BiggBoss 13କୁ ଅଧାରୁ ଛାଡିପାରନ୍ତି ସଲମାନ ଖାନ

ଛୋଟ ପରଦାରେ ସଲମାନ ଖାନଙ୍କ ଷ୍ଟାରର ଶୋ ବିଗବସ ସବୁବେଳେ ଚର୍ଚ୍ଚାରେ ରହିଥାଏ । ଚର୍ଚ୍ଚାରେ ରହିବାର କାରଣ କେବେ ଘରର ସଦସ୍ୟ ମାନଙ୍କ ମଧ୍ୟରେ ଝଗଡା ତ କେବେ ପ୍ରତିଯୋଗୀ ମାନଙ୍କ ମଧ୍ୟରେ ରୋମାନ୍ସ । ଏହାଛଡା ସଲମାନ ଖାନ ମଧ୍ୟ ନିଜର ଥଟ୍ଟା ଓ କ୍ରୋଧରେ ଦର୍ଶକ ମାନଙ୍କ ମନକୁ ଜିତିନେଇଥାନ୍ତି । ତେବେ ବର୍ତ୍ତମାନ ସଲମାନ ଖାନଙ୍କର ଫ୍ୟାନ୍ସ ମାନଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି ଯାହାକି ତାଙ୍କୁ କେବେବି ପସନ୍ଦ ଆସିବ ନାହିଁ ।

Salman Khan Bigg Boss 13

ନିକଟରେ ଶୁଣିବାକୁ ମିଳିଥିଲା ଯେ ବିଗବସର ଏହି ସିଜିନକୁ ପାଞ୍ଚ ସପ୍ତାହ ପର୍ଯ୍ୟନ୍ତ ଆଗକୁ ବଢାଯାଇପାରେ । ଏହା ଶୁଣିବା ପରେ ବିଗବସର ଦର୍ଶକମାନେ ବହୁତ ଖୁସି ହୋଇଯାଇଥିବେ ନିଶ୍ଚୟ କିନ୍ତୁ ଏହାମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଏହା ହେଉଛି ବଢାଯାଇଥିବା ସମୟରେ ସଲମାନ ଏହି ଶୋରେ ରହିବେ ନାହିଁ । ସୂଚନା ଅନୁଯାୟୀ ସଲମାନ ଖାନ ନିଜର ଅପକମିଙ୍ଗ ଫିଲ୍ମ ‘ରାଧେ ୟୋର ମୋଷ୍ଟୱାଣ୍ଟେଡ ଭାଇ’କୁ ନେଇ କୌଣସି ରିସ୍କ ନେବାକୁ ଚାଁହାନ୍ତି ନାହିଁ । ଏହାସହିତ ଫିଲ୍ମର ଅନେକ ଅଂଶ ବିଦେଶରେ ସୁଟିଂ ହେବାର ଅଛି ଏବଂ ଏହାର ପ୍ରସ୍ତୁତି ମଧ୍ୟ ଶେଷ ହୋଇସାରିଛି । କେବଳ ସଲମାନ ନୁହେଁ ବରଂ ଅନ୍ୟ ଷ୍ଟାରକାଷ୍ଟ ମାନଙ୍କର ମଧ୍ୟ ଡେଟ ଫିକ୍ସ ହୋଇସାରିଛି।

ଏହାସହ ପଢନ୍ତୁ ପୁରୁଷମାନଙ୍କୁ ନେଇ ବିଦ୍ୟା ବାଲାନ କହିଲେ ଏଭଳି କଥା, ଯାହାକୁ ଶୁଣି ଲୋକେ କହିଲେ..

ସୂଚନା ଅନୁଯାୟୀ ବିଗବସ13କୁ ଆଗକୁ ବଢାଯିବାର ନିଷ୍ପତ୍ତି ନିଆସରିଛି । ଯାହାଦ୍ୱାରା ବର୍ତ୍ତମାନ ସଲମାନ ଡେଟକୁ ନେଇ ଦ୍ଵନ୍ଦରେ ପଡିଯାଇଛନ୍ତି । ସେଥିପାଇଁ ବିଗବସରେ ବଢାଯାଇଥିବା ସମୟ ଅବଧିରେ ସେ ରହିପାରିବେ ନାହିଁ ବୋଲି କହିଛନ୍ତି । ଯଦିଓ ସଲମାନ ଶୋରେ ରହିବେ କି ନାହିଁ ସେନେଇ ବର୍ତ୍ତମାନ ପର୍ଯ୍ୟନ୍ତ ସଠିକ ସୂଚନା ମିଳିପାରି ନାହିଁ ।

फिल्म 'राधे: योर मोस्ट वांटेड भाई' की टीम

ସୂଚନା ଅନୁଯାୟୀ ସଲମାନ ଖାନ କିଛିଦିନ ହେବ ଫିଲ୍ମ ‘ରାଧେ ଔର ମୋଷ୍ଟ ୱାଣ୍ଟେଡ ଭାଇ’କୁ ନେଇ ଘୋଷଣା କରିଥିଲେ । ଏହି ଫିଲ୍ମରେ ପୁଣିଥରେ ସଲମାନଙ୍କ ସହିତ ଦିଶା ପଟାନି ନଜର ଆସିବେ । ତାଙ୍କ ସହିତ ଗୌତମ ଗୁଲାଟି, ଜ୍ୟାକି ଶ୍ରଫ, ସୋହେଲ ଖାନ ଓ ରଣଦୀପ ହୁଡ୍ଡା ମଧ୍ୟ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.