Below header

ବଲାଙ୍ଗିର ପାଟଣାଗଡ଼ ଗଣହତ୍ୟା ମାମଲା, ୭ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କଲା ପୋଲିସ

କେନ୍ୟୁଜ୍ (ବ୍ୟୁରୋ) : ବଲାଙ୍ଗିର ପାଟଣାଗଡ଼ ଗଣହତ୍ୟା ମାମଲାର ଗିରଫ ୭ ଅଭିଯୁକ୍ତ କୋର୍ଟରେ ହାଜର। ପାଟଣାଗଡ଼ ଏସଡିଜେଏମ କୋର୍ଟରେ ହାଜର କରିଛି ପୋଲିସ। ଗତକାଲି ଏହି ୭ ଅଭିଯୁକ୍ତଙ୍କୁ ଗିରଫ କରିବା ନେଇ ବଲାଙ୍ଗିର ଏସପି ସନ୍ଦୀପ ସଂପଦ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ। ପୂର୍ବ ଶତ୍ରୁତାରୁ ଗତ ୧୦ ତାରିଖ ରାତିରେ ପାଟଣାଗଡ଼ କୁସୁମପଡ଼ାରେ ଜାନୀ ପରିବାରର ୬ଜଣ ସଦସ୍ୟଙ୍କୁ ଏମାନେ ନିର୍ମମ ଭାବେ ହତ୍ୟା କରିଥିଲେ। ଏବେବି ୨ ଅଭିଯୁକ୍ତ ଫେରାର ଅଛନ୍ତି।.

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.