Below header

ସ୍ତ୍ରୀକୁ ବିଷ ଦେଇ ହତ୍ୟା କରି ହସ୍ପିଟାଲରେ ଛାଡି ପଳାଇଲା ପୋଲିସ୍‌ ସ୍ୱାମୀ, ନ୍ୟାୟ ପାଇଁ ଧାରଣାରେ ପରିବାର ଲୋକେ

ମୟୂରଭଞ୍ଜ : ସ୍ତ୍ରୀକୁ ବିଷ ଦେଇ ହତ୍ୟା କରି ହସ୍ପିଟାଲରେ ଛାଡି ପଳାଇଲା ପୋଲିସ୍‌ ସ୍ୱାମୀ । ଏବେ ଝିଅକୁ ନ୍ୟାୟ ଦେବା ପାଇଁ ଧାରଣା ଦେଇଛନ୍ତି ବାପଘର ଲୋକ । ଘଟଣାଟି ହେଉଛି ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଳକ ପ୍ରତାପପୁର ଗାଁର । ଅଭିଯୋଗ ଯେ ମୃତ ଝରଣା ମଣ୍ଡଳଙ୍କୁ ରାସଗୋବିନ୍ଦପୁର ୫ମ ବାଟାଲିୟନରେ କାର୍ଯ୍ୟରତ ମନୋରଞ୍ଜନ ବିବାହ କରିଥିଲେ ।

ହେଲେ ବିବାହ ପରଠାରୁ ଝରଣାଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଇଆସୁଥିଲେ ମନୋରଞ୍ଜନ । ତେବେ ରବିବାର ଦିନ ଅତ୍ୟଧିକ ମାରପିଟ କରିବାରୁ ଗତକାଲି ଝରଣାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ଏନେଇ ଥାନାରେ ଏତଲା ଦେଇଛନ୍ତି ଝରଣାଙ୍କ ପରିବାର ଲୋକ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.