Below header

ଏଣିକି WhatsAppରେ ବି ଖୋଲିପାରିବେ Fixed Deposit, ଏହି ବ୍ୟାଙ୍କ ଦେଉଛି ଖାସ ସୁବିଧା

ପ୍ରାଇଭେଟ ସେକ୍ଟରର ବଡ ବ୍ୟାଙ୍କ ICICI Bank ନିଜର ଗ୍ରାହକଙ୍କ ପାଇଁ ହ୍ଵାଟସଅପରେ ଅନେକ ସୁବିଧା ଆରମ୍ଭ କରିଛି। ବିଜୁଳି ବିଲ, ପାଣି ବିଲ୍‌, ମୋବାଇଲ ବିଲ କିମ୍ବା ଗ୍ୟାସ୍‌ ବିଲ୍‌ ଭରିବା ପାଇଁ ଆପଣଙ୍କୁ ପ୍ରତି ଥର ଅଲଗା ଅଲଗା ଆପକୁ ଆଉ ଯିବାକୁ ପଡିବନାହିଁ। କାହିଁକିନା ଏହିସବୁ କାମ ଆପଣ ହ୍ଵାଟସଅପ୍‌ ଜରିଆରେ ବି କରିପାରିବେ।

ହ୍ଵାଟସଅପରେ ହିଁ କରିପାରିବେ ସବୁ କାମ

ୟୁଟିଲିଟି ବିଲ୍‌ ପେମେଣ୍ଟ ବ୍ୟତୀତ ICICI Bankର ଗ୍ରାହକ ହ୍ଵାଟସଅପ୍‌ ଜରିଆରେ ଫିକ୍ସଡ ଡିପୋଜିଟ ଏବଂ ଟ୍ରେଡ ଫାଇନାନ୍ସ ସହ ଜଡିତ କାମ ମଧ୍ୟ କରିପାରିବେ। କଷ୍ଟମର୍ସଙ୍କୁ ଏହି ସବୁ କାମ ପାଇଁ ବ୍ୟାଙ୍କ ଆସିବାକୁ ଦରକାର ପଡିବନି। ICICI Bankର ଗ୍ରାହକ କେବଳ କିଛି ମିନିଟରେ ହିଁ ଫିକ୍ସଡ ଡିପୋଜିଟ୍‌ ଖାତା ମଧ୍ୟ ହ୍ଵାଟସଅପ୍‌ ଜରିଆରେ ଖୋଲିପାରିବେ। ଏହାବ୍ୟତୀତ କର୍ପୋରେଟ ଏବଂ MSME ସେକ୍ଟର ସହ ଜଡିତ ଲୋକ ଟ୍ରେଡ ଫାଇନାନ୍ସର ବିବରଣୀକୁ ମଧ୍ୟ ହ୍ଵାଟସଅପରେ ହିଁ ହାସିଲ କରପାରିବେ। ଗ୍ରାହକଙ୍କୁ କଷ୍ଟମର ଆଇଡି, ଏକ୍ସପୋର୍ଟ-ଇମ୍ପୋର୍ଟ କୋଡ ଏବଂ ବ୍ୟାଙ୍କ ସହ ମିଳୁଥିବା ସମସ୍ତ କ୍ରେଡିଟ ସୁବିଧା ବିଷୟରେ ସୂଚନା ପାଇପାରିବେ।

ଏପରି ଆକ୍ଟିଭେଟ କରନ୍ତୁ ହ୍ଵାଟସଅପ୍‌ ବ୍ୟାକିଙ୍ଗ

  • ସର୍ବପ୍ରଥମେ ICICI ବ୍ୟାଙ୍କର ଏହି ନମ୍ବର 86400 86400କୁ ନିଜ ଫୋନରେ ସେଭ୍‌ କରିବାକୁ ହେବ
  • ବ୍ୟାଙ୍କ ସହ ଜଡିତ ଏହି ସମସ୍ତ କାମ ନିଜ ରେଜିଷ୍ଟର୍ଡ ମୋବାଇଲ ନମ୍ବରରେ ହିଁ କରନ୍ତୁ
  • WhatsApp ଖୋଲନ୍ତୁ ଏବଂ ଏହି ନମ୍ବରରେ ହାଏ ଲେଖିକି ପଠାନ୍ତୁ
  • ଏହାପରେ ବ୍ୟାଙ୍କ ଆପଣଙ୍କୁ ସମସ୍ତ ଆକ୍ଟିଭେଟେଡ୍‌ ସୁବିଧାର ଲିଷ୍ଟ ପଠାଇବ
  • ଆପଣ ଯେଉଁ ସୁବିଧା ହ୍ଵାଟସଅପରୁ ଚାହୁଁଛନ୍ତି, ତାହାକୁ ଚୟନ କରନ୍ତୁ
  • ଆପଣଙ୍କୁ ହ୍ଵାଟସଅପରେ ହିଁ ସମସ୍ତ ସର୍ଭିସେଜ ଏବଂ ତାହା ସହ ଜଡିତ ବିବରଣୀ ପାଇଯିବେ।

ହ୍ଵାଟସଅପରେ କେମିତି ଖୋଲିବେ ଏଫଡି

ଯଦି ଆପଣ ହ୍ଵାଟସଅପରେ ନିଜର ଫିକ୍ସଡ ଡିପୋଜିଟ ଆକାଉଣ୍ଟ ଖୋଲିବାକୁ ଚାହୁଁଛନ୍ତି, ତାହେଲେ ଆପଣଙ୍କୁ ଏଫଡି ଲେଖି ସେଣ୍ଡ କରିବାକୁ ହେବ। ଏହାପରେ କେତେ ଆମାଉଣ୍ଟର ଫିକ୍ସଡ ଡିପୋଜିଟ କରିବାକୁ ଚାହୁଁଛନ୍ତି ତାହେଲେ FD, Fixed Deposit ଲେଖି ପଠାନ୍ତୁ। ଆମାଉଣ୍ଟ ୧୦,୦୦୦ ଟଙ୍କାରୁ ୧ କୋଟି ପଯ୍ୟର୍ନ୍ତ ହୋଇପାରିବ। ଏହାପରେ ଆପଣଙ୍କୁ ଅବଧି ବି କହିବାକୁ ହେବ। ଯେମିତି ହିଁ ଆପଣ ଅବଧି ଲେଖିବେ ଆପଣଙ୍କୁ ସେହି ଅନୁଯାୟୀ ସୁଧ ଦରର ଲିଷ୍ଟ ଆସିଯିବ ଏବଂ ମ୍ୟାଚୁରିଟୀରେ କେତେ ଆମାଉଣ୍ଟ ମିଳିବ ଏହା ବି ଜଣାପଡିଯିବ।

ହ୍ଵାଟସଅପରେ ୨୫ ସୁବିଧା ଉପଲବ୍ଧ ରହିଛି

ଆଇସିଆଇସିଆଇ ବ୍ୟାଙ୍କ ଜଣାଇଛି ଯେ ହ୍ଵାଟସଅପରେ ଗ୍ରାହକଙ୍କୁ ୨୫ ପ୍ରକାରର ସୁବିଧା ଦିଆଯାଉଛି। ବ୍ୟାଙ୍କ ପାଖାପାଖି ୬ ମାସ ପୂର୍ବରୁ ହ୍ଵାଟସଅପରେ ବ୍ୟାକିଙ୍ଗ ସେବା ଆରମ୍ଭ କରିଥିଲା। ଏହି ଲିଷ୍ଟରେ ସେଭିଙ୍ଗ୍ସ ଆକାଉଣ୍ଟର ବାଲାନ୍ସ ଚେକ କରିବା, ଅନବ୍ଲକ କରିବା, ଘରେ ବସି ସେଭିଙ୍ଗ ଆକାଉଣ୍ଟ ଓପନ କରିବା ଏବଂ ଲୋନ ମୋରେଟୋରିୟମ ସହ ଜଡିତ ଅନେକ ସୁବିଧା ସାମିଲ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.