Below header

ରଥାରୁଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ, ସାଙ୍ଗରେ ଥିଲେ ୬ ଅନୁଗାମୀ

ପୁରୀ(କେନ୍ଯୁଜ୍): ଆଜି ରଥଯାତ୍ରା । ଏହି ଅବସରରେ ଆଜି ସକାଳୁ ସମସ୍ତ ନୀତିକାନ୍ତି ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହୋଇଥିଲା ସକାଳ ସାଢ଼େ ୮ଟାରୁ ପହଣ୍ଡି ଆରମ୍ଭ କରାଯିବାର ଥିଲା । କିନ୍ତୁ ନୀତିଗୁଡ଼ିକ ଶୀଘ୍ର ଶେଷ ହୋଇଯାଇଥିବାରୁ ନିର୍ଦ୍ଧାରିତ ସମୟ ପୂର୍ବରୁ ପହଣ୍ଡି ଆରମ୍ଭ ହୋଇଯାଇଥିଲା । ସେହିପରି ପହଣ୍ଡି ପୂର୍ବାହ୍ନ ସାଢ଼େ ୧୧ଟାରେ ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଥିଲେ ବି ନିର୍ଦ୍ଧାରିତ ସମୟର ଦେଢ଼ ଘଣ୍ଟା ପୂର୍ବରୁ ଶେଷ ହୋଇଛି । ସକାଳ ୧୦ ପୂର୍ବରୁ ମହାପ୍ରଭୁଙ୍କୁ କରାଯାଇଛି ରଥାରୁଢ଼ ।

ତେବେ ତିନି ଠାକୁର ରଥାରୁଢ଼ ହେବା ପରେ, ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ଶ୍ରୀଜିଉମାନଙ୍କୁ ରଥ ଉପରେ ଦର୍ଶନ କରିଛନ୍ତି । ୬ ଅନୁଗାମୀଙ୍କ ସହ ରଥାରୁଢ ଠାକୁରଙ୍କୁ ଦର୍ଶନ କଲେ ଶଙ୍କରାଚାର୍ଯ୍ୟ । ସୂଚନାଯୋଗ୍ୟ, ରଥ ଉପରେ ଶ୍ରୀଜିଉମାନଙ୍କୁ ଦର୍ଶନ କରିବା ପାଇଁ ଗତକାଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସେବାୟତ ଓ ମୁଖ୍ୟ ପ୍ରଶାସକ ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.