ବାଇକ ଉପରେ ଚଢ଼ିଗଲା ଟ୍ରାକ୍ଟର, ଚାଳକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ବାଇକ ଚାଳକଙ୍କ ଉପରେ ଚଢ଼ିଗଲା ଟ୍ରାକ୍ଟର।  ଘଟଣା ସ୍ଥଳରେ ବାଇକ ଚଳକଙ୍କ ମୃତ୍ୟୁ ହୋଇଛି। ରାୟଗଡା ଜିଲ୍ଲା ଥେରୁବାଲି ଫାଣ୍ଡି କେଲିଗୁଡା ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକ ଜଣକ ହେଲେ କେନ୍ଦୁଗୁଡା ଗ୍ରାମର ଧନିଆ କୌଶଲ୍ୟା ବୋଲି ଜଣା ପଡ଼ିଛି।

ରାୟଗଡା (କେନ୍ୟୁଜ): ବାଇକ ଚାଳକଙ୍କ ଉପରେ ଚଢ଼ିଗଲା ଟ୍ରାକ୍ଟର।  ଘଟଣା ସ୍ଥଳରେ ବାଇକ ଚଳକଙ୍କ ମୃତ୍ୟୁ ହୋଇଛି। ରାୟଗଡା ଜିଲ୍ଲା ଥେରୁବାଲି ଫାଣ୍ଡି କେଲିଗୁଡା ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକ ଜଣକ ହେଲେ କେନ୍ଦୁଗୁଡା ଗ୍ରାମର ଧନିଆ କୌଶଲ୍ୟା ବୋଲି ଜଣା ପଡ଼ିଛି।

ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛି। ଖବର ପାଇ  ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରି ଘଟଣାର ତଦନ୍ତ କରୁଛି। କ୍ଷତିପୂରଣ ଦାବିରେ ରାସ୍ତା ରୋକ କରାଯାଇଛି। ଯାହା ଫଳରେ କଲ୍ୟାଣସିଂହପୁର ଠାରୁ ବିଷମକଟକ ରାୟଗଡ଼ାକୁ ଯାନବାହନ ଚଳାଚଳ ବନ୍ଦ ରହିଛି।