Below header

କିମ୍ବଦନ୍ତୀ କ୍ରିକେଟର ବିଶନ ସିଂ ବେଦୀଙ୍କ ପରଲୋକ, ୭୭ ବର୍ଷ ବୟସରେ ମୃତ୍ୟୁ

ନିଜର ସ୍ପିନ ବୋଲିଂର ଯାଦୁରେ ଏକଦା ବିଶ୍ୱର ବହୁ ବଡ଼ ବଡ଼ ବ୍ୟାଟ୍ସମ୍ୟାନଙ୍କ ନିଦ ହଜାଇ ଦେଇଥିବା ଭାରତର ଏହି ପ୍ରତିଭାବାନ ବୋଲର ଆଜି ନିଜେ ଚିର ନିଦ୍ରାରେ ଶୋଇଯାଇଛନ୍ତି । କିମ୍ବଦନ୍ତୀ କ୍ରିକେଟର ତଥା ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ବିଶନ୍ ସିଂହ ବେଦୀ ପରଲୋକ ହୋଇଛି ।

ବିଶ୍ବକପ୍ ଭିତରେ ଭାରତୀୟ କ୍ରିକେଟ ଟିମ୍ ପାଇଁ ଦୁଃଖଦ ଖବର । ଆଉ ନାହାନ୍ତି କିମ୍ବଦନ୍ତୀ କ୍ରିକେଟର ତଥା ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ବିଶନ୍ ସିଂହ ବେଦୀ । ଆଜି ୭୭ ବର୍ଷ ବସୟରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ନିଜର ସ୍ପିନ ବୋଲିଂର ଯାଦୁରେ ଏକଦା ବିଶ୍ୱର ବହୁ ବଡ଼ ବଡ଼ ବ୍ୟାଟ୍ସମ୍ୟାନଙ୍କ ନିଦ ହଜାଇ ଦେଇଥିବା ଭାରତର ଏହି ପ୍ରତିଭାବାନ ବୋଲର ଆଜି ନିଜେ ଚିର ନିଦ୍ରାରେ ଶୋଇଯାଇଛନ୍ତି ।

୧୯୪୬ ମସିହା ସେପ୍ଟେମ୍ବର ମାସ ୨୫ ତାରିଖରେ ପଞ୍ଜାବର ଅମୃତସରରେ ଜନ୍ମଗ୍ରହଣ କରିଥିବା ବେଦୀ ଜଣେ ବାମହାତୀ ସ୍ପିନର ଥିଲେ । ସେ ଭାରତ ପାଇଁ ୧୯୬୬ରୁ ୧୯୭୯ ମସିହା ପର୍ଯ୍ୟନ୍ତ ଟେଷ୍ଟ ମ୍ୟାଚ ଖେଳିଥିଲେ । ସେ ୨୨ଟି ଟେଷ୍ଟ ମ୍ୟାଚରେ ଭାରତ ପାଇଁ ଅଧିନାୟକ ଦାୟିତ୍ୱ ତୁଲାଇଥିଲେ । ବେଦୀ ୬୭ଟି ଟେଷ୍ଟ ମ୍ୟାଚ ଖେଳି ୨୬୬ଟି ୱିକେଟ ହାସଲ କରିଥିଲେ । ଏଥିସହିତ ସେ ୧୫୬୦ଟି ୱିକେଟ ନେଇ ନିଜର ପ୍ରଥମ ଶ୍ରେଣୀ କ୍ରିକେଟ କ୍ୟାରିୟର ସମାପ୍ତ କରିଥିଲେ ।

୧୯୭୦ ଦଶକରେ ନିଜ ଯାଦୁଗରୀ ସ୍ପିନରେ କମାଲ କରୁଥିଲେ ବିଶନ ସିଂ ବେଦୀ । ଏରାପଲ୍ଲୀ ପ୍ରସନ୍ନା, ବିଏସ୍ ଚନ୍ଦ୍ରଶେଖର ଓ ଏସ୍. ଭେଙ୍କଟରାଘବନଙ୍କ ସହ ଭାରତୀୟ ସ୍ପିନ ବୋଲିଂରେ ଏକ ନୂଆ ଟ୍ରେଣ୍ଡ ଆରମ୍ଭ କରିଥିଲେ ବିଶନ ସିଂ ବେଦୀ । ସେ ଭାରତ ପାଇଁ ୬୭ଟି ଟେଷ୍ଟ ଖେଳିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.