Below header

ବାଦୁଡ଼ି ଗଛରେ ସର୍ବଦା ଓଲଟା ଝୁଲୁଥାଏ କାହିଁକି , ଜାଣନ୍ତୁ ଏହା ପଛରେ କଣ ରହିଛି କାରଣ

ଓଲିଉଡ ଚଳଚ୍ଚିତ୍ରର ସବୁଠାରୁ ପ୍ରସିଦ୍ଧ ଚରିତ୍ର ବ୍ୟାଟମ୍ୟାନଙ୍କୁ ତ ଆପଣ ଜାଣିଥିବେ । ବ୍ୟାଟମ୍ୟାନ୍ ଚଳଚ୍ଚିତ୍ର ଦେଖିବା ପରେ ବାଦୁଡ଼ି ମାନଙ୍କ ବିଷୟରେ ଜାଣିବା ପାଇଁ କିଛିଲୋକ ଆଗ୍ରହୀ ହୋଇଥିବେ । ବାଦୁଡ଼ି ଆକାଶରେ ଉଡୁଥିବା ଏକ ସ୍ତନ୍ୟପାୟୀ ପ୍ରାଣୀ ଯାହାକି ସଂପୂର୍ଣ୍ଣ ରାତିଅଧିଆ ଏବଂ ଗଛ କିମ୍ବା ଅନ୍ଧାର ଗୁମ୍ଫାରେ ସର୍ବଦା ଓଲଟା ହୋଇ ପଡିଥାଏ । ଓଲଟା ଲଟକିଥିବା ବାଦୁଡ଼ିକୁ ଦେଖି ଆପଣଙ୍କ ମନରେ ଅନେକ ପ୍ରଶ୍ନ ମଧ୍ୟ ଉଠିଥିବ କିନ୍ତୁ ଆପଣ ଜାଣନ୍ତି କାହିଁକି ସେମାନେ ଓଲଟା ଝୁଲନ୍ତି ? କାହିଁକି ବାଦୁଡ଼ିମାନେ ସିଧା ବସନ୍ତି ନାହିଁ? ବାସ୍ତବରେ, ଏହା ପଛରେ ଏକ କାରଣ ଅଛି ଯାହା ଆପଣ ଜାଣିଲେ ମଧ୍ୟ ଆଶ୍ଚର୍ଯ୍ୟ ହେବେ । ତାହେଲେ ଆସନ୍ତୁ ଜାଣିବା କଣ ରହିଛି ଏହା ପଛର କାରଣ..

Why do bats hang upside down on trees?  Know the reason behind this

ବାଦୁଡ଼ି ହେଉଛି ଏକମାତ୍ର ଜୀବ ଯାହାକି ସ୍ତନ୍ୟପାୟୀ ପ୍ରାଣୀ ଏବଂ ଉଡିପାରେ । ସାରା ବିଶ୍ଵରେ ପ୍ରାୟ 1000 ରୁ ଅଧିକ ପ୍ରଜାତିର ବାଦୁଡ଼ି ଅଛନ୍ତି । ଏହି ପ୍ରଜାତିଗୁଡିକ ମଧ୍ୟରୁ କିଛି ବାଦୁଡ଼ି ଅଛନ୍ତି ଯିଏକି ରକ୍ତ ପିଇଥାନ୍ତି । ଏହି କାରଣରୁ, ସେମାନଙ୍କୁ ‘ଭାମ୍ପାୟାର୍ ବ୍ୟାଟ୍ସ’ ବି କୁହାଯାଏ । ବୈଜ୍ଞାନିକଙ୍କ ଅନୁଯାୟୀ ଆଜିଠାରୁ ପ୍ରାୟ 10 କୋଟି ବର୍ଷ ପୂର୍ବେ ଡାଇନୋସର ଯୁଗରେ ମଧ୍ୟ ବାଦୁଡ଼ିମାନେ ପୃଥିବୀରେ ବାସ କରୁଥିଲେ ଏବଂ ଆଜି ମଧ୍ୟ ପୃଥିବୀରେ ସେମାନଙ୍କର ଉପସ୍ଥିତି ରହିଛି । ଯାହା ବାସ୍ତବରେ ବହୁତ ଅଦ୍ଭୁତ ।

ବାଦୁଡ଼ି କାହିଁକି ଝୁଲେ ଓଲଟା ?

Rodrigues fruit bat – Philadelphia Zoo

ଏହା ପଛର ଗୋଟିଏ କାରଣ ହେଉଛି ଓଲଟା କାରଣରୁ ସେମାନେ ଅତି ସହଜରେ ଉଡିପାରନ୍ତି । ଅନ୍ୟ ପକ୍ଷୀମାନଙ୍କ ପରି ବାଦୁଡ଼ିମାନେ ଭୂମିରୁ ଉଡ଼ିବାକୁ ସକ୍ଷମ ନୁହଁନ୍ତି, କାରଣ ସେମାନଙ୍କର ଡେଣା ସେତିକି ଉଠିପାରେ ନାହିଁ ଯେତିକି ଏକ ପକ୍ଷୀକୁ ଉଡ଼ିବା ପାଇଁ ଆବଶ୍ୟକ । ଏହାବ୍ୟତୀତ ସେମାନଙ୍କର ପଛ ଗୋଡ ଛୋଟ ଏବଂ ସଂପୂର୍ଣ୍ଣ ବିକଶିତ ମଧ୍ୟ ନୁହେଁ ଯେଉଁଥିପାଇଁ ସେମାନେ ଚାଲିବା ଏବଂ ଦୌଡିବା ପାଇଁ ଅସମର୍ଥ । ବର୍ତ୍ତମାନ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ ସେମାନେ ସନ୍ତୁଳନ ହରାଇ ଭୂମିରେ ପଡ଼ନ୍ତି ନାହିଁ କାହିଁକି ? ଏହା ପଛର କାରଣ ହେଉଛି ସେମାନଙ୍କର ପାଦର ଶିରା ଏପରି ଭାବରେ ସଜାଯାଇଛି ଯେ ତାଙ୍କ ଓଜନ ହିଁ ସେମାନଙ୍କ ପଞ୍ଜରାକୁ ଦୃଢ ଭାବରେ ଧରି ରଖିବାରେ ସାହାଯ୍ୟ କରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.