Below header

ଗ୍ରାଣ୍ଡସ୍ଲାମ ଓ୍ବିମ୍ବଲଡନ୍‌ ଫାଇନାଲ ଜିତିଲେ ନୋଭାକ୍‌ ଜୋକୋଭିକ୍‌, ନିଜ ନାମରେ କଲେ ୨୦ ତମ ଗ୍ରାଣ୍ଡସ୍ଳାମ

ଓ୍ବାର୍ଲଡ୍‌ ନମ୍ବର ଓ୍ବାନ୍‌ ସର୍ବିଆନ ଟେନିସ୍‌ ପ୍ଲେୟର ନୋଭାକ୍‌ ଜୋକୋଭିକ୍‌ ଗ୍ରାଣ୍ଡସ୍ଲାମ ଓ୍ବିମ୍ବଲଡନ୍‌ ଫାଇନାଲ ଜିଣିଛନ୍ତି । ରବିବାର ଫାଇନାଲରେ ସେ ଇଟାଲୀର ମେଟିଓ ବେରେଟିନିଙ୍କୁ ୬-୭, ୬-୪, ୬-୪, ୬-୩ରେ ହରାଇଛନ୍ତି। ଏହା ତାଙ୍କର ୬ ଓ୍ବିମ୍ବଲଡନ ଫାଇନାଲ୍‌ ହୋଇଥିବା ବେଳେ ୨୦ ତମ ଗ୍ରାଣ୍ଡସ୍ଳାମ।

ଏହାସହ ଜୋକୋଭିକ୍‌ ରୋଜର ଫେଡେରର ଏବଂ ରାଫେଲ ନାଡାଲଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି। ‌ପ୍ରଥମ ସେଟ୍‌ ଇଟାଲୀ ଖେଳାଳିଙ୍କ ନାଁରେ ରହିଥିଲା । ଏହା ପରେ ଜୋକୋଭିକ୍‌ ଦମଦାର ପ୍ରତ୍ୟାବର୍ତ୍ତନ କରିଥିଲେ। ଲଗାତାର ୩ଟି ସେଟ୍‌ରେ ନିଜ ନାଁରେ କରିଥିଲେ ନୋଭାକ୍‌। ସେ ୬-୪, ୬-୪, ୬-୩ରେ ଲଗାତାର ୩ଟି ସେଟ୍‌ ନିଜ ନାଁରେ କରିଥିଲେ।

ଏହା ପୂର୍ବରୁ ସେମିଫାଇନାଲ୍‌ରେ ଜୋକୋଭିକ୍‌ କାନାଡା ଖେଳାଳି ଡେନିସ୍‌ ସାପାଭାଲୋଭଙ୍କୁ ୭-୬(୩), ୭-୫, ୭-୫ରେ ପ୍ରତିଷ୍ଠିତ ଗ୍ରାଣ୍ଡସ୍ଲାମରେ ସପ୍ତମ ଥର ହରାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.