ନ୍ୟାଚୁରାଲ ଫ୍ୟାଟ୍‌ କଟର ଭାବେ କାମ କରେ ଗୁଡ-ଲେମ୍ବୁ ପାଣି, ଜାଣନ୍ତୁ କ’ଣ ମିଳେ ଲାଭ

ଓଜନ କମ୍ କରିବା ପାଇଁ ନିୟମିତ ବ୍ୟାୟାମ ସହିତ ପୁଷ୍ଟିକର ଖାଇବା ମଧ୍ୟ ନିତାନ୍ତ ଜରୁରୀ। କିନ୍ତୁ ଆଜିକାଲି ଆମ ପାଖରେ ସମୟ ଅଭାବ ଯୋଗୁଁ ଏପରି କରିବା ସମ୍ଭବ ହେଉନାହିଁ। ଏମିତିରେ ଓଜନ ବଢିବା ସାଧାରଣ କଥା। ଏମିତିରେ ଯଦି ଆପଣ ଓଜନକୁ ନେଇ ଚିନ୍ତିତ ରହିଥାନ୍ତି, ତେବେ ଆପଣ ଲେମ୍ବୁ ଏବଂ ଗୁଡରେ ଏମିତି ଡ୍ରିଙ୍କ ପ୍ରସ୍ତୁତ କରି ପିଅନ୍ତୁ, ଯାହା ଆପଣଙ୍କ ଫ୍ଯାଟ୍ କଟର ଭଳି କାମ କରିବ। ତେବେ ଜାଣନ୍ତୁ କେମିତି ବନାଇବେ ଏହି ଡ୍ରିଙ୍କ।

ଆବଶ୍ଯକୀୟ ସାମଗ୍ରୀ: ଗୁଡ, ଲେମ୍ବୁ, ପାଣି

ପ୍ରଥମେ ଏକ ଗ୍ଲାସରେ ଅଳ୍ପ ଉଷୁମ ପାଣିରେ ଏକ ଚାମଚ ଗୁଡକୁ ଭଲଭାବେ ମିଶାଇ ଦିଅନ୍ତୁ। ଏବେ ଏହି ଗ୍ଲାସରେ ଏକ ଚାମଚ ଲେମ୍ବୁ ଜୁସ ମଧ୍ୟ ମିଶାଇ ଦିଅନ୍ତୁ। ଦୁଇଟି ଯାକ ଜିନିଷକୁ ଭଲ ଭାବେ ମିଶାଇବା ପରେ ସକାଳୁ ଖାଲିପେଟରେ ପିଅନ୍ତୁ। ଦେଖିବେ ଚମତ୍କାର ଭାବେ ଲାଭ ମିଳିବ।

ଫାଇଦା: ଗୁଡରେ ମିନେରାଲ୍ସ, ଫାଇବର, କାର୍ବୋହାଇଡ୍ରେଟ୍ ଏବଂ ପ୍ରୋଟିନ ଭଳି ପୋଷକ ତତ୍ତ୍ବ ରହିଥାଏ। ଯାହା ଓଜନ କମ କରିବାରେ ବେଶ ସହାୟକ ହୋଇଥାଏ। ଗୁଡରେ ଥିବା ଫାଇବର ପାଚନରେ ସହାୟତା କରି ପାଚନ ତନ୍ତ୍ରକୁ ଭଲଭାବେ କାମ କରିବାକୁ ପାଇଁ ସାହାଯ୍ଯ କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.