ରିଲିଜ୍‌ ହେଲା ‘ଟାଇଗର ୩’ ର ପ୍ରଥମ ଗୀତ, ଦେଖିବାକୁ ମିଳିଲା ସଲମାନ କ୍ୟାଟ୍ରିନାଙ୍କ ଜବରଦସ୍ତ କେମେଷ୍ଟ୍ରି

ଗୀତଟି ରିଲିଜ ହେବା ପର ଠାରୁ ଇଣ୍ଟରନେଟ୍‌ରେ ହଇଚଇ ସୃଷ୍ଟି କରିଛି । ଟାଇଗର ଜୋୟାଙ୍କ ଜବରଦସ୍ତ କେମେଷ୍ଟ୍ରିକୁ ଫ୍ୟାନ୍ସମାନେ ଖୁବ୍‌ ପସନ୍ଦ କରୁଛନ୍ତି । ଦମଦାର ମ୍ୟୁଜିକ ଏବଂ ଜୋରଦାର ଡାନ୍ସ ସହ ନଜର ଆସିଛି ଏହି ଗୀତ ।

ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ଜବରଦସ୍ତ କେମେଷ୍ଟ୍ରି ସହ ରିଲିଜ ହୋଇଛି ‘ଟାଇଗର ୩’ ର ପ୍ରଥମ ଗୀତ । ଫିଲ୍ମର ଟ୍ରେଲର୍‌ ରିଲିଜ ହେବା ପରଠାରୁ ‘ଟାଇଗର ୩’ ପାଇଁ ଫ୍ୟାନ୍ସମାନେ ଅତି ଉତ୍ସାହର ସହ ଅପେକ୍ଷା କରିଛନ୍ତି । ବର୍ତ୍ତମାନ ଫ୍ୟାନ୍ସଙ୍କ ଉତ୍ସାହକୁ ବଢାଇ ଫିଲ୍ମର ପ୍ରଥମ ଗୀତ ‘ଲେକେ ପ୍ରଭୁ କା ନାମ’ ରିଲିଜ ହୋଇଛି ।

ଗୀତଟି ରିଲିଜ ହେବା ପର ଠାରୁ ଇଣ୍ଟରନେଟ୍‌ରେ ହଇଚଇ ସୃଷ୍ଟି କରିଛି । ଟାଇଗର ଜୋୟାଙ୍କ ଜବରଦସ୍ତ କେମେଷ୍ଟ୍ରିକୁ ଫ୍ୟାନ୍ସମାନେ ଖୁବ୍‌ ପସନ୍ଦ କରୁଛନ୍ତି । ଦମଦାର ମ୍ୟୁଜିକ ଏବଂ ଜୋରଦାର ଡାନ୍ସ ସହ ନଜର ଆସିଛି ଏହି ଗୀତ । ଏହି ଗୀତକୁ ଅରିଜିତ୍‌ ସିଂ ଏବଂ ନିକିତା ଗାନ୍ଧୀ ଗାଇଥିବା ବେଳେ ଗୀତକୁ ଲେଖିଛନ୍ତି ଅମିତାଭ ଭଟ୍ଟାଚାର୍ଯ୍ୟ । ପ୍ରୀତମ ମ୍ୟୁଜିକ ପ୍ରଯୋଜନା ଦେଇଛନ୍ତି ।

ଆଦିତ୍ୟ ଚୋପ୍ରା ୟଶରାଜ ବ୍ୟାନର୍‌ ରେ ଏହି ଫିଲ୍ମକୁ ପ୍ରଡ୍ୟୁସ୍‌ କରିଛନ୍ତି । ୟଶରାଜ ଫିଲ୍ମ ସ୍ପାଇ ୟୁନିଭର୍ସର ଏହା ପଞ୍ଚମ ପିଲ୍ମ । ସଲମାନ ଓ କ୍ୟାଟ୍ରିନାଙ୍କ ବ୍ୟତୀତ ଏଥିରେ ଇମ୍ରାନ ହାସମି ଭିଲିଆନ ରୂପରେ ନଜର ଆସିବେ । ଏହାର ନିର୍ଦ୍ଦେଶନା ମନୀଷ ଶର୍ମା କରିଛନ୍ତି । ଏହି ଫିଲ୍ମର ବଜେଟ୍‌ ୫୮୦ କୋଟି ରଖାଯାଇଛି । ଚଳିତ ବର୍ଷ ଦୀପାବଳୀରେ ବକ୍ସ ଅଫିସ୍‌କୁ ଆସିବ ‘ଟାଇଗର ୩’ । ପୁଣି ଥରେ ଜମିବ ଟାଇଗର ଓ ଜୋୟାଙ୍କ ଯୋଡି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.