Below header

ବିଶ୍ଵକପ ଟ୍ରଫିଠାରୁ ଆଉ ଗୋଟିଏ ପାଦ ଦୂରରେ ଭାରତ, କିଏ ହେବ ଗେମ୍ ଚେଞ୍ଜର?

ବିଶ୍ଵକପ ଟ୍ରଫିଠାରୁ ଆଉ ଗୋଟିଏ ପାଦ ଦୂରରେ ଭାରତ । ୧୯୮୩, ୨୦୧୧ ପରେ ୨୦୨୩ରେ ତୃତୀୟ ଥର ଟିମ୍ ଇଣ୍ଡିଆ ବିଶ୍ୱବିଜେତା ହେବ ବୋଲି  କ୍ରିକେଟ ପଣ୍ଡିତ ପୂର୍ବାନୁମାନ କରୁଛନ୍ତି । କିଏ ହେବ ଫାଇନାଲରେ ଗେମ୍ ଚେଞ୍ଜର ? ରୋହିତ, ବିରାଟ କି ସାମି ନୁହନ୍ତି ଏଥର ଶ୍ରେୟସ ଆୟାର୍ ହୋଇପାରନ୍ତି ଗେମ୍ ଚେଞ୍ଜର।

୨୦୧୧ ବିଶ୍ୱବିଜୟୀ ଟିମ୍ ସଦସ୍ୟ ଗୌତମ ଗମ୍ଭୀର ଏହି ଅନୁମାନ କରିଛନ୍ତି । ମିଡିଲ ଅର୍ଡରରେ ଦଳ ପାଇଁ ଶ୍ରେୟସ ଟ୍ରମ୍ପ କାର୍ଡ ହେବେ ବୋଲି ସେ କହିଛନ୍ତି । ଶ୍ରେୟସ୍ ଚଳିତ ବିଶ୍ଵକପରେ ସର୍ବାଧିକ ରନ୍ କରିଥିବା ଖେଳାଳି ତାଲିକାର ସପ୍ତମ ସ୍ଥାନରେ ଅଛନ୍ତି । ୨ଟି ଶତକ ଓ ୩ଟି ଅର୍ଦ୍ଧଶତକ ସହ କରିଛନ୍ତି ମୋଟ ୫୨୬ ରନ୍ ।

ସଚିନ, ବିରାଟ ଓ ରୋହିତଙ୍କ ପରେ ଚତୁର୍ଥ ଖେଳାଳି ଭାବରେ ଶ୍ରେୟସ ୱାର୍ଲ୍ଡ କପର ଗୋଟିଏ ଏଡିସନରେ ୫୦୦ରୁ ଅଧିକ ରନ୍ କରିଛନ୍ତି । ତେଣୁ ମିଡ଼ିଲ୍ ଅର୍ଡରରେ ଜାମ୍ପା ଓ ମ୍ୟାକ୍ସୱେଲଙ୍କୁ ଖେଳିବାରେ ସେ ଗେମ୍ ଚେଞ୍ଜର ହେବେ ବୋଲି ଗୌତମ ଗମ୍ଭୀର କହିଛନ୍ତି । ବିଶ୍ଵକପ ପୂର୍ବରୁ ଭାରତ ଚାରି ନମ୍ବର ପାଇଁ ସଂଘର୍ଷ କରୁଥିଲା । ଶ୍ରେୟସ ଆହତ ସମସ୍ୟାରୁ ଫେରିବା ପରେ ଏହି ସ୍ଥାନରେ ଦଳ ପାଇଁ ଲକି ସାବ୍ୟସ୍ତ ହୋଇଛନ୍ତି ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.