କିନ୍ନରଙ୍କୁ କେବେ ବି କରନ୍ତୁ ନାହିଁ ଏହିସବୁ ଜିନିଷ ଦାନ, ଘରୁ ଚାଲିଯିବ ସୁଖ ସମୃଦ୍ଧି

ଆମ ଦେଶରେ ବିବାହ, ପିଲା ଜନ୍ମ ଭଳି ସ୍ବତନ୍ତ୍ର ଉତ୍ସବରେ କିନ୍ନରମାନେ ଘରକୁ ଆସି ନାଚଗୀତ କରି ଦକ୍ଷିଣା ନେବାର ପରମ୍ପରା ରହିଥାଏ। ଏମିତି ମାଙ୍ଗଳିକ କାମ ଛଡା ଉତ୍ସବ ସମୟରେ ମଧ୍ୟ ସେମାନଙ୍କୁ ଦାନ ଦକ୍ଷିଣା ଦିଆଯାଏ। କୁହାଯାଏ, କିନ୍ନରଙ୍କ ଆଶୀର୍ବାଦ ବେଶ ଶୁଭ ହୋଇଥାଏ। ସେମାନଙ୍କ ଆଶୀର୍ବାଦ ପାଇବା ଦ୍ବାରା ଜୀବନ ସୁଖମୟ ହୁଏ। ତେଣୁ ସେମାନଙ୍କୁ ଦାନ ଦେବା ବେଳେ କୁଣ୍ଠା ବୋଧ କରିବା ଉଚିତ ନୁହେଁ। କିନ୍ତୁ କିଛି ଜିନିଷ ରହିଛି, ଯାହାକୁ କିନ୍ନର ମାନଙ୍କୁ ଦାନ କରିବା ଉଚିତ ନୁହେଁ। ଏମିତି କରିବା ଦ୍ବାରା ଘର ପରିବାର ଉପରେ ସଂକଟ ଆସିଥାଏ।

ତେବେ ଜାଣନ୍ତୁ କିନ୍ନରଙ୍କୁ କ’ଣ ଦାନ କରିବେ ନାହିଁ ;

ପ୍ଲାଷ୍ଟିକ ଏବଂ ଷ୍ଟିଲ ଜିନିଷ: କିନ୍ନରଙ୍କୁ ପ୍ଲାଷ୍ଟିକ ଜିନିଷ କେବେ ବି ଦିଅନ୍ତୁ ନାହିଁ। ଏମିତି କଲେ ଘରର ସଦସ୍ଯଙ୍କ ଉନ୍ନତି ହୁଏ ନାହିଁ। ଏହାଛଡା କେବେ ବି ଷ୍ଟିଲ ବାସନରେ ଦାନ କରନ୍ତୁ ନାହିଁ। ଏମିତି କଲେ ଘରୁ ସୁଖ ଶାନ୍ତି ଶେଷ ହେବା ସହିତ ଦାରିଦ୍ରତା ବଢିଥାଏ।

ଝାଡୁ ଏବଂ ତେଲ: କିନ୍ନରଙ୍କୁ କେବେ ବି ଝାଡୁ ଦାନ କିମ୍ବା ତେଲ ଦାନ କରିବା ଉଚିତ ନୁହେଁ। ଏମିତି କଲେ ଲକ୍ଷ୍ମୀ ରୋଷ କରିବା ସହିତ ଘରେ ସଂକଟ ଆସିଥାଏ।

ପୁରୁଣା କପଡା: କିନ୍ନରଙ୍କୁ ସାଧାରଣତଃ ଚାଉଳ, ପଇସା, କପଡା ଦିଆଯାଏ କିନ୍ତୁ ସବୁବେଳେ କପଡା ଦାନ କରିବା ସମୟରେ ନୂଆ କପଡା ଦାନ କରନ୍ତୁ। ପୁରୁଣା କପଡା ଦିଅନ୍ତୁ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.