ଏସୀୟ କ୍ରୀଡ଼ା : ଜ୍ୟୋତି ଏବଂ ଓଜସ ତୀରନ୍ଦାଜୀରେ ଜିତିଲେ ସ୍ୱର୍ଣ୍ଣ, ଭାରତର ପଦକ ସଂଖ୍ୟା ୭୧
ତୀରନ୍ଦାଜୀରେ ସ୍ବର୍ଣ୍ଣ ପଦକ ହାସଲ କରିଛି ଭାରତ । ଜ୍ୟୋତି ୱେନ୍ନମ ଏବଂ ଓଜସ ଦେୱତାଲେ ଜିତିଲେ ସ୍ବର୍ଣ୍ଣ। ସେମାନେ କମ୍ପାଉଣ୍ଡ ମିକ୍ସଡ ଟିମ୍ ଇଭେଣ୍ଟରେ ଏହି ସଫଳତା ହାସଲ କରିଛନ୍ତି । ଭାରତର ପଦକ ସଂଖ୍ୟା ୭୧ ପହଞ୍ଚିଛି ।
ଏସିଆନ୍ ଗେମ୍ ସରେ ଭାରତକୁ ଆଉ ଏକ ସ୍ବର୍ଣ୍ଣ। ତୀରନ୍ଦାଜୀରେ ସ୍ବର୍ଣ୍ଣ ପଦକ ହାସଲ କରିଛି । ଜ୍ୟୋତି ୱେନ୍ନମ ଏବଂ ଓଜସ ଦେୱତାଲେ ଜିତିଲେ ସ୍ବର୍ଣ୍ଣ। ସେମାନେ କମ୍ପାଉଣ୍ଡ ମିକ୍ସଡ ଟିମ୍ ଇଭେଣ୍ଟରେ ଏହି ସଫଳତା ହାସଲ କରିଛନ୍ତି । ଭାରତୀୟ ଟିମ୍ କୋ ଟିମକୁ ୧୫୯-୧୫୮ ପଏଣ୍ଟରେ ହରାଇଛନ୍ତି । ସେହିପରି ୩୫ କିମି ରେକସ ୱାକ ମିକ୍ସଡ ଟିମ୍ ଇଭେଣ୍ଟରେ ଭାରତକୁ ବ୍ରୋଞ୍ଜ ପଦକ ମିଳିଛି । ମଞ୍ଜୁ ରାଣୀ ଓ ରାମ ବାବୁ ଏହି ପଦକ ଜିତିଛନ୍ତି । ଏସୀୟ କ୍ରୀଡ଼ାରେ ଭାରତର ମୋଟ ପଦକ ସଂଖ୍ୟା ୭୧ରେ ପହଞ୍ଚିଛି ।
ଏହି ପ୍ରତିଯୋଗିତାରେ ଭାରତ ପ୍ରଥମ ଦିନରେ ୫, ଦ୍ୱିତୀୟ ଦିନରେ ୬ଟି, ତୃତୀୟ ଦିନରେ ୩, ଚତୁର୍ଥ ଦିନରେ ୮ଟି, ପଞ୍ଚମ ଦିନରେ ୩ଟି, ଷଷ୍ଠ ଦିନରେ ୮, ସପ୍ତମ ଦିନରେ ୫, ଅଷ୍ଟମ ଦିନରେ ୧୫, ନବମ ଦିନରେ ୭ ଏବଂ ଦଶମ ଦିନରେ ୯ ପଦକ ପାଇଛି ।
ଭାରତର ପଦକ ସଂଖ୍ୟା : ୭୧
ସ୍ୱର୍ଣ୍ଣ: ୧୬
ରୌପ୍ୟ: ୨୬
ବ୍ରୋଞ୍ଜ : ୨୯
Hangzhou Asian Games: Archers Jyothi Vennam & Ojas Deotale beat Korean pair 159-158 in the final to win a Gold medal in the Compound Mixed Team event.
(Pic Source: SAI) pic.twitter.com/CkZuuanx7l
— ANI (@ANI) October 4, 2023