ବିଶ୍ୱ ସାଇକେଲ ଦିବସ ଅବସରରେ ଟ୍ଵିନ୍ ସିଟିରେ ସାଇକ୍ଲୋଥୋନ୍
ଭୁବନେଶ୍ୱର(କେନ୍ୟୁଜ୍): ବିଶ୍ୱ ସାଇକେଲ ଦିବସ ଅବସରରେ ଟ୍ଵିନ୍ ସିଟିରେ ସାଇକ୍ଲୋଥୋନ୍। ସମଗ୍ର ବିଶ୍ୱକୁ ଘାରିଛି ଜଳବାୟୁ ପରିବର୍ତ୍ତନ ଓ ପ୍ରଦୂଷଣ ଚିନ୍ତା। ଏହାର ପ୍ରତିକାର ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଏଭଳି ସ୍ଥିତିରେ ଟ୍ଵିନ୍ସିଟିରେ ଆୟୋଜିତ ହୋଇଛି ସାଇକ୍ଲୋଥନ୍। ଭୁବନେଶ୍ୱର କିଟ୍ ବିଶ୍ୱବିଦ୍ୟାଳୟ ନିକଟରୁ ସାଇକ୍ଲୋଥନ୍ ବାହାରି ୧୦ କିଲୋମିଟର ଅତିକ୍ରମ କରି ଶିଶୁଭବନ ପର୍ଯ୍ୟନ୍ତ ଯାଇଥିଲା।
ଏହି ସାଇକ୍ଲୋଥନ୍ରେ ଅଭିନେତା ସିଦ୍ଧାନ୍ତ ମହାପାତ୍ର, ହକି ତାରକା ତଥା ପୂର୍ବତନ ସାଂସଦ ଦିଲୀପ ତିର୍କୀ ପ୍ରମୁଖ ଉପସ୍ଥିତ ଥିଲେ। ପଦ୍ମଶ୍ରୀ ଯୋଗ ସ୍ପୋର୍ଟସ ଅର୍ଗନାଇଜେସନ୍ ଓ ରୋଟାରୀ କ୍ଲବ କଟକର ମିଳିତ ସହଯୋଗରେ ସାଇକ୍ଲୋଥନ୍ର ଆୟୋଜନ କରାଯାଇତିଲା। କଟକ ଆନନ୍ଦ ଭବନଠାରୁ ଚୌଦ୍ୱାର ପର୍ଯ୍ୟନ୍ତ ସାଇକେଲ ଯାତ୍ରା ଯାଇଥିଲା।