Below header

ପୂର୍ବତନ ଟେଷ୍ଟ ଖେଳାଳି ଓ୍ଵାସିମ ଜାଫର ଓଡ଼ିଶା କ୍ରିକେଟ୍‌ ଟିମ୍‌ର ନୂଆ କୋଚ୍‌

କଟକ : ମୁମ୍ବାଇର ପୂର୍ବତନ କ୍ରିକେଟର୍‌ ଓ୍ଵାସିମ ଜାଫର ଓଡ଼ିଶା କ୍ରିକେଟ୍‌ ଟିମ୍‌ର କୋଚ୍‌ ନିଯୁକ୍ତ ହୋଇଛନ୍ତି । ତାଙ୍କୁ ୨୦୨୧ରୁ ୨୦୨୩ ପର୍ଯ୍ୟନ୍ତ ସିନିୟର ଟିମ୍‌ର ଦାୟିତ୍ୱ ଦିଆଯାଇଛି । ଆଜି ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ ତରଫରୁ ଏହି ସୂଚନା ଦିଆଯାଇଛି ।

ଜାଫର ଏହା ପୂର୍ବରୁ ବାଂଲାଦେଶ ଦଳ ଏବଂ ଆଇପିଏଲ୍‌ରେ କିଙ୍ଗସ ପଞ୍ଜାବ ଏକାଦଶର ବ୍ୟାଟିଂ କୋଚ୍‌ ଥିଲେ । ସେହିପରି ଗତ ସିଜିନ୍‌ରେ ଉତ୍ତରାଖଣ୍ଡ ରଣଜୀ ଦଳର କୋଚ୍‌ ଦାୟିତ୍ୱ ନେଇଥିଲେ । ରଣଜୀ ଟ୍ରଫିରେ ସର୍ବାଧିକ ସ୍କୋର କରିଥିବା ଜାଫର ଏହି ପ୍ରତିଯୋଗିତାରେ ସର୍ବାଧିକ ୧୪୬ଟି ମ୍ୟାଚ୍‌ ଖେଳିବାର ରେକର୍ଡ଼ ମଧ୍ୟ କରିଛନ୍ତି ।

ସେ ପ୍ରଥମ ବ୍ୟାଟ୍‌ସମ୍ୟାନ୍‌ ଭାବେ ରଣଜୀ ଟ୍ରଫିରେ ୧୧ ହଜାର ରନ୍‌ ସ୍କୋର କରିବାର ଗୌରବ ଅର୍ଜନ କରିଛନ୍ତି । ମୁମ୍ବାଇ ଓ ବିଦର୍ଭ ତରଫରୁ ରଣଜୀ ଟ୍ରଫିରେ ଖେଳିଥିବା ଏହି ଖେଳାଳି ୩୧ଟି ଟେଷ୍ଟ ଓ ୨ଟି ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି ।

ଆସନ୍ତା ୨୫ ତାରିଖରୁ ଘରୋଇ କ୍ରିକେଟ ଆରମ୍ଭ ହେବା ନେଇ ଓସିଏ ଘୋଷଣା କରିଛି । ୧୬ ଓ ୧୯ ବର୍ଷରୁ କମ୍‌ ବର୍ଗରେ ଘରୋଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ । ୧୬ ବର୍ଷରୁ କମ୍‌ କ୍ରିକେଟରେ ୩୬ଟି ଓ ୧୯ ବର୍ଷରୁ କମ୍‌ କ୍ରିକେଟରେ ୩୭ଟି ଟିମ୍‌ ରହିବେ । ଖେଳାଳି ଓ ଅନ୍ୟ ସଦସ୍ୟଙ୍କର କୋଭିଡ୍‌ ଆରଟିପିସିଆର ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଓସିଏ ସିଇଓ ସୁବ୍ରତ ବେହେରା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.