Below header

ସାଙ୍ଗ ହେବା ଆଳରେ ଅବସରପ୍ରାପ୍ତ ବାୟୁସେନା ଅଧିକାରୀଙ୍କ ଠାରୁ ଟଙ୍କା ନେଇଗଲେ ଡାଟା ସାଇଣ୍ଟିଷ୍ଟ

କିଶୋର ଜଣେ ଅବସରପ୍ରାପ୍ତ ବାୟୁସେନା ଅଧିକାରୀ । ତାଙ୍କ ସହ ବନ୍ଧୁତା ବଢାଇ ୩୫ ଲକ୍ଷ ଟଙ୍କା ଲୁଟ କରିଥିଲେ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଂଚଳର ସନ୍ତୋଷ ସାହୁ । ଉଭୟଙ୍କର ଏମ୍ସ ହସ୍ପିଟାଲରେ ଦେଖା ହୋଇଥିଲା। କିଛି ସମୟର ମିଳାମିଶା ଭିତରେ ଦୁହେଁ ବନ୍ଧୁ ହୋଇଥିଲେ

କେନ୍ୟୁଜ୍(ବ୍ୟୁରୋ): ସାଙ୍ଗ ଲୁଟିନେଲା ୩୫ ଲକ୍ଷ । ଅବସରପ୍ରାପ୍ତ ବାୟୁସେନା ଅଧିକାରୀଙ୍କୁ ୩୫ ଲକ୍ଷର ଚୁନା । ସାଙ୍ଗ ହେବା ଆଳରେ ଟଙ୍କା ନେଇଗଲେ ଡାଟା ସାଇଣ୍ଟିଷ୍ଟ। ଅଭିଯୋଗ ପରେ ଅଭିଯୁକ୍ତକୁ ବାନ୍ଧିଛି ଭୁବନେଶ୍ବର ସାଇବର ଥାନା । ଏହା ସହ ନଗଦ ୬ ଲକ୍ଷ ଟଙ୍କା, ଚେକ ବୁକ ଜବତ କରି ତଦନ୍ତ ଚଳାଇଛି ପୋଲିସ। ଲୁଟର ଶିକାର ହୋଇଛନ୍ତି ୫୯ ବର୍ଷର ବୟସ୍କ କିଶୋର ଚନ୍ଦ୍ର ଗନ୍ତାୟତ । କିଶୋର ଜଣେ ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ।

ତାଙ୍କ ସହ ବନ୍ଧୁତା ବଢାଇ ୩୫ ଲକ୍ଷ ଟଙ୍କା ଲୁଟ କରିଥିଲେ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଂଚଳର ସନ୍ତୋଷ ସାହୁ । ଉଭୟଙ୍କର ଏମ୍ସ ହସ୍ପିଟାଲରେ ଦେଖା ହୋଇଥିଲା। କିଛି ସମୟର ମିଳାମିଶା ଭିତରେ ଦୁହେଁ ବନ୍ଧୁ ହୋଇଥିଲେ । ପରେ ଅନଲାଇନ୍ ଗେମିଂ ଆପରେ ଟଙ୍କା ହରାଇଥିବା ଲୋକଙ୍କୁ ସାହାଯ୍ୟ କରିବାକୁ କହି ୩୫ ଲକ୍ଷ ଟଙ୍କା ଲୁଟି ନେଲେ । ଅଭିଯୁକ୍ତ ସନ୍ତୋଷ ସାହୁ ଜଣେ ଉଚ୍ଚ ଶିକ୍ଷିତ । ଡାଟା ସାଇନ୍ସରେ ସେ ଡିପ୍ଲୋମା କରିଛନ୍ତି । ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.