ୟୁଟ୍ୟୁବ୍‌ର ରାଶିଦ୍‌ଙ୍କ ନାମରେ ୫୦୦ କୋଟିର ମାନହାନୀ ମକଦ୍ଦମା କଲେ ଅକ୍ଷୟ କୁମାର

ମୁମ୍ବାଇ :  ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ନିଜର ନାମକୁ ଯୋଡ଼ାଯିବା ଯୋଗୁ ଅସନ୍ତୁଷ୍ଟ ଅକ୍ଷୟ କୁମାର ଜଣେ ୟୁଟ୍ୟୁବରଙ୍କ ନାମରେ ୫୦୦ କୋଟିର ମାନହାନୀ ମକଦ୍ଦମା ରୁଜୁ କରିଛନ୍ତି । ଏହି ୟୁଟ୍ୟୁବର ହେଲେ ରାଶିଦ୍‌ ସିଦ୍ଦୀକୀ । ରାଶିଦ୍‌ ଅଭିନେତା ସୁଶାନ୍ତ ସିଂହଙ୍କ ମୃତ୍ୟୁରେ ବଲିଉଡ୍‌କୁ ବଦନାମ କରିବା ସହ ଅଭିନେତା ଅକ୍ଷୟ କୁମାରଙ୍କ ନାମରେ ୟାଡୁ ସ୍ୟାଡୁ ଲେଖି ତାଙ୍କୁ ବଦନାମ କରିଥିଲେ ବୋଲି ଅକ୍ଷୟ କୁମାର ଅଭିଯୋଗ କରିଛନ୍ତି । ତେଣୁ ଅକ୍ଷୟ ତାଙ୍କ ନାମରେ ୫୦୦ କୋଟି ଟଙ୍କାର ମାନହାନୀ ମକ୍କଦ୍ଦମା ରୁଜୁ କରିଛନ୍ତି ବୋଲି ଅକ୍ଷୟଙ୍କ ନିକଟତମ ସୂତ୍ରରୁ ଜଣାପଡ଼ିଛି ।

akshay-1

୨୫ ବର୍ଷୀୟ ରାଶିଦ୍‌ ବିହାରରେ ରହୁଥିବା ବେଳେ ପେଶାରେ ଜଣେ ସିଭିଲ୍‌ ଇଂଜିନିୟର । ସେ ସୁଶାନ୍ତ ସିଂହଙ୍କ ମୃତ୍ୟୁ ମାମଲାକୁ ନେଇ ୟୁଟ୍ୟୁବ୍‌ରେ ବିଭିନ୍ନ ଭିଡିଓ ଅପ୍‌ଲୋଡ୍‌ କରିଥିଲେ । ଯେଉଁଥିରେ ବଲିଉଡ୍‌ର ବିଭିନ୍ନ କଳାକାରଙ୍କ ସହ ଅକ୍ଷୟ କୁମାରଙ୍କୁ ମଧ୍ୟ ସମାଲୋଚନା କରିଥିଲେ । ସେ ତାଙ୍କ ଭଡିଓରେ, ‘ଅକ୍ଷୟ କୁମାର ସୁଶାନ୍ତଙ୍କ ପ୍ରେମିକା ରିୟାଙ୍କୁ କାନାଡା ବିଦା କରିଦେବା ପାଇଁ ଚେଷ୍ଟା କରୁଥିଲେ ।’

Akshay-2

ଆଉ ଏକ ଭିଡିଓରେ ରାଶିଦ କହିଥିଲେ ଯେ ଅକ୍ଷୟ ଏମ୍‌ ଏସ୍‌ ଧ୍ୱନୀ ଭଳି ବଡ଼ ଫିଲ୍ମରେ ସୁଶାନ୍ତଙ୍କ ଏଣ୍ଟ୍ରିକୁ ମଧ୍ୟ ନାପସନ୍ଦ କରିଥିଲେ । ଆଉ ଏକ ଭିଡିଓରେ ରାଶିଦ କହିଥିଲେ, ’ ଅକ୍ଷୟ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଓ ମୁମ୍ବାଇ ପୋଲିସ୍‌କୁ ଗୁପ୍ତରେ ମିଳୁଥିଲେ । ’ ଯାହାକୁ ନେଇ ଅକ୍ଷୟ କୁମାର ପ୍ରତିକ୍ରିୟା ପ୍ରକାଶ କରିବା ସହ ମାନହାନୀ ମକଦ୍ଦମା କରିଛନ୍ତି ବୋଲି ଅକ୍ଷୟଙ୍କ ନିକଟତମ ସୂତ୍ରରୁ ଜଣାପଡ଼ିଛି ।
ପ୍ରକାଶଯୋଗ୍ୟ, ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ, ପୁଅ ଆଦିତ୍ୟ ଠାକ୍‌ରେ ଓ ମୁମ୍ବାଇ ପୋଲିସକୁ ବଦନାମ କରିବା ଅଭିଯୋଗରେ ରାଶିଦ୍‌ ସିଦ୍ଦୀକୀଙ୍କ ନାମରେ ଶିବସେନା ଲିଗଲ୍‌ ସେଲ୍‌ ଥାନାରେ ଏଫ୍‌ଆଇଆର୍‌ ଦେଇଥିଲା ।

ଫଳରେ ସିଦ୍ଦୀକୀଙ୍କୁ ମୁମ୍ବାଇ ପୋଲିସ୍‌ ଗିରଫ କରିଥିଲା । ପରେ ରାଶିଦ୍‌ ଜାମିନ୍‌ରେ ଆସିଥିଲେ । ମୁମ୍ବାଇ ପୋଲିସ ତଦନ୍ତରୁ ଜାଣିବାକୁ ପାଇଥିଲା ଯେ ରାଶିଦ୍‌ ଏଭଳି ଭିଡିଓ ୟୁଟ୍ୟୁବ୍‌ରେ ପୋଷ୍ଟ କରି ୪ ମାସ ମଧ୍ୟରେ ୧୫ ଲକ୍ଷ ଓ ଖାଲି ସେପ୍ଟେମ୍ବର ମାସରେ ୬.୫ ଲକ୍ଷ ଟଙ୍କା ରୋଜଗାର କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.