Below header

ଆଜି ମୁହାଁମୁହିଁ ହେବେ ସନ୍‌ରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ, ବିଜୟଧାରା ଫେରିବାକୁ ଲକ୍ଷ୍ୟ ରଖିବ ରାଜସ୍ଥାନ

ଆଇପିଏଲ୍ ୨୦୨୦ର ୨୬ତମ ମ୍ୟାଚରେ ଆଜି ମୁହାଁମୁହିଁ ହେବେ ସନ୍‌ରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ। ଶେଷ ମ୍ୟାଚରେ କିଙ୍ଗ୍ସ ଏକାଦଶ ପଞ୍ଜାବକୁ ହରାଇବା ପରେ ସନ୍‌ରାଇଜର୍ସର ମନୋବଳ ଦୃଢ ରହିଛି। ରାଜସ୍ଥାନ ରୟାଲ୍ସ କ୍ରମାନ୍ୱୟରେ ୪ଟି ମ୍ୟାଚରେ ପରାଜିତ ହୋଇ ଚାପରେ ରହିଛି । ତେଣୁ ଆଜି ମ୍ୟାଚ୍ ଜରିଆରେ ଦଳ ବିଜୟଧାରାକୁ ଫେରିବା ଲକ୍ଷ୍ୟରେ ରହିବ ରାଜସ୍ଥାନ। ଆଜି ଦୁଇଟି ମ୍ୟାଚ ଥିବା ବେଳେ ପ୍ରଥମ ମ୍ୟାଚରେ ଏହି ଦୁଇ ଦଳ ୩.୩୦ରେ ମୁହାଁମୁହିଁ ହେବେ।

ସ୍ମିଥ୍ଙ୍କ ରୟାଲ୍ସ ଦଳ ପ୍ରଥମ ୨ଟି ଯାକ ମ୍ୟାଚରେ ବିଜୟୀ ହୋଇଥିଲା। ଏହାପରେ ଦଳ ୪ଟି ଯାକ ମ୍ୟାଚରେ ପରାଜୟର ସମ୍ମୁଖୀନ ହୋଇଥିଲା। ଓପନିଂ ଯୋଡ଼ି ଚୂଡ଼ାନ୍ତ ହୋଇପାରିନି। ଆଜି ଯଶସ୍ୱୀ ଜୈସ୍ୱାଲଙ୍କ ସ୍ଥାନରେ ରବିନ ଉଥପ୍ପାଙ୍କୁ ଓପନିଂ ସୁଯୋଗ ମିଳିପାରେ।

ୱାର୍ଣ୍ଣରଙ୍କ ସନ୍‌ରାଇଜର୍ସ ୬ଟି ମ୍ୟାଚ୍ରୁ ୩ଟିରେ ବିଜୟୀ ହୋଇଛି। ଶେଷ ମ୍ୟାଚରେ ଦଳ କିଙ୍ଗ୍ସ ଏକାଦଶ ପଞ୍ଜାବକୁ ୬୯ରନ୍ରେ ପରାସ୍ତ କରିଥିଲା । ୱାର୍ଣ୍ଣର ଓ ଜନି ବେୟାରଷ୍ଟୋ ଜବରଦସ୍ତ ଫର୍ମରେ ରହିଛନ୍ତି । ମଧ୍ୟଭାଗ ବ୍ୟାଟ୍ସମ୍ୟାନ୍ଙ୍କ ଫର୍ମ ଚିନ୍ତାଜନକ ରହିଛି । ଆଜି ସନ୍‌ରାଇଜର୍ସ ବ୍ୟାଟିଂ ବିଭାଗ ଓ ରସିଦ୍ଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ।

ipl match

ସମ୍ଭାବ୍ୟ ରାଜସ୍ଥାନ ରୟାଲ୍ସ: ଜୋସ୍ ବଟଲର, ଷ୍ଟିଭେନ୍ ସ୍ମିଥ୍ (ଅଧିନାୟକ), ସଞ୍ଜୁ ସାମସନ୍, ରବିନ୍ ଉଥପ୍ପା, ରିୟାନ୍ ପରାଗ/ମନନ ଭୋରା, ରାହୁଲ ତେୱାତିଆ, ଶ୍ରେୟାସ ଗୋପାଲ, ଟମ୍ କୁରାନ, ଜୋଫ୍ରା ଆର୍ଚର, ଜୟଦେବ ଉନାକାତ୍, ଅଙ୍କିତ୍ ରାଜପୁତ୍।

ସମ୍ଭାବ୍ୟ ସନରାଇଜର୍ସ ହାଇଦ୍ରାବାଦ: ଡେଭିଡ ଓ୍ଵାର୍ଣ୍ଣର, ଜନି ବେୟାରଷ୍ଟୋ, ମନିଷ ପାଣ୍ଡେ, ବିଜୟ ଶଙ୍କର, ମହମ୍ମଦ ନବି, ପ୍ରିୟମ ଗର୍ଗ, ଅଭିଷେକ ଶର୍ମା, ରସିଦ ଖାନ, ଭୁବନେଶ୍ୱର କୁମାର, ସନ୍ଦୀପ ଶର୍ମା, ଟି ନଟରାଜନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.