କୃଷକଙ୍କୁ ଆସନ୍ତା ମାସରେ ମିଳିବ ୨୦୦୦ ଟଙ୍କା କିସ୍ତି, ଏପରି ଚେକ୍‌ କରନ୍ତୁ ଲିଷ୍ଟରେ ନିଜର ନାମ

ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ସପ୍ତମ କିସ୍ତି ଆସନ୍ତା ମାସ କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇପାରେ। ପିଏମ ମୋଦିଙ୍କ ଏହି ଯୋଜନାରୁ ଲକ୍ଷ ଲକ୍ଷ ଚାଷୀଙ୍କୁ ଫାଇଦା ମିଳୁଛି। ଏବେ ସୁଦ୍ଧା ଏହି ସ୍କିମର ୬ଟି କିସ୍ତି ଖାତାରେ ଟ୍ରାନ୍ସଫର ହୋଇସାରିଛି। ଅନୁମାନ କରାଯାଉଛି ଯେ ୭ମ କିସ୍ତି ୨୦୦୦ ଟଙ୍କା ବି ଡିସେମ୍ବର ୨୦୨୦ର ପ୍ରଥମ ସପ୍ତାହରେ କୃଷକଙ୍କ ଖାତାକୁ ଆସିପାରେ।

ଆପଣଙ୍କୁ କିସ୍ତି ଆସିଛି କି ନାହିଁ ଏପରି ଚେକ କରନ୍ତୁ

ଯଦି ଆପଣ ମଧ୍ୟ ଜଣେ କୃଷକ ଏବଂ ଏହି ସ୍କିମ ପାଇଁ ରେଜିଷ୍ଟ୍ରେସନ କରିଛନ୍ତି। ଏବଂ ଆପଣ ଜାଣିବାକୁ ଚାହୁଁଛନ୍ତି ଏହି ସ୍କିମର ରାଶି ଆପଣଙ୍କ ଖାତାରେ ଆସିଛି ନା ନାହିଁ, ତାହେଲେ ଏହା ଜାଣିବା ବହୁତ ସହଜ। ଯଦି ଆପଣଙ୍କ ନାମ ଲାଭାର୍ଥୀଙ୍କ ଲିଷ୍ଟରେ ଥାଏ, ତାହେଲେ ଆପଣଙ୍କୁ କିସ୍ତି ମିଳିବ।

ଏପରି ଚେକ କରନ୍ତୁ

  • ସର୍ବପ୍ରଥମେ ପିଏମ କିସାନ ସ୍କିମର ଅଫିସିଆଲ ୱେବସାଇଟ https://pmkisan.gov.inକୁ ଯାଆନ୍ତୁ।
  • ‘Farmers Corner’ରେ ବହୁତ ଅଧିକ ଅପସନ୍‌ ଦିଆଯାଇଥିବ, ଯେଉଁଥିରେ ଗୋଟିଏ ଅପସନ୍‌  ‘Beneficiary List’ ମଧ୍ୟ ଥିବ। ଯାହାଉପରେ ଆପଣଙ୍କୁ କ୍ଲିକ କରିବାକୁ ହେବ।
  • ‘Beneficiary List’ କୁ କ୍ଲିକ କରିବା ପରେ ଏକ ନୂଆ ପେଜ୍‌ ଖୋଲିବ। ଏହି ପେଜରେ ରାଜ୍ୟ, ଜିଲ୍ଲା, ଉପ-ଜିଲ୍ଲା, ବ୍ଲକ ଏବଂ ଗାଁର ବିବରଣୀ ଚୟନ କରି Get Report ଉପରେ କ୍ଳିକ କରନ୍ତୁ।
  • ଲିଷ୍ଟରେ ଅନେକ ପେଜ ଥିବ, ଯେଉଁଥିରେ ଆପଣଙ୍କୁ ଏଥିରେ ନିଜ ନାମ ଖୋଜିବାକୁ ହେବ।
  • ଯଦି ଆପଣ କିଛି ଦିନ ପୂର୍ବରୁ ଆପ୍ଲାଏ କରିଛନ୍ତି ତାହେଲେ Status of Self Registered/CSC Farmerର ଅପସନ୍‌ ଉପରେ କ୍ଲିକ କରିବାକୁ ହେବ।

ଲିଷ୍ଟରେ ନାମ ନଥିଲେ କରନ୍ତୁ ଅଭିଯୋଗ

ଅନେକ ଲୋକଙ୍କ ନାମ ଗତ ଲିଷ୍ଟରେ ଥିଲା, କିନ୍ତୁ ନୂଆ ଲିଷ୍ଟରେ ଯଦି ଆପଣଙ୍କ ନାମ ନଥାଏ ତାହେଲେ ଏହାର ଅଭିଯୋଗ ଆପଣ ପିଏମ କିସାନ ସମ୍ମାନ ହେଲ୍ପଲାଇନ ନମ୍ବରରେ କରିପାରିବେ। ଏଥିପାଇଁ ଆପଣ ହେଲ୍ପଲାଇପ ନମ୍ବର 011-24300606କୁ କଲ୍‌ କରିପାରିବେ। ଗତ ଥର ପ୍ରାୟ ଏକ କୋଟିରୁ ଅଧିକ ଲୋକଙ୍କୁ ଏହି ସ୍କିମର ଫାଇଦା ମିଳିନଥିଲା। ଏମିତିରେ ଆପଣ ପୁଣି ଥରେ ନିଜ ବିବରଣୀକୁ ଅପଡେଟ କରିଦିଅନ୍ତୁ।

କଣ ଏହି ପିଏମ କିସାନ ସମ୍ମାନ ନିଧି ଯୋଜନା

ମୋଦି ସରକାର କିସାନ ସମ୍ମାନ ନିଧି ଯୋଜନା ଅନୁଯାୟୀ ଗରିବ ଚାଷୀଙ୍କୁ ପ୍ରତି ବର୍ଷ ୬୦୦୦ ଟଙ୍କାର ସହାୟତା ରାଶି ମିଳିଥାଏ। ଏହି ଟଙ୍କା ଦୁଇଟି କିସ୍ତିରେ କୃଷକଙ୍କ ଖାତାକୁ ଆସିଥାଏ। ପ୍ରଥମ କିସ୍ତି ୧ ଡିସେମ୍ବରରୁ ୩୧ ମାର୍ଚ୍ଚ ଭିତରେ ଆସିଥାଏ। ସେହିପରି ଦ୍ୱିତୀୟ କିସ୍ତି ୧ ଏପ୍ରିଲ ଠାରୁ ୩୧ ଜୁଲାଇ ଭିତରେ ଆସିଥାଏ। ତୃତୀୟ କିସ୍ତି ୧ ଅଗଷ୍ଟ ରୁ ୩୦ ନଭେମ୍ବର ଭିତରେ କୃଷକଙ୍କ ଖାତାରେ ଟ୍ରାନ୍ସଫର କରାଯାଇଥାଏ। ସରକାର ପଠାଇଥିବା ଟଙ୍କା ଏବଂ କୃଷକଙ୍କ ଭିତରେ କେହି ବି ବାଧା ସୃଷ୍ଟି ହୋଇନଥାଏ। ଏହି ଯୋଜନା ସେହି ଛୋଟ ଚାଷୀଙ୍କ ପାଇଁ ଯେଉଁମାନଙ୍କ ପାଖରେ ଚାଷ ଜମି ନଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.