Below header

ଅଗଷ୍ଟ ୧୫ ପୂର୍ବରୁ ବଡ଼ ଆକ୍ରମଣ ପାଇଁ ଯୋଜନା କରିଥିଲେ ଆତଙ୍କବାଦୀ

ଉତ୍ତରପ୍ରଦେଶ ଏଟିଏସ୍‌କୁ ରବିବାର ମିଳିଛି ବଡ଼ ସଫଳତା । ରାଜଧାନୀ ଲକ୍ଷ୍ନୌରେ ଏଟିଏସ୍‌ ଟିମ୍‌ ଚଢ଼ଉ କରି ଆତଙ୍କବାଦୀ ସଙ୍ଗଠନ ଅଲକାଏଦାର ଦୁଇଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି । ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଏହି ସନ୍ଦିଗ୍ଧ ଆତଙ୍କୀଙ୍କ ଟାର୍ଗେଟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଭାରତୀୟ ଜନତା ପାର୍ଟିର ପ୍ରଦେଶ ଅଧ୍ୟକ୍ଷ ସ୍ୱତନ୍ତ୍ର ଦେବ ସିଂହ, ସଂଗଠନ ସମ୍ପାଦକ ସୁନୀଲ ବଂଶଲଙ୍କ ସମେତ ଅନେକ ନେତା ଥିଲେ ବୋଲି ଜଣାପଡ଼ିଛି । ଏମାନେ ଅଗଷ୍ଟ ୧୫ ପୂର୍ବରୁ ବିଭିନ୍ନ ସହରରେ ବଡ଼ ଆକ୍ରମଣ ଯୋଜନା ରଖିଥିଲେ। ଏହା ସହିତ ଆତଙ୍କବାଦୀଙ୍କ ନିକଟରେ ବ୍ୟାପକମାତ୍ରାରେ ବିସ୍ଫୋରକ ସାମଗ୍ରୀ ଥିଲା । ସେମାନେ ପ୍ରେସରକୁକର ବୋମା ମଧ୍ୟ ରଖିଥିଲେ । ଏହା ପରେ ଦେଶର ଏକାଧିକ ରାଜ୍ୟରେ ପୋଲିସ ଓ ସୁରକ୍ଷା ସଂସ୍ଥା ଆତଙ୍କବାଦୀଙ୍କ ଉପରେ ସର୍ଜିକାଲ ଷ୍ଟ୍ରାଇକ କରିଛନ୍ତି ।

ଆଇବି, ଏଟିଏସ୍‌ ଏବଂ ଗୁଇନ୍ଦା ଟିମ୍‌ ଏବେ ଏହି ସନ୍ଦିଗ୍ଧଙ୍କୁ ପଚରାଉଚୁରା ଚଳାଇଛି । ଉତ୍ତରପ୍ରଦେଶର ଦୁବ୍‌ଗା, ଚୌକ ଏବଂ ମଲିହାବାଦ ଅଞ୍ଚଳକୁ ସିଲ୍‌ କରାଯାଇଛି । ଏହି ଆତଙ୍କବାଦୀଙ୍କଠାରୁ ଅନେକ ପରିମାଣରେ ବିସ୍ଫୋରକ ଜବତ କରାଯାଇଛି । ଉତ୍ତରପ୍ରଦେଶ ଡିଜିି ମୁକୁଲ ଗୋୟଲ ଲକ୍ଷ୍ନୌ ସହିତ ପୁରା ରାଜ୍ୟରେ ହାଇଆଲର୍ଟ କରିଛନ୍ତି । ଏବଂ ଜମ୍ମୁ-କଶ୍ମୀରରୁ ଆରମ୍ଭ କରି ଦେଶର ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଅଂଚଳରେ ବଡ଼ଧରଣର ଅପରେଶନ ଆରମ୍ଭ ହୋଇଯାଇଛି । ଆତଙ୍କବାଦୀଙ୍କ ଚେର ବାଂଲାଦେଶରୁ ଲମ୍ବିଥିବା ଜଣାଯାଇଛି । ଦିଲ୍ଲୀ, ପଂଜାବ, ଉତ୍ତର ପ୍ରଦେଶ ଓ ପଶ୍ଚିମବଙ୍ଗରେ ସୁରକ୍ଷା ସଂସ୍ଥା ଅପରେଶନକୁ ତୀବ୍ର କରିଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.