Below header

ବନ୍ଧୁର ପ୍ରକୃତ ଅର୍ଥ କ’ଣ ଜାଣିଛନ୍ତି କି? ଜାଣନ୍ତୁ କେତେ ପ୍ରକାରର ହୋଇଥାନ୍ତି ମିତ୍ର

ପବିତ୍ର ମହାଭାରତ ଗ୍ରନ୍ଥରେ ଆମ ସାମାଜିକ ଜୀବନକୁ ସରଳ ଓ ସୁନ୍ଦର ଭାବେ ଗଢ଼ି ତୋଲିବାକୁ କେତେକ ଉପାୟ କୁହାଯାଇଛି। ଏହି ଉପାୟକୁ ଦୈନନ୍ଦିନ ଜୀବନରେ ପାଳନ କରିବା ଦ୍ୱାରା କୌଣସି ସଙ୍କଟ ବା ବିପଦ ଦେଖାଦେଇନଥାଏ। ମହାଭାରତର ଶାନ୍ତି ପର୍ବରେ ଭୀଷ୍ମ ପିତାମହ ଯୁଧିଷ୍ଠିରଙ୍କୁ ୪ ପ୍ରକାରର ବନ୍ଧୁ ବା ସାଙ୍ଗଙ୍କ ବିଷୟରେ କହିଥିଲେ। ଯେଉଁମାନଙ୍କ ସହ ଆମର ବନ୍ଧୁତା ପରିସ୍ଥିତିରେ ପଡ଼ି ବା ସ୍ୱାର୍ଥ ଲାଭ ଆଶାରେ ବା ନିଃସ୍ୱାର୍ଥପର ଭାବେ ଗଢ଼ି ଉଠିଥାଏ। ଆସନ୍ତୁ ଜାଣିବା ସେହି ୪ ପ୍ରକାରର ବନ୍ଧୁଙ୍କ ସମ୍ପର୍କରେ…

୧. ସହାର୍ଥ ବନ୍ଧୁ:

ଯେଉଁ ବନ୍ଧୁ କୌଣସି ସର୍ତ୍ତରେ ପରସ୍ପରକୁ ସାହାଯ୍ୟ କରିଥାନ୍ତି ସେମାନଙ୍କୁ ସହାର୍ଥ ବନ୍ଧୁ କୁହାଯାଏ। ଉଦାହରଣ ସ୍ୱରୂପ, ଯଦି ଦୁଇ ବନ୍ଧୁ ଏକାଠି କୌଣସି ବେପାର ଆରମ୍ଭ କରୁଛନ୍ତି ତେବେ ସର୍ତ୍ତ ମୁତାବକ ସେମାନେ ଲାଭକୁ ମଧ୍ୟ ଅଧା ଅଧା ବାଣ୍ଟି ନେବେ।

୨. ଭଜମାନ ବନ୍ଧୁ:

ଯେଉଁ ବ୍ୟକ୍ତିଙ୍କ ପୂର୍ବଜ ବନ୍ଧୁ ହୋଇଥାନ୍ତି, କ୍ରମେ ସେମାନେ ମଧ୍ୟ ସାଙ୍ଗ ହେଲେ ସେମାନଙ୍କୁ ଭଜମାନ ମିତ୍ର କୁହାଯାଏ। ଅର୍ଥାତ୍‌ ଯାହାର ବାପା କିମ୍ବା ଦାଦାଙ୍କ ସହ ମିତ୍ରତା ଥିବ, ସେମାନଙ୍କ ପରିବାରର କେହି ଆମ ବନ୍ଧୁ ହେଲେ ତାହାକୁ ଭଜମାନ ବନ୍ଧୁ କୁହାଯାଏ।

୩.ସହଜ ମିତ୍ର:

ନିକଟ ସମ୍ପର୍କୀୟ ଆମ ପାଇଁ ସହଜ ମିତ୍ର ହୋଇଥାନ୍ତି। ଏମାନଙ୍କୁ ସହଜ ମିତ୍ର କହିବା କାରଣ ହେଉଛି, କୌଣସି ବନ୍ଧୁ ପରିଜନଙ୍କ ଦ୍ୱାରା ବା କୌଣସି ସର୍ତ୍ତରେ ଆମେ ସେମାନଙ୍କ ସହ ବନ୍ଧୁତା କରିନଥାଉ।

ଏହାସହ ପଢନ୍ତୁ: ସଂସାରରେ ବଢ଼ି ବଢ଼ି ଚାଲିଛି ଅଧର୍ମ, କଳିଯୁଗରେ ଲୋକମାନଙ୍କ ଉପରେ କ’ଣ ରହିଛି କାଳର ପ୍ରଭାବ, ଜାଣିବାକୁ ପଢ଼ନ୍ତୁ

୪.କୃତ୍ରିମ ମିତ୍ର:

ଯେଉଁ ବ୍ୟକ୍ତିଙ୍କୁ କିଛି ଦାନ ଦେଇ ତାଙ୍କ ସହ ମିତ୍ରତା ସ୍ଥାପନ କରାଯାଏ, ସେମାନଙ୍କୁ କୃତ୍ରିମ ମିତ୍ର କୁହାଯାଏ। ଏହା ସେତେବେଳେ ହୋଇଥାଏ ଯେତେବେଳେ କେହି ଆପଣଙ୍କ କ୍ଷତି କରିବାକୁ ଆସିଥାଏ ଓ ଆପଣ ତାଙ୍କୁ କିଛି ଅର୍ଥଲୋଭ ଦେଖାଇ ନିଜ ବନ୍ଧୁ କରିଥାଉ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.