Below header

କର୍ଣ୍ଣାଟକରେ ଦିନକୁ ଦିନ ବଢିବାରେ ଲାଗିଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା, ଚିନ୍ତାରେ ସରକାର  

ବେଙ୍ଗାଲୁରୁ(କେନ୍ୟୁଜ୍):ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଟପିଛି । ଯାହାକି ଏବେ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ତେବେ ମହାରାଷ୍ଟ୍ରରେ ସର୍ବାଧିକ ଥିବା ବେଳେ କର୍ଣ୍ଣାଟକରେ ଦିନକୁ ଦିନକୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଗତକାଲି ପୁଣି ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମସ୍ତ ବିଦେଶ ଫେରନ୍ତା ମହିଳା ଥିବା ସୁଚନା ମିଳିଛି । ଏମାନଙ୍କ ମଧ୍ୟରେ ଜଣେ ୧୯ ବର୍ଷ ଓ ଅନ୍ୟ ଜଣେ ୧୮ ବର୍ଷର ଥିବା ବେଳେ ଆଉ ୩ ଜଣ ୧୪ ବର୍ଷ ଓ ଜଣେ ୧୩ ବର୍ଷ ବୟସର ବାଳିକା ଥିବା ଜଣାଯାଇଛି ।

ଯାହାକି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪ ରେ ପହଁଚିଛି । ଦେଶର ପ୍ରଥମ ଓମିକ୍ରନ ଆକ୍ରାନ୍ତ କର୍ଣ୍ଣାଟକରେ ଚିହ୍ନଟ ହୋଇଥିଲା । ଗତ ୧୬ ଡିସେମ୍ବରରେ ୫ ଜଣ ଓ ଗତକାଲି ୬ ଜଣ ବାହାରିବା କର୍ଣ୍ଣାଟକ ସରକାରଙ୍କ ପାଇଁ ଚିନ୍ତା ବଢାଇଛି ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.