Below header

ପେନସିଲ୍‌ ଉପରେ ଲେଖାଯାଇଥିବା HB, 2B 2H, 9H ଭଳି କୋଡର କ’ଣ ଅର୍ଥ, ଜାଣନ୍ତି କି ?

ଆପଣ ଛୋଟ ବେଳରୁ ପେନସିଲ୍‌ରେ ନିଶ୍ଚିତ ଲେଖିଥିବେ। ଆଉ ଦୋକାନୀକୁ ସବୁବେଳେHB କିମ୍ବା 2B ପେନସିଲ୍‌ ମଧ୍ୟ ମାଗିଥିବେ। କିନ୍ତୁ କେବେ ଭାବିଛନ୍ତି କି ? ଏହି ଲେଖାର ଅର୍ଥ କ’ଣ। ପେନସିଲରେ ଲେଖା ହୋଇଥିବାHB, 2B 2H, 9H ଭଳି କୋଡର କ’ଣ ଅର୍ଥ ?

ଏହିସବୁ କୋଡ ଯୋଗୁଁ ପେନସିଲ୍‌ର ସ୍ୱତନ୍ତ୍ରତା ବଦଳିଯାଏ। ଏହାର ସିଧା ପ୍ରଭାବ ଲେଖାଲେଖି ଏବଂ ସ୍କେଚିଂ ଉପରେ ପଡିଥାଏ। କିନ୍ତୁ ଭଲ ରେଜଲ୍ଟ ପାଇଁ ଏହି କୋଡ ଅର୍ଥ ବୁଝିବା ଜରୁରୀ। ଜାଣନ୍ତୁ ଏହି କୋଡ୍‌ ସହିତ ପେନସିଲର ସ୍ୱତନ୍ତ୍ରତା ବିଷୟରେ କ’ଣ ଅର୍ଥ ହୋଇଥାଏ।

ଯଦି ପେନସିଲ୍‌ ଲାଷ୍ଟରେHB ଲେଖାଯାଇଥାଏ ତେବେ H ଅର୍ଥ ହାର୍ଡ ଏବଂ B ଅର୍ଥ ବ୍ଲାକ। ଅର୍ଥାତ୍‌HB ଲେଖାହୋଇଥିବା ପେନସିଲ ସାମାନ୍ୟ ଡାର୍କ ରଙ୍ଗର ହୋଇଥାଏ। ସେହିପରି ଯେଉଁ ପେନସିଲରେHH ଲେଖାଯାଇଥାଏ, ତାହା ଅଧିକ ହାର୍ଡ ହୋଇଥାଏ। ସେହିପରି 2B, 4B, 6B ଏବଂ 8B ଯୁକ୍ତ ପେନସିଲ୍‌ ଅଧିକ ଡାର୍କ ହୋଇଥାଏ।

ପେନସିଲ୍‌ରେ କଳା ରଙ୍ଗରେ ଦେଖିବାକୁ ମିଳିଥିବା ଗ୍ରାଫାଇଟ୍‌ ହିଁ କୋଡିଂ କେମିତି ହୋଇଥାଏ ନିର୍ଣ୍ଣୟ କରିଥାଏ। ଯେତେ ଅଧିକ କଳା ସେତିକି କଳାରଙ୍ଗ ବଢିଯାଏ।2B ପେନସିଲ୍‌ ମୁତାବକ 8B ଅଧିକ ଗାଢ ରଙ୍ଗ ହୋଇଥାଏ।

pencil
Photo credit: The Art Of Education

ଅଫିସ ହେଉ ଅବା ସ୍କୁଲ, ସାଧାରଣତଃ HB ପେନସିଲ୍‌ ବ୍ୟବହାର କରିବା ପାଇଁ ପରାମର୍ଶ ଦିଆଯାଏ। ଏହା ଭିତରେ ଥିବା ଗ୍ରାଫାଇଟ ଅଧିକ ହାର୍ଡ ହୋଇଥାଏ। ଏହାସହିତHB ପେନସିଲ୍‌ ଗାଢ ରଙ୍ଗ ଦେଇଥାଏ। ଯାହା ବହୁତ ଉନ୍ନତ ହୋଇଥାଏ।

ଅଲଗା ଅଲଗା କୋଡ ଥିବା ପେନସିଲର ବ୍ୟବହାର କ’ଣ ପାଇଁ କରାଯାଏ ? ଉଦାହରଣ ସ୍ୱରୂପ, ସ୍କେଚିଂ ସମୟରେ ମୁହଁରେ ହାଲକା ରଙ୍ଗର ସେଡ୍‌ ଦେବା ପାଇଁ 2HB ପନେସିଲ ବ୍ୟବହାର କରାଯାଏ। ସେହିପରି କେଶକୁ ରଙ୍ଗ ଦେବା ପାଇଁ 8B ପେନସିଲର ବ୍ୟବହାର କରାଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.