ସିକିମରେ ବାଦଲଫଟା ବର୍ଷା, ଭାସିଗଲେ ୨୩ ଯବାନ
ସିକିମ ବନ୍ୟାରେ ଭାସିଗଲେ ୨୩ ଯବାନ । ଲାଚେନ ଘାଟି ତୀସ୍ତା ନଦୀରେ ଭାସିଯାଇଥିବା ସୂଚନା । ଏମାନଙ୍କୁ ଉଦ୍ଧାର ପାଇଁ ତଲାସୀ ଅଭିଯାନ ଜାରି ରହିଛି ।
ସିକିମରେ ବାଦଲଫଟା ବର୍ଷାରୁ ବଡ଼ ଧରଣର ଅଘଟଣ । ଭାସିଗଲେ ୨୩ ଯବାନ । ବାଦଲଫଟା ବର୍ଷା ଯୋଗୁ ସିକିମ୍ ର ବିଭିନ୍ନ ନଦୀରେ ବନ୍ୟା ଆସିଛି । ଲାଚେନ୍ ଘାଟି ତୀସ୍ତା ନଦୀରେ ବଡ଼ଧରଣର ବନ୍ୟା ଆସିଛି । ବନ୍ୟାରେ ଭାସିଯାଇ ୨୩ ଯବାନ ନିଖୋଜ ଅଛନ୍ତି । ବନ୍ୟାରେ ଅନେକ ଯାନବାହନ ମଧ୍ୟ ଭାସିଯାଇଥିବା ସୂଚନା ମିଳିଛି ।
ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ହଠାତ୍ ବନ୍ୟା ପାଣି ମାଡିଆସିବାରୁ ଘାଟିରେ ଥିବା କିଛି ସୈନ୍ୟ କ୍ୟାମ୍ପ ଭାସିଯାଇଥିଲା । ୨୩ଯବାନଙ୍କ ସହିତ କିଛି ଗାଡି ମଧ୍ୟ ବୁଡିଯାଇଥିବା ଖବର ମିଳିଛି ।
23 army personnel have been reported missing due to a flash flood that occurred in Teesta River in Lachen Valley after a sudden cloud burst over Lhonak Lake in North Sikkim: Defence PRO, Guwahati https://t.co/zDabUMrCaI pic.twitter.com/uWVO1nsT2T
— ANI (@ANI) October 4, 2023
ବାଦଲ ଫାଟିବା ଯୋଗୁଁ ବନ୍ୟା ସ୍ଥିତି ଆସିଥିବାରୁ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ଘଟଣାସ୍ଥଳରେ ପହଞ୍ଚି ତଦାରଖ କରିଛନ୍ତି । ତେବେ ଚୁଙ୍ଗଥାଙ୍ଗ ବନ୍ଧରୁ ପାଣି ଆସିବା ଯୋଗୁଁ ହଠାତ୍ ୧୫ ରୁ ୨୦ ଫୁଟ ପାଣି ମାଡିଆସିଥିଲା । ଏଥିପାଇଁ ସିଙ୍ଗତାମ ପାଖରେ ଥିବା ବାରଦାଙ୍ଗ ଖଡେ ସେନା ଗାଡି ପ୍ରଭାବିତ ହୋଇଥିଲା । ୨୩ ଯବାନଙ୍କ ସହିତ ୪୧ ଗାଡି ମଧ୍ୟ କାଦୁଅରେ ବୁଡିଯାଇଛି ।
ସୂଚନାଯୋଗ୍ୟ, ସିକିମ୍ ଓ ପଶ୍ଚିମବଙ୍ଗ ଦେଇ ତୀସ୍ତା ନଦୀ ବାଂଲାଦେଶକୁ ପ୍ରବାହିତ ହେଉଛି । ଗତରାତି ସାରା ସିକିମ୍ରେ ମୁଷଳ ଧାରାରେ ବର୍ଷା ହୋଇଥିଲା। ଉତ୍ତର ସିକିମ୍ସ୍ଥିତ ଲୋନକ ହ୍ରଦ ଉପରେ ଅତି ପ୍ରବଳ ବର୍ଷା ବର୍ଷିବାରୁ ତାହା କୁଳଲଙ୍ଘିଲା ଓ ତୀସ୍ତା ନଦୀକୁ ବନ୍ୟା ଜଳ ପ୍ରବେଶ କଲା । ସିକିମ୍ ପ୍ରଶାସନ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ‘ହାଇ ଆଲର୍ଟ’ ଜାରି କରିଛି । ଏହି ଆକସ୍ମିକ ବନ୍ୟାରେ ସିକିମ୍ ଓ ପଶ୍ଚିମବଙ୍ଗକୁ ସଂଯୁକ୍ତ କରୁଥିବା ୧୦ ନମ୍ବର ଜାତୀୟ ରାଜପଥର କିଛି ଅଂଶ ମେଲି ନିକଟରେ ଧୋଇଯାଇଛି ।