Below header

ନିଜ କାମକୁ ଭଲ ପାଉଥିବା ମଣିଷଟିଏ: ୨୦ରୁ ଅଧିକ ଦେଶ ଭ୍ରମଣ କରି ହେଲେ ଦୁନିଆର ‘ବେଷ୍ଟ ହେୟାରଡ୍ରେସର’ !

ଲିଭରପୁଲରେ ରହୁଥିବା ଜଣେ ହେୟାରଡ୍ରେସର ବିଶ୍ୱର ୨୦ରୁ ଅଧିକ ଦେଶ ବୁଲିସାରିଲେଣି। ସେ ଦୁନିଆର ସୁନ୍ଦର ସୁନ୍ଦର ଲୋକେସନକୁ ଯାଇ ସେଠାକାର ଲୋକଙ୍କର ହେୟାରକଟସ ଡିଜାଇନ କରିଛନ୍ତି। ଏହି କାରଣରୁ ତାଙ୍କୁ ‘The Nomad Barber’ ନାଁରେ ଜଣାଯାଇଥାଏ। ଆୱାର୍ଡ ଉଇନିଂ ଏହି ପୁରୁଷ ହେୟାରଡ୍ରେସରଙ୍କ ନାମ ମାଇକେଲ ଗୁରେଜ। ତାଙ୍କର ଦୁଇଟି ସେଲୁନ ଅଛି, ଗୋଟିଏ ଲଣ୍ଡନରେ ଏବଂ ଅନ୍ୟଟି ବର୍ଲିନରେ।

d

ମାଇକେଲ ଲାଇଫ ଚେଞ୍ଜିଙ୍ଗ ଆଡଭେଞ୍ଚର ୨୦୧୩ରୁ ଆରମ୍ଭ କରିଥିଲେ। ଏହାପରେ ସେ ୨୦ରୁ ଅଧିକ ଦେଶକୁ ଯାଇ ସେଠାରୁ ହେୟାରଡ୍ରେସିଂର କଳା ଶିଖିଲେ। ଏପରିକି ଏଥିରେ ଆହୁରି ମାହିର ହେବା ପାଇଁ ମାଇକେଲ ଗ୍ରୀସ ଏବଂ ଉତ୍ତର ଇରାକର କୁରଦିସ୍ତାନ ମଧ୍ୟ ଯାଇସାରିଛନ୍ତି।

ସେ ଭାବିଲେ କି, ସେ ସେପର୍ଯ୍ୟନ୍ତ ହେୟାରକଟ ଏବଂ ସେଭିଂସ କାମ କରିଚାଲିବେ, ଯେପର୍ଯ୍ୟନ୍ତ ତାଙ୍କ ପଇସା ଶେଷ ନ ହୋଇଛି। ଏହାଦ୍ୱାରା ସେ ଜାଣି ବି ପାରିବେ ଯେ ୫,୦୦୦ ବର୍ଷର ଏହି ପୁରୁଣା ବ୍ୟବସାୟ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ କିପରି ବଦଳୁଛି। ତାଙ୍କ ଯାତ୍ରା ଏଥେନ୍ସରୁ ଆରମ୍ଭ ହୋଇଥିଲା। ଏହାପରେ ସେ ତୁର୍କୀ ଯାଇଥିଲେ। ସେଠାରୁ ମଧ୍ୟ-ପୂର୍ବ ରାସ୍ତାରେ ଭାରତ ଆସିଲେ ଏବଂ ପୁଣି ପୂରା ଏସିଆ ଭ୍ରମଣ କରିଥିଲେ।

hf

ମାଇକେଲ ସିଙ୍ଗାପୁର, କମ୍ବୋଡିଆ, ଥାଇଲାଣ୍ଡ, ଭିଏତନାମ, ନେପାଳ ଓ ଦୁବାଇରେ ମଧ୍ୟ ନିଜ ବ୍ୟବସାୟ ସହ ଜଡ଼ିତ ଲୋକଙ୍କୁ ଦେଖା କରିଥିଲେ ଏବଂ ପରଖିଥିଲେ। ଏହି ଯାତ୍ରା ସମୟରେ ସେ ଅନେକ ସ୍ମୃତି ସବୁ ସାଉଁଟିଥିଲେ। ତେବେ ନିଜ କାମକୁ ପସନ୍ଦ କରୁଥିବା ମାଇକେଲ ଏଭଳି ଜଣେ ବ୍ୟକ୍ତି ଥିଲେ, ଯିଏ ଏଥିପାଇଁ ଦେଶ ଦେଶ ଭ୍ରମଣ କରୁଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.