ଧର୍ମଗଡ଼କୁ ଜିଲ୍ଲା ଗଠନ ଦାବି, ଆଜି ୧୨ ଘଣ୍ଟିଆ ଧର୍ମଗଡ଼ ବନ୍ଦ

ଆଜି ୧୨ ଘଣ୍ଟିଆ ଧର୍ମଗଡ଼ ବନ୍ଦ । ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଧର୍ମଗଡ଼ ଉପଖଣ୍ଡ ବନ୍ଦ ଡାକରା ଦିଆଯାଇଛି । ଧର୍ମଗଡ଼ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ଆନ୍ଦୋଳନର ଆହ୍ୱାନ ଦିଆଯାଇଛି ।

କଳାହାଣ୍ଡି (କେନ୍ୟୁଜ): ଆଜି ୧୨ ଘଣ୍ଟିଆ ଧର୍ମଗଡ଼ ବନ୍ଦ । ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଧର୍ମଗଡ଼ ଉପଖଣ୍ଡ ବନ୍ଦ ଡାକରା ଦିଆଯାଇଛି । ଧର୍ମଗଡ଼ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ଆନ୍ଦୋଳନର ଆହ୍ୱାନ ଦିଆଯାଇଛି ।

ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲାର ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ଦାବି ଆନ୍ଦୋଳନ କରି ଅଗଷ୍ଟ ୨୮ ତାରିଖରୁ ଗଣଧାରଣା ଜାରି ରହିଥିଲା । ୩୭ ଦିନ ଧରି ଧର୍ମଗଡ଼ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ସଂଗଠନ ପକ୍ଷରୁ ଆନ୍ଦୋଳନ କରିବା ସହ ଉପଜିଲ୍ଲାପାଳ, ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳଙ୍କୁ ଦାବି ପତ୍ର ପଠାଇଥିଲେ । ଶେଷରେ ୩୭ ଦିନ ପରେ ଆଜି ଧର୍ମଗଡ଼ ବନ୍ଦ ଡାକରା ଦିଆଯାଇଛି । ବନ୍ଦ ଡାକରାରେ ଆଜି ସକାଳୁ ସକାଳୁ ଧର୍ମଗଡ, କୋକସରା,ଗୋଲାମୁଣ୍ଡାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ସକାଳୁ ଗାଡିଚଳାଚଳ ଏବଂ ଦୋକାନ ଵଜାର ବନ୍ଦ ରହିଛି । ଭବାନୀପାଟଣା ଜୟପୁର NH 26 ,ଆମପାଣି ନୂଆପଡା ବିଜୁ ଏକ୍ସପ୍ରେସ ରାସ୍ତା ଏବଂ ବଳଧିଆମାଳ ରାୟପୁର ରାସ୍ତାରେ ଯାତାୟତ ପ୍ରଭାବିତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.