Below header

ଅଧାରେ ଅଟକିଲା ମ୍ୟାଚ, ଶେନ ଓ୍ଵାର୍ଣ୍ଣଙ୍କୁ ଦିଆଗଲା ଶ୍ରଦ୍ଧାଞ୍ଜଳି : ଦେଖନ୍ତୁ ଭିଡିଓ

ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚରେ ସମୟରେ ମ୍ୟାଚକୁ ଅଧାରେ ଅଟକାଇ ଦିଗଂଗତ ସ୍ପିନର ଶେନ ଓ୍ଵାର୍ଣ୍ଣଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ମ୍ୟାଚର ପ୍ରଥମ ଦିନ ଖେଳରେ ୨୩ ଓଭର ପରେ ହଠାତ କିଛି ସମୟ ପାଇଁ ଖେଳ ବନ୍ଦ କରିଦିଆଯାଇଥିଲା । ନିକଟରେ ପ୍ରାଣ ହରାଇଥିବା ଶେନ ୱାର୍ଣ୍ଣଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଏହି ମ୍ୟାଚକୁ ଅଧାରୁ କିଛି ସମୟ ପାଇଁ ବନ୍ଦ କରାଯାଇଥିଲା ।

ଏହି ସମୟରେ ଶେନ ୱାର୍ଣ୍ଣଙ୍କୁ ନେଇ ଏକ ଭିଡିଓ ବଡ ସ୍କ୍ରିନରେ ପ୍ଲେ କରାଯାଇ ୱାର୍ଣ୍ଣଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ମ୍ୟାଚର ୨୩ ସେକେଣ୍ଡ ୱାର୍ଣ୍ଣଙ୍କ ପାଇଁ ଉତ୍ସର୍ଗ କରାଯାଇଥିଲା । ତେବେ ଏହି ସମୟରେ ସମସ୍ତ ଖେଳାଳିଙ୍କ ସମେତ ଦର୍ଶକ ମଧ୍ୟ ଠିଆ ହୋଇ ୱାର୍ଣ୍ଣଙ୍କୁ ମନେ ପକାଇଛନ୍ତି । ଏହି ଭିଡିଓର ଟାଇଟଲ ଥିଲା ରିମେମ୍ବରିଂ ଶେନ ୱାର୍ଣ୍ଣ ।


ଶେନ ୱାର୍ଣ୍ଣ ୨୩ ନମ୍ବର ଜର୍ସି ପିନ୍ଧି ଖେଳୁଥିବାରୁ ଆଜି ମ୍ୟାଚର ୨୩ ଓଭର ପରେ ୨୩ ସେକେଣ୍ଡ ପାଇଁ ୱାର୍ଣ୍ଣଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । କ୍ରିକେଟ ପ୍ରତି ୱାର୍ଣ୍ଣଙ୍କ ଅତୁଳନୀୟ ଯୋଗଦାନ ପାଇଁ ଦ ସ୍କାଏ ସ୍ପୋର୍ଟସ କମେଣ୍ଟ୍ରି ବକ୍ସର ନାମ ପରିବର୍ତ୍ତନ କରାଯାଇ ଶେନ ୱାର୍ଣ୍ଣ କମେଣ୍ଟ୍ରି ବକ୍ସ ରଖାଯାଇଛି । ଏହି ମ୍ୟାଚରେ ନ୍ୟୁଜିଲାଣ୍ଡର ପ୍ରଥମ ଇଂନିସ ୧୩୨ ରନରେ ଅଲଆଉଟ୍‌ ହୋଇଥିଲା।

ଗତ ମାର୍ଚ୍ଚ ୪ ତାରିଖରେ ଶେନ ଓ୍ଵାର୍ଣ୍ଣଙ୍କର ନିଧନ ଥାଇଲାଣ୍ଡରେ ହୋଇଥିଲା। ଛୁଟି କାଟିବା ପାଇଁ ଥାଇଲାଣ୍ଡର ଏକ ହୋଟେଲରେ ରହିଥିଲେ। ମାତ୍ର ୫୨ ବର୍ଷ ବୟସରେ ହୃଦଘାତ ହେବା ଯୋଗୁଁ ତାଙ୍କ ବିୟୋଗ ଗତକାଲି ହୋଇଛି। ଶେନ ୱାର୍ଣ୍ଣ ଥାଇଲାଣ୍ଡର ସାମୁଇ ଠାରେ ଏକ ଭିଲ୍ଲାରେ ଥିବା ବେଳେ ତାଙ୍କୁ ହୃଦଘାତ ହୋଇଥିଲା। ସୂଚନାଯୋଗ୍ୟ, ଶେନ ଓ୍ଵାର୍ଣ୍ଣ ନିଜ ନାମରେ ୭୦୮ଟି ଟେଷ୍ଟ ଓ୍ଵିକେଟ କରିଛନ୍ତି।

ଓ୍ଵାର୍ଣ୍ଣ ୧୯୯୨ ମସିହାରେ ନିଜର ଅନ୍ତର୍ଜାତୀୟ କ୍ରିକେଟ୍‌ କ୍ୟାରିୟର ଆରମ୍ଭ କରିଥିଲେ । ତେବେ ପ୍ରଥମ ବର୍ଷ ତାଙ୍କୁ ଖୁବ୍‌ ସଂଘର୍ଷ କରିବାକୁ ପଡ଼ିଥିଲା । କିନ୍ତୁ ଦ୍ୱିତୀୟ ବର୍ଷରୁ ସେ ନିଜର ବୋଲିଂରେ ଉନ୍ନତି ଆଣି ଅଷ୍ଟ୍ରେଲିଆ ଦଳକୁ ଜିତାଇବାରେ ମୁଖ୍ୟ ଭୂମିକା ନେଲେ । ସେହି ବର୍ଷ ଆସେସ୍‌ ସିରିଜ୍‌ରେ ଇଂଳଣ୍ଡ ଖେଳାଳି ମାଇକ୍‌ ଗ୍ୟାଟିଂଙ୍କୁ ଯେଉଁଭଳି ଭାବେ ଆଉଟ୍‌ କଲେ ସେହି ବଲ୍‌କୁ କୁହାଗଲା ‘ବଲ୍‌ ଅଫ୍‌ ଦି ସେଞ୍ଚୁରୀ’ । ୧୯୯୬ ଓ ୧୯୯୯ରେ ତାଙ୍କ ବୋଲିଂ ବଳରେ ଅଷ୍ଟ୍ରେଲିଆ ବିଶ୍ୱ ଚାମ୍ପିଅନ୍‌ ହୋଇ ପାରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.