ଖବର କାଗଜର ପ୍ରତ୍ୟେକ ପୃଷ୍ଠା ତଳେ ଥିବା ୪ଟି ବିନ୍ଦୁର ଅର୍ଥ ଜାଣିଛନ୍ତି କି ?

ପ୍ରତିଦିନ ଖବରକାଗଜ ପଢୁଥିବା ସମୟରେ ପ୍ରତ୍ୟେକ ପୃଷ୍ଠା ତଳେ ଥିବା ୪ଟି ରଙ୍ଗର ବିନ୍ଦୁ ଦେଖୁଥିବେ । ଆପଣ କେବେ ଚିନ୍ତା କରିଛନ୍ତି କି ଏହି ୪ଟି ବିନ୍ଦୁର ଅର୍ଥ କଣ ଏବଂ ଏହା କାହିଁକି କରାଯାଏ । ଆସନ୍ତୁ ଜାଣିବା ଏହି ବିଷୟରେ…

ଖବରକାଗଜ ପୃଷ୍ଠାଗୁଡିକର ତଳେ ଥିବା ଏହି ୪ଟି ବିନ୍ଦୁର ବ୍ୟବହାର କଣ ? ଯଦି ଏହି ପ୍ରଶ୍ନ ଆପଣଙ୍କ ମନରେ ଆସୁଛି ତେବେ ଜାଣିରଖନ୍ତୁ ଯେ, ଏହା ‘ରେଜିଷ୍ଟ୍ରେସନ ମାର୍କ’ କିମ୍ବା ‘କ୍ରପ୍ ମାର୍କ’ ଭାବରେ ରହିଥାଏ । ଏହି ବିନ୍ଦୁଗୁଡିକ ମୁଦ୍ରଣ ପ୍ରକ୍ରିୟାରେ ବ୍ୟବହୃତ ହୋଇଥାଏ । ଏହା ଦ୍ୱାରା ବିଭିନ୍ନ ରଙ୍ଗର ସଠିକ ଭାବରେ ମେଳ ହୋଇପାରିବ । ଏହି ୪ଟି ବିନ୍ଦୁ (ନୀଳ, ଗୋଲାପୀ, ହଳଦିଆ, କଳା ) ପୃଷ୍ଠାର ତଳେ ପ୍ରିଣ୍ଟ ହୋଇଥାଏ । ଯାହା ଫଳରେ ପୃଷ୍ଠା ସବୁବେଳେ ଠିକ ସ୍ଥାନରେ ମୁଦ୍ରିତ ହୁଏ । ଏହି ବିନ୍ଦୁ ସାହାଯ୍ୟରେ ଠିକ ରଙ୍ଗର ପ୍ରିଣ୍ଟ ହୋଇଥାଏ ଏବଂ ଏହା ରଙ୍ଗ ଠିକ ଭାବରେ ମେଳ କରିବାରେ ସାହାଯ୍ୟ କରିଥାଏ ।

ଯାହା ପୃଷ୍ଠାରେ ଗୁଣବତ୍ତା ଏବଂ ଏହାକୁ ପଢିବା ଯୋଗ୍ୟ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଏହା ମୁଦ୍ରଣରେ ସ୍ଥିରତା ଏବଂ ଭଲ ପ୍ରିଣ୍ଟିଙ୍ଗ କ୍ୱାଲିଟି ଦେଇଥାଏ । ଏହା ଦ୍ୱାରା ପାଠକମାନେ ସ୍ପଷ୍ଟ ଭାବରେ ଖବରକାଗଜ ପଢିପାରନ୍ତି । ଖବରକାଗଜକୁ ସଠିକ ଆକାରରେ କାଟିବା ପାଇଁ ‘କ୍ରପ୍ ମାର୍କ’ର ବ୍ୟବହାର ହୋଇଥାଏ । ଯାହା ଫଳରେ ମୁଦ୍ରଣ ପ୍ରକ୍ରିୟା ସହଜରେ ହୋଇପାରିବ । ଏହା ସହିତ ଏହି ବିନ୍ଦୁର ବ୍ୟବହାର ଟ୍ରିମ୍‌ ମାର୍କ ଭାବରେ ମଧ୍ୟ ହୋଇଥାଏ । ଏହା ମୁଦ୍ରିତ ପୃଷ୍ଠାକୁ କିପରି କାଟିବା, ଯାହା ଦ୍ୱାରା ମୁଦ୍ରିତ ହୋଇଥିବା ପୃଷ୍ଠା ଠିକ୍‌ ଆକାରରେ ଆସିବ ଏହାର ଧ୍ୟାନ ରଖିଥାଏ ।

ଖବର କାଗଜର ପ୍ରତି ପୃଷ୍ଠା ତଳେ ଥିବା ୪ଟି ବିନ୍ଦୁକୁ “CMYK” ନାମରେ ଜଣାଯାଏ । ଏହାର ପୁରା ନାମ ହେଉଛି “Cyan, Magenta, Yellow, Key” । ଏହା ୪ଟି ରଙ୍ଗକୁ ସୂଚିତ କରିଥାଏ, ଯାହା ମୁଦ୍ରଣ ପ୍ରକ୍ରିୟାରେ ସାହାଯ୍ୟ କରିଥାଏ । Cyan ନୀଳ ରଙ୍ଗ, Magenta ଗୋଲାପୀ ରଙ୍ଗ, Yellow ହଳଦିଆ ରଙ୍ଗ ଏବଂ Key କଳା ରଙ୍ଗକୁ ସୂଚିତ କରାଏ । “CMYK” ମୁଦ୍ରିତ ପ୍ରକ୍ରିୟାରେ ୪ଟି ରଙ୍ଗର ମିଶ୍ରଣ କରି ବିଭିନ୍ନ ରଙ୍ଗ ମୁଦ୍ରଣ କରିବାରେ ସାହାଯ୍ୟ କରିଥାଏ । ଯାହା ଦ୍ୱାରା ଉଚ୍ଚ ଗୁଣବତ୍ତା ଏବଂ ବିଭିନ୍ନତା ମିଳିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.