Below header

ଅମାନିଆଙ୍କୁ ଟ୍ରାଫିକ ପୋଲିସ୍ ପକ୍ଷରୁ ଶକ୍ତ ଚଟକଣୀ: ୫୦ରୁ ଊର୍ଦ୍ଧ୍ଵ ଅମାନିଆଙ୍କ ଗାଡ଼ି ସିଜ୍

ଅମାନିଆଙ୍କୁ ଟ୍ରାଫିକ ପୋଲିସ ଶକ୍ତ ଚଟକଣୀ । ଗୋଟେ ଦିନରେ୫୦ ରୁ ଉର୍ଦ୍ଧ ଅମନିଆଙ୍କ ଗାଡ଼ି କୁ ଗିରଫ କରିଛନ୍ତି ଟ୍ରାଫିକ ପୋଲିସ୍ । ରଙ୍ଗ ରୁଟ, ଜେବ୍ରା କ୍ରସିଂକୁ ନ ମାନିବା, ବିକଟାଳ ଶବ୍ଦ ଯୁକ୍ତ ସାଇଲେନ୍ସର ପାଇପ, ହେଲମେଟ ନ ପିନ୍ଧିଥିବା ଲୋକଙ୍କ ଗାଡ଼ିକୁ ସିଜ୍ କରାଯାଇଛି ।

ଭୁବନେଶ୍ୱର(କେନ୍ୟୁଜ୍): ଅମାନିଆଙ୍କୁ ଟ୍ରାଫିକ ପୋଲିସ ଶକ୍ତ ଚଟକଣୀ । ଗୋଟେ ଦିନରେ ୫୦ ରୁ ଊର୍ଦ୍ଧ୍ଵ ଅମନିଆଙ୍କ ଗାଡ଼ି କୁ ଜବତ କରିଛନ୍ତି ଟ୍ରାଫିକ ପୋଲିସ୍ । ରଙ୍ଗ ରୁଟ, ଜେବ୍ରା କ୍ରସିଂକୁ ନ ମାନିବା, ବିକଟାଳ ଶବ୍ଦ ଯୁକ୍ତ ସାଇଲେନ୍ସର ପାଇପ, ହେଲମେଟ ନ ପିନ୍ଧିଥିବା ଲୋକଙ୍କ ଗାଡ଼ିକୁ ସିଜ୍ କରାଯାଇଛି ।

ଲଗାତାର ସଚେତନ କରିବା ସହ ସଚେତନ ବାର୍ତ୍ତା କୁ ଲୋକଙ୍କ ପାଖରେ ପହଞ୍ଚେଇବା ପରେ ମଧ୍ୟ କମୁନି ଅମାନିଆଙ୍କ ଉତ୍ପାତ । ଶେଷରେ ଆକ୍ସନ ମୁଡକୁ ଆସିଛି ଟ୍ରାଫିକ ପୋଲିସ୍ ।

ଯେଉଁ ମାନଙ୍କ ଗାଡ଼ିକୁ ସିଜ୍  କରାଯାଇଛି ସେମାନଙ୍କୁ ଟ୍ରାଫିକ ପୋଲିସ ପକ୍ଷରୁ ପିଆର ନମ୍ୱର ପ୍ରଦାନ କରାଯିବ । ତାହାକୁ ଦାଖଲ କରି ଫାଇନ ଭରି ନିଜ ଗାଡ଼ିକୁ ମୁକୁଳାଇ ପାରିବେ ଅମାନିଆ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.