢିଯାଇଛନ୍ତି।

ଏମିତି ଏକ ଘଟଣା ଇଂଲଣ୍ଡର ବାଥ୍‌ରେ। କିଛି ଯୁବକ ବାଥ୍‌ ସ୍ଥିତ ରୟାଲ ଭିକ୍ଟୋରିଆ ପାର୍କରେ ବୁଲୁଥିବା ବେଳେ ଜଣେ ଯୁକବଙ୍କ ଆଖି ଏକ ଗଛ ଉପରେ ପଡିଥିଲା। ଯେଉଁଠାରେ ଜଣେ କେହି ବସିଥିବାର ତାଙ୍କୁ ଅନୁମାନ କରିଥିଲେ। ଏହାପରେ ସେ ତାଙ୍କ କ୍ୟାମେରାକୁ ଲେନ୍ସକୁ ଜୁମ୍‌ କରି ଫଟୋ ଉଠାଇଥିଲେ। ସେଠାରେ ଯାହା ଦେଖିଥିଲେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଯେଉଁଥିରେ ଜଣେ ଯୁବକ ଜଣକ ୬୦ ଫୁଟ ଉଚ୍ଚ ଗଛ ଉପରେ ଆରାମରେ ବସି ସାଣ୍ଡଓ୍ଵିଚ ଖାଇବାର ମଜା ନେଉଥିବାର ଦେଖିବାକୁ ମିଳିଥିଲା।

ଏହାର ଭିଡିଓ ଭାଇରଲ ହେବା ପରେ ୟୁଜର୍ସମାନେ ମଜାଳିଆ କମେଣ୍ଟ ଦେଇଥିଲେ। କରୋନା ମୁକାବିଲା ପାଇଁ ଭଲ ସାମାଜିକ ଦୂରତ୍ୱ ବୋଲି କେତେକ ୟୁଜର୍ସ କହିଛନ୍ତି। ଅନ୍ୟପଟେ ଏହି ଭିଡିଓ ସେୟାର ହେବାର ମାତ୍ରର କିଛି ସମୟ ମଧ୍ୟରେ ଏହାକୁ ଲକ୍ଷାଧିକ ଲୋକ ଦେଖିବାକୁ ବେଳେ ୧୪୩ରୁ ଉର୍ଦ୍ଧ୍ୱ ଲାଇକସ ଓ ୨୪୩ରୁ ଉର୍ଦ୍ଧ୍ୱ ସେୟାର ହୋଇଥିବା ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.