Below header

Viral Video: ଜବରଦସ୍ତ ଷ୍ଟାଇଲରେ କ୍ରିକେଟ ଖେଳୁଛି ଏହି କୁନି ଝିଅ, ଶଟ ପରେ ଶଟ ମାରି ଚାଲୁଛି, ବଡ଼ ବଡ଼ ଖେଳାଳି ବି ହୋଇଯିବେ ଚକିତ

ସୋସିଆଲ ମିଡିଆରେ ଆଜିକାଲି ପିଲାଙ୍କ ପ୍ରତିଭା ସାମ୍ନାକୁ ଆସିବାରେ ଲାଗିଛି। ଏହି ପ୍ଲାଟଫର୍ମରେ ସେମାନଙ୍କୁ ନିଜ ପ୍ରତିଭା ଦେଖାଇବାର ମଉକା ସହଜରେ ମିଳି ଯାଉଛି। ଏବେ ଏମିତି ହିଁ ଜଣେ କୁନି ଝିଅର ଭିଡିଓ ଖୁବ ଭାଇରଲ ହେଉଛି। କୁନି ଝିଅ ଜଣେ ବଢ଼ିଆ କ୍ରିକେଟ ପ୍ଲେୟାର, ଯାହାର ଟ୍ୟାଲେଣ୍ଟ ଦେଖିଲେ ଖୋଦ ଖେଳାଳି ବି ଚମକି ପଡ଼ିବେ।

ଏହି ୬ ବର୍ଷର କୁନି ଝିଅ ମହକ ଫାତିମାର ଭିଡିଓ ଇନଷ୍ଟାଗ୍ରାମରେ ଖୁବ ଭାଇରଲ ହେଉଛି। ଝିଅଟିର ବ୍ୟାଟିଂ ଶଟ ସୋସିଆଲ ମିଡିଆ ୟୁଜରମାନଙ୍କ ହୃଦୟରେ ଛାଇ ଯାଇଛି। ଏମିତି ଟ୍ୟାଲେଣ୍ଟ ଦେଖି ତା’ର ବୟସ ଉପରେ ବିଶ୍ୱାସ କରିବା ମୁସ୍କିଲ ହୋଇଯାଉଛି।

କେରଳ କୋଝିକୋଡରେ ରହୁଥିବା ଫାତିମାଙ୍କ କୋଚ ହେଉଛନ୍ତି ତାଙ୍କ ବାପା। କ୍ରିକେଟ ପ୍ରତି ତାଙ୍କର ଭଲ ପାଇବା ସେବେ ସୃଷ୍ଟି ହୋଇଥିଲା, ଯେବେ ତାଙ୍କ ୩ ବର୍ଷର ଭାଇକୁ ବାପା କ୍ରିକେଟ ଖେଳ ଶିଖାଉଥିବାର ସେ ଦେଖିବାକୁ ପାଇଥିଲେ। ଏହା ଦେଖି ଫାତିମା ନିଜ ବାପାଙ୍କୁ ପ୍ରଶ୍ନ କରିଥିଲେ କି, କାହିଁକି ସେ ତାଙ୍କୁ ବ୍ୟାଟିଂ ଶିଖାଉ ନାହାନ୍ତି, ଏଥିପାଇଁ କି, ସେ ଜଣେ ଝିଅ। ଝିଅର ଏମିତି କଥା ଶୁଣି ବାପା ତାଙ୍କୁ ମଧ୍ୟ କ୍ରିକେଟ ଖେଳ ଶିଖାଇଥିଲେ। ଆଜି ଫାତିମାଙ୍କ ବ୍ୟାଟିଂ ଷ୍ଟାଇଲର ଭିଡିଓକୁ ସୋସିଆଲ ମିଡିଆରେ ଖୁବ ସେୟାର କରାଯାଉଛି।

 

View this post on Instagram

 

A post shared by The Better India (@thebetterindia)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.