Below header

କି ଦୁଃଖ ଦେଲୁରେ ଦଇବ…ନା କହିହେଉଛି ନା ସହିହେଉଛି

ପାଞ୍ଚ ଝିଅରେ ଗୋଟିଏ ପୁଅ । ସମସ୍ତଙ୍କର ଥିଲେ ଗେହ୍ଲା । ହେଲେ ଦଇବ ଦେଲା ଏତେ କଷଣ ଯାହାକୁ ସହିବା କଷ୍ଟକର । ନିଜ ଏକୋଇବଳା ବିଶିକେସନର ଏଭଳି ଅବସ୍ଥା ଦେଖି ଶୁଖୁନି ମା ଉଭଣୀଙ୍କ ଆଖିରୁ ଲୁହ । କେମିତିବା ଲୁହ ବୋଲମାନିବ ଚାହୁଁ ଚାହୁଁ ଚଲାବୁଲା କରୁଥିବା ଏତେ ବଡ ରୋଜଗାରିଆ ଭେଣ୍ଡିଆ ପୁଅଟା ହଠାତ୍ ଅକର୍ମଣ୍ୟ ପାଲଟିଯାଇଛି ।

ଭୁବନେଶ୍ୱର(କେନ୍ୟୁଜ୍): ପାଞ୍ଚ ଝିଅରେ ଗୋଟିଏ ପୁଅ । ସମସ୍ତଙ୍କର ଥିଲେ ଗେହ୍ଲା । ହେଲେ ଦଇବ ଦେଲା ଏତେ କଷଣ ଯାହାକୁ ସହିବା କଷ୍ଟକର । ନିଜ ଏକୋଇବଳା ବିଶିକେସନର ଏଭଳି ଅବସ୍ଥା ଦେଖି ଶୁଖୁନି ମା ଉଭଣୀଙ୍କ ଆଖିରୁ ଲୁହ । କେମିତିବା ଲୁହ ବୋଲମାନିବ ଚାହୁଁ ଚାହୁଁ ଚଲାବୁଲା କରୁଥିବା ଏତେ ବଡ ରୋଜଗାରିଆ ଭେଣ୍ଡିଆ ପୁଅଟା ହଠାତ୍ ଅକର୍ମଣ୍ୟ ପାଲଟିଯାଇଛି ।

ଜୀବନରେ କେଉଁଠି କେମିତି କାହା ସହିତ କଣ ଘଟିଯିବ ତାହା କହିବା ଅସମ୍ଭବ । ଯେମିତି ଦୁର୍ଘଟଣା । ଦୁର୍ଘଟଣା କେବେ କାହାକୁ ଆଗରୁ କହିକି ଆସେ ନାହିଁ । ହେଲେ ଯେତେବେଳେ ଆସେ ତାର ପ୍ରଭାବ ଛାଡ଼ି ଦେଇଯାଏ ସବୁଦିନ ପାଇଁ । ଏମିତି ଏକ ବାଇକ୍‌ ଦୁର୍ଘଟଣାର ଶିକାର ହୋଇଛନ୍ତି ବିଷ୍ଣୁ ପ୍ରତାପ ସିଂହ । କିଛି ଦିନ ତଳେ ସେ ନିଜ ସାଙ୍ଗମାନଙ୍କ ସହିତ ବାଇକ୍‌ରେ ଢେଙ୍କାନାଳର ପ୍ରସିଦ୍ଧ ଶୈବ ପୀଠ କପିଳାସ ବୁଲିବାକୁ ଯାଉଥିଲେ । ଅଭୟପୁର ଠାରେ ସାମନାରୁ ଏକ ବାଇକ୍‌ ଆସି ତାଙ୍କ ବାଇକ୍‌ ଟିକୁ ଧକ୍କା ଦେଇଥିଲା । ଫଳରେ ବିଷ୍ଣୁ ଛିଟିକି ଯାଇ ଦୁଇ ଗଛ ମଝିରେ ପିଟି ହୋଇଗଲେ । ଦୁଇ ଗୋଡ଼ ଯାକ ଭାଙ୍ଗିଗଲା । ତେବେ ସେ ସାଧାରଣ ଭାବେ ଗାଡ଼ି ଚଳାଇ ଯାଉଥିଲେ କୌଣସି ଷ୍ଟଣ୍ଟ କରୁନଥିଲେ ବୋଲି ବିଷ୍ଣୁ କହିଛନ୍ତି । ହେଲେ ଏହି ଦୁର୍ଘଟଣାରେ ସେ ଡାହାଣ ଗୋଡ଼ଟି ହରାଇଥିବା ବେଳେ ବାମ ଗୋଡ଼ରେ ରଡ୍‌ ଲାଗିଛି । ଏବେ ସେ ଶଯ୍ୟାଶାୟୀ ।

ବିଷ୍ଣୁ ପ୍ରତାପ ଏବଂ ତାଙ୍କର ପରିବାର ଲୋକେ ଅତ୍ୟନ୍ତ ଅସହାୟ ହୋଇପଡ଼ିଛନ୍ତି । ଘର ତାଙ୍କର ଉତ୍ତର ପ୍ରଦେଶ ଗୋରଖପୁରରେ । ଶିକ୍ଷା ଶେଷ କରିବା ପରେ ସେ ପୁସ୍ତକ ବ୍ୟବସାୟ କରୁଥିଲେ । ଭୁବନେଶ୍ୱରର ପଟିଆ ଅଞ୍ଚଳରେ ଏକା ରହୁଥିଲେ ବିଷ୍ଣୁ । ଦୁର୍ଘଟଣା ପରେ ପରିବାର ଲୋକେ ଆସି ତାଙ୍କ ଦେଖାଶୁଣା କରୁଛନ୍ତି । ହେଲେ ଖୁବ୍‌ ଦୁର୍ଦ୍ଦଶାରେ ଅଛନ୍ତି ୩୦ ବର୍ଷ ବୟସ୍କ ବିଷ୍ଣୁ । ଆର୍ଥିକ ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି । ଘରେ ପାଞ୍ଚ ଭଉଣୀରେ ଗୋଟିଏ ପୁଅ ହେଉଛନ୍ତି ବିଷ୍ଣୁ । ପୁଅର ଏଭଳି ଅବସ୍ଥା ଦେଖି କାନ୍ଦି କାନ୍ଦି ଦିନ କାଟୁଛନ୍ତି ଦୁଃଖିନୀ ମା ।

ସବୁଠାରୁ ଦୁଃଖଦ ଘଟଣା ଏତେ ଭୟଙ୍କର ଦୁର୍ଘଟଣା ପରେ ଘଟଣାସ୍ଥଳରୁ କିଛି ବିବେକହୀନ ଲୋକ ବିଷ୍ଣୁଙ୍କ ମନିପର୍ସ ନେଇଯାଇଥିଲେ। ଆଉ କିଛି ନିଜ ମାନବିକତା ଦେଖାଇ ଆମ୍ବୁଲାସକୁ କଲ କରିଥିଲେ । କିନ୍ତୁ ଆମ୍ବୁଲାସ ଅଧ ଘଣ୍ଟା ବିଳମ୍ବରେ ପହଁଚିଥିଲା । ତଥାପି ଆମ୍ବୁଲାମ୍ସ କର୍ମଚାରୀ ତୁରନ୍ତ ବିଷ୍ଣୁଙ୍କୁ ଉଦ୍ଧାର କରି କଟକ ମେଡିକାଲକୁ ସ୍ଥାନାନ୍ତର କରିଥିଲେ । ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହୋଇ ଏବେ ଘରକୁ ଫେରିଛନ୍ତି। ତେବେ ପୁଅ ର ଏପରି ଅବସ୍ଥା ଦେଖି ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗପଡିଥିବାବେଳେ ସହାୟତା ଯୋଗାଇଦେବା ପାଇଁ ନିବେଦନ କରିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.