ହାଡ଼ଭଙ୍ଗା ଶୀତରେ ଜମିଲା ସିସୁ ହ୍ରଦ, ଦେଖାଗଲା ଆକର୍ଷଣୀୟ… ଛୁଟିଲେ ହଜାର ହଜାର ପର୍ଯ୍ୟଟକ

ସାରା ଦେଶରେ ଏବେ ଶୀତର ପ୍ରକୋପ ଜାରି ରହିଛି। ପୂରା ଉତ୍ତର ଭାରତରେ ଏହି ସମୟରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି। ଏହାରି ଭିତରେ ଲାହୌଲ ସ୍ପୀତିର କିଛି ଅଞ୍ଚଳରେ ତାପମାତ୍ରା ଶୂନ୍ୟରୁ ମାଇନସ୍‌ ୧୨ ଡିଗ୍ରୀ ସେଲସିୟସରେ ଚାଲିଛି। ପାରଦ ତଳକୁ ଖସି ଆସିବା କାରଣରୁ ସିସୁ ହ୍ରଦ ମଧ୍ୟ ଫ୍ରିଜ୍ ହୋଇଯାଇଛି। ଲାହୌଲ ସ୍ପୀତିରେ ପ୍ରବଳ ତୁଷାରପାତ ହେଉଛି। ଏହି କାରଣରୁ ହିମାଚଳ ପ୍ରଦେଶର ଅଧିକାଂଶ ଅଞ୍ଚଳରେ ତାପମାତ୍ରା ଶୂନ ଡିଗ୍ରୀ ସେଲସିୟସ କିମ୍ବା ଏହା ତଳକୁ ଖସି ଆସିଛି। ଏଥିରେ କିନ୍ତୁ ପର୍ଯ୍ୟଟକମାନେ ବହୁତ ଖୁସି ହୋଇ ଯାଇଛନ୍ତି। ସେମାନେ ଏଠାକାର ପାଗକୁ ବେଶ୍‌ ଉପଭୋଗ କରୁଛନ୍ତି।

ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ସିସୁ ହ୍ରଦ

ଖ୍ରୀଷ୍ଟମାସ ପୂର୍ବରୁ ହୋଇଥିବା ତାଜା ତୁଷାରପାତ ଯୋଗୁ ମନାଲିର ପାଗ ଆନନ୍ଦଦାୟକ ହୋଇଯାଇଛି। ଲାହୌଲ ସ୍ପୀତିରେ ଥିବା ସିସୁ ହ୍ରଦ ବରଫ ପାଲଟି ଯାଇଛି। ଏଠାରେ ମଧ୍ୟ ତୁଷାରପାତ ହୋଇଛି। ଭାରତ ପାଣିପାଗ ବିଭାଗ (IMD) ପୂର୍ବାନୁମାନ କରିଛି ଯେ ଆସନ୍ତା ୩ରୁ ୪ ଦିନ ମଧ୍ୟରେ ପାରଦ ଆହୁରି ତଳକୁ ଖସି ଯାଇପାରେ। କହି ରଖୁଛୁ କି, ହିମାଚଳ ପ୍ରଦେଶର ସିସୁ ହ୍ରଦ ଏହି ସମୟରେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ। ବହୁ ସଂଖ୍ୟକ ପର୍ଯ୍ୟଟକ ଏଠାକାର ସୁନ୍ଦର ଦୃଶ୍ୟ ଉପଭୋଗ କରିବା ପାଇଁ ଆସି ଥାଆନ୍ତି।

ହିମାଚଳ ପ୍ରଦେଶର ଲାହୌଲ ସ୍ପୀତିରେ ତାପମାତ୍ରା ହ୍ରାସ ପାଇବା କାରଣରୁ ଜନଜୀବନ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି। IMD ମଧ୍ୟ ଏହାକୁ ନେଇ ଚେତାବନୀ ଜାରି କରିଛି। ସୂଚନାଥାଉ କି, ସିସୁ ହ୍ରଦ ବର୍ତ୍ତମାନ ବରଫରେ ଜମିଯିବା ପରେ ଆହୁରି ଅଧିକ ଆକର୍ଷଣୀୟ ହୋଇ ଯାଇଛି। ଏଠାକାର ଦୃଶ୍ୟ ଅତ୍ୟନ୍ତ ମନଲୋଭା ରହିଛି। ଏଠାକୁ ଆସିଥିବା ପର୍ଯ୍ୟଟକ ନିଜ ନିଜ କ୍ୟାମେରାରେ ସିସୁ ହ୍ରଦର ସୌନ୍ଦର୍ଯ୍ୟକୁ କଏଦ କରୁଛନ୍ତି। ହିମାଚଳ ପ୍ରଦେଶରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି। ମନାଲିରୁ ରୋହତାଙ୍ଗ ମଧ୍ୟରେ ଗୁଲାବା ନିକଟସ୍ଥ ଏକ ନାଳ ମଧ୍ୟ ସମ୍ପୂର୍ଣ୍ଣ ଭାବେ ଜମି ଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.