Below header

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ : ଆଜି ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ

ରାଞ୍ଚି : ଆସନ୍ତା ୩୦ ତାରିଖରୁ ୫ଟି ପର୍ଯ୍ୟାୟରେ ଆରମ୍ଭ ହେବ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ । ଆଜି ଏଥିପାଇଁ ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ । ନଭେମ୍ବର ୩୦ ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ କରାଯିବ । ଏହା ପରେ ଡିସେମ୍ବର ୭, ୧୨, ୧୬ ଓ ୨୦ ତାରିଖରେ ଭୋଟ୍‌ ଗ୍ରହଣ ହେବ । ଡିସେମ୍ବର ୨୩ ତାରିଖରେ ଭୋଟ୍‌ ଗଣତି ଏବଂ ଫଳାଫଳ ଘୋଷଣା କରାଯିବ ।

JHARKAHAND-2ଝାଡ଼ଖଣ୍ଡର ୮୧ ଆସନ ବିଶିଷ୍ଟ ବିଧାନସଭାରେ ୨୦୧୪ ନିର୍ବାଚନରେ ବିଜେପି ଏବଂ ଅଲ୍‌ ଝାଡ଼ଖଣ୍ଡ ଷ୍ଟୁଡେଣ୍ଟସ ୟୁନିୟନ (ଆଜସୁ) ମିଳିତ ଭାବେ ସରକାର ଗଢ଼ିଥିଲେ । ବିଜେପି ୩୫ଟି ଆସନ ଜିତିଥିବା ବେଳେ ଆଜସୁ ମାତ୍ର ୫ଟି ଆସନ ଜିତି ପାରିଥିଲା । ରଘୁବର ଦାସ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ । ଅନ୍ୟପଟେ କଂଗ୍ରେସ ମାତ୍ର ୬ଟି ଏବଂ ଦ୍ୱିତୀୟ ସର୍ବାଧିକ ଆସନ ଭାବେ ୧୭ଟି ଜିତିଥିଲା ଜେଏମଏମ୍‌ ବା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ।

JHARKAHAND-1ଏପଟେ ଚଳିତ ବର୍ଷ ଲୋକସଭା ନିର୍ବାଚନରେ ରାଜ୍ୟରେ ବିଜେପି ଏବଂ ଏନ୍‌ଡିଏ ମେଣ୍ଟ ମିଳିତ ଭାବେ ମୋଟ୍‌ ୧୪ରୁ ୧୨ଟି ଆସନ ଦଖଲ କରି ନେଇଛନ୍ତି । ତେଣୁ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତାରେ ବିଧାନସଭା ଦଖଲ ପାଇଁ ମଧ୍ୟ ଭାରତୀୟ ଜନତା ପାର୍ଟି ଅଣ୍ଟା ଭିଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.