ଛୋଟ ଝିଅର ବଡ଼ ହୃଦୟ : ହାର୍ଟ ଅପରେସନ୍ ପାଇଁ ସଂଚୟ କରିଥିବା ଟଙ୍କା କେରଳକୁ କଲା ଦାନ

ବନ୍ୟାରେ ହୋଇଥିବା ବଡ କ୍ଷୟକ୍ଷତି ପରେ ସାରା ଦେଶରୁ କେରଳକୁ ମିଳୁଛି ସହାୟତା । ଯେଉଁ ଠାରେ ସାହାଯ୍ୟ କରିବା ପାଇଁ ଗରିବ ଏବଂ ଧନୀ ସାମିଲ୍ ହୋଇଛନ୍ତି ସେଠାରେ କିଛି ଲୋକ ଏମିତିବି ଅଛନ୍ତି ଯେଉଁ ମାନେ ପ୍ରମାଣ କରିଛନ୍ତି ଯଦି ଦେଶ ଉପରେ କିଛି ବିପଦ ଆସେ ତେବେ ସମସ୍ତେ ମିଶି କି’ପରି ସେହି ସମସ୍ୟାର ସମାଧାନ କରିବା ।
ଆଜି ଆମେ ଏମିତି ଗୋଟେ ଝିଅ ବିଷୟରେ କହିବାକୁ ଯାଉଛୁ, ଯିଏ କେରଳ ବନ୍ୟାରେ ପଡିତଙ୍କୁ ନିଜ ହାର୍ଟ ଅପରେସନ୍ କରିବା ପାଇଁ ଜମା କରିଥିବା ଟଙ୍କା ଦାନ କରିଦେଇଛନ୍ତି । ଅକ୍ଷୟା ନାମକ ଏହି ଝିଅଟିର ବୟସ ମାତ୍ର ୧୨ବର୍ଷ । ସେ ତାମିଲନାଡୁର କରୁରରେ ରହୁଛନ୍ତି । ସପ୍ତମ ଶ୍ରେଣୀରେ ପଢୁଥିବା ଅକ୍ଷୟାକୁ ହୃଦ ଜନିତ ଏକ ବଡ ରୋଗ ହୋଇଛି । ଯାହା ପାଇଁ ଅସ୍ତ୍ରୋପଚାର ନିହାତି ଆବଶ୍ୟକ । ହେଲେ ନିଜ କଥା ଚିନ୍ତା ନକରି କେରଳକୁ ସଂଚିତ ଟଙ୍କା ଦାନ କରି ଅନ୍ୟ ମାନଙ୍କ ପାଇଁ ପାଲଟିଛନ୍ତି ଅନନ୍ୟ ଉଦାହରଣ ।
ଏକ ଗରିବ ପରିବାରେ ଜନ୍ମ ଅକ୍ଷୟା । ତେଣୁ ଧୀରେ ଧୀରେ ଅପରେସନ୍ ପାଇଁ ଟଙ୍କା ସଂଚୟ କରୁଥିଲେ ପରିବାର ସଦସ୍ୟ । ବହୁତ କଷ୍ଟରେ ଏକ ଚାନ୍ଦା ମାଧ୍ୟମରେ ସେ ଏହି ଟଙ୍କା ସଂଚୟ କରିପାରିଥିଲେ । ଯାହାର ଗୋଟେ ଭାଗ ଏବେ ସେ କେରଳ ବନ୍ୟା ପ୍ରପୀଡିତଙ୍କୁ ଦାନ କରିଦେଇଛନ୍ତି ।
ଆହୁରି ପଢନ୍ତୁ : କୁନି ହାତରେ ବଡ଼ ଦାନ : ନିଜ ସାଇକେଲ୍ ପାଇଁ ସଂଚିତ ୯ହଜାର ଟଙ୍କା କେରଳକୁ ଦାନ କଲା ୯ବର୍ଷର ଝିଅ
ଅକ୍ଷୟା କହିଛନ୍ତି, ଟିଭିରେ ବନ୍ୟା ପିଡିତାଙ୍କୁ ଦେଖି ମନକୁ ବହୁତ ଦୁଃଖ ଲାଗିଲା ଯାହା ପରେ ମୁଁ ଏହି ନିସ୍ପତି ନେଇଥିଲି । ଏହା ପରେ ଅକ୍ଷୟା ତାଙ୍କ ମା’ଙ୍କ ସହିତ ଯାଇକି ୫୦୦୦ ହଜାର ଟଙ୍କାର ରାଶି ସହାୟତା ପାଇଁ କେରଳ ଏକାଠି କରୁଥିବା ଏକ ଫଣ୍ଡରେ ଦାନ କରିଛନ୍ତି ।
ଅକ୍ଷୟାଙ୍କ ପ୍ରଥମ ଅସ୍ତ୍ରୋପଚାର ହୋଇସାରିଛି । ନଭେମ୍ବରରେ ଦ୍ବିତୀୟ ଅସ୍ତ୍ରୋପଚାର ହେବାର ଥିଲା । ଯାହା ପାଇଁ ୨.୫ ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି । ଏହି ଟଙ୍କା ସୋସିଆଲ୍ ମିଡିଆ ସାହାଯ୍ୟରେ ଏକାଠି କରାଯାଉଛି । କିନ୍ତୁ ଆଜି ପ୍ରର୍ୟ୍ୟନ୍ତ କେବଳ ୨୦,୦୦୦ ହଜାର ଟଙ୍କା ହିଁ ଏକାଠି ହୋଇପାରିଛି । ଯେଉଁଥିରୁ ଅକ୍ଷୟା ୫୦୦୦ ହଜାର ଟଙ୍କା କେରଳ ବନ୍ୟା ପିଡିତ ପାଇଁ ଦାନ କରିସାରିଛନ୍ତି ।
ଟଙ୍କା ଦାନ କରିବା ସମୟରେ ସେ କହିଛନ୍ତି, ଏହି ସମୟରେ ଟଙ୍କାର ଆବଶ୍ୟକତା ଏବଂ ସହାଯ୍ୟ କେରଳକୁ ଅଧିକ ଦରକାର । ଏମାନଙ୍କୁ ପ୍ରତ୍ୟେକଙ୍କ ହାତରୁ କିଛି ସାହାଯ୍ୟ ମିଳିଲେ କେରଳ ବାସୀଙ୍କର ଲାଭ ହୋଇପାରିବ । ଏହା ସହିତ ଅକ୍ଷୟା ବଡ଼ ହୃଦୟରେ କହିଛନ୍ତି ମୋର ବିଶ୍ବାସ ଅଛି ନଭେମ୍ବର ସୁଧା ମୋ ହାର୍ଟର ଅସ୍ତ୍ରୋପଚାର ପାଇଁ ପଇସା ଜମା ହୋଇଯିବ ।