ଏସିଅାନ୍ ଗେମ୍ସ : ମହିଳା ସିଙ୍ଗିଲ୍ସ ଫାଇନାଲରେ ପହଞ୍ଚିଲେ ସଟର୍ଲର ପି.ଭି ସିନ୍ଧୁ

ଜାକର୍ତ୍ତା : ଏସୀୟ କ୍ରୀଡାରେ ଭାରତୀୟ ମହିଳା ବ୍ୟାଡ୍ମିଣ୍ଟନ ଖେଳାଳିଙ୍କ କମାଲ । ମହିଳା ସିଙ୍ଗିଲ୍ସ ଫାଇନାଲରେ ପହଞ୍ଚିଛନ୍ତି ପି.ଭି ସିନ୍ଧୁ । ସେମିଫାଇନାଲରେ ଜାପାନର ୟାମାଗୁଚିଙ୍କୁ ହରାଇ ସେ ଏହି ସଫଳତା ପାଇଛନ୍ତି । ଆଜିର ମ୍ୟାଚ୍ ବେଶ ସଂଘର୍ଷପୂର୍ଣ୍ଣ ଥିଲା । ପ୍ରଥମରୁ ଜାପାନ ଖେଳାଳିଙ୍କ ଉପରେ ପ୍ରଭାବ ବିସ୍ତାର କରିଥିଲେ । ପ୍ରଥମ ସେଟକୁ ୨୧-୧୭ରେ ଜିତି ନେଇଥିଲେ ସିନ୍ଧୁ । ତେବେ ଦ୍ୱିତୀୟ ସେଟ୍ରେ ଆକ୍ରମଣାତ୍ମକ ଖେଳି ଦ୍ୱିତୀୟ ସେଟକୁ ଜିତି ନେଇଥିଲେ ୟାମାଗୁଚି । ତେବେ ତୃତୀୟ ସେଟ୍ରେ କମ୍ ବ୍ୟାକ୍ କରି ଆକ୍ରମଣାତ୍ମକ ଖେଳିଥିଲେ । ୨୧-୧୦ରେ ସେଟ୍ ସହ ମ୍ୟାଚ୍କୁ ନିଜ କବ୍ଜାକୁ ନେଇଥିଲେ ସିନ୍ଧୁ । ଏହି ବିଜୟ ସହ ସିନ୍ଧୁ ଫାଇନାଲରେ ପ୍ରବେଶ କରି ଭାରତ ପାଇଁ ଆଉ ଏକ ପଦକ ପକ୍କା କରିଛନ୍ତି ।