‘ଟାଇଗର ୩’ର ସଫଳତା ଇଭେଣ୍ଟରେ ସଲମାନ ଖାନ କଲେ କିଛି ଏପରି, ଭାଇରାଲ ହେଉଛି ଭିଡିଓ

ସଲମାନ ଖାନ ଏବେ ଫିଲ୍ମ ‘ଟାଇଗର ୩’ର ସଫଳତାକୁ ଉପଭୋଗ କରୁଛନ୍ତି । ଏନେଇ ଶୁକ୍ରବାର ଦିନ ସୁପରଷ୍ଟାର ମୁମ୍ବାଇରେ ଏକ ପ୍ରେସ୍‌ ମିଟ୍‌ କରିଥିଲେ । ସେହି ସମୟରେ ସଲମାନ ଖାନ ଇମ୍ରାନ ହାସମିଙ୍କ ସହ ଏପରି କିଛି କରିଥିଲେ ଯେ କ୍ୟାଟ୍ରିନା ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଜୋରସୋର ଭାଇରାଲ ହେଉଛି ।

ସଲାମାନ ଖାନଙ୍କ ଲାଟେଷ୍ଟ ଫିଲ୍ମ ‘ଟାଇଗର ୩’ ସିନେମା ହଲ୍‌ରେ ହଇଚଇ ସୃଷ୍ଟି କରିଛି । ତେବେ ଫିଲ୍ମ ରିଲିଜ୍‌ ହେବାର ୬ ଦିନରେ ୨୦୦ କୋଟିରୁ ଅଧିକ କଲେକ୍ସନ୍‌ କରିଛି । ଏହା ସହ ସାରା ବିଶ୍ୱରେ ଫିଲ୍ମର କଲେକ୍ସନ୍‌ ୩୦୦ କୋଟିକୁ ଛୁଇଁଲାଣି । ସଲମାନ ଖାନ ଏବେ ଫିଲ୍ମ ‘ଟାଇଗର ୩’ର ସଫଳତାକୁ ଉପଭୋଗ କରୁଛନ୍ତି । ଏନେଇ ଶୁକ୍ରବାର ଦିନ ସୁପରଷ୍ଟାର ମୁମ୍ବାଇରେ ଏକ ପ୍ରେସ୍‌ ମିଟ୍‌ କରିଥିଲେ । ସେହି ସମୟରେ ତାଙ୍କ ସହ କ୍ୟାଟ୍ରିନା କୈଫ ଓ ଇମ୍ରାନ ହାସମି ମଧ୍ୟ ନଜର ଆସିଥିଲେ । ଏହି ତିନି ଜଣ ଷ୍ଟାର ଫିଲ୍ମକୁ ଏତେ ଭଲ ପାଇବା ଦେଇଥିବାରୁ ସମସ୍ତ ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇଲେ । ସେହି ସମୟରେ ସଲମାନ ଖାନ ଇମ୍ରାନ ହାସମିଙ୍କ ସହ ଏପରି କିଛି କରିଥିଲେ ଯେ କ୍ୟାଟ୍ରିନା ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଜୋରସୋର ଭାଇରାଲ ହେଉଛି ।

ଇଭେଣ୍ଟ ସମୟରେ ସଲମାନ ଖାନ କହିଛନ୍ତି ଯେ ଏହି ଫିଲ୍ମରେ କ୍ୟାଟ୍ରିନା ଅଛନ୍ତି ତେବେ ସେଥିପାଇଁ କିଛି ରୋମାନ୍ସ ଅଛି । ବାସ୍ତବରେ ସଲମାନ ମଜାରେ ଇମ୍ରାନଙ୍କୁ କିସ୍‌ କରୁଥିବାର ଦେଖିବା ପାଇଁ ମିଳିଛି । ସେହି ସମୟରେ କ୍ୟାଟ୍ରିନା ମଧ୍ୟ ସଲମାନଙ୍କ ଏପରି କାମରେ ଆଶ୍ଚର୍ଯ୍ୟ ହୋଇ ହସୁଥିବା ଦେଖିବାକୁ ମିଳିଥିଲା । ଏହା ସହ ସେଠାରେ ଥିବା ସମସ୍ତ ଲୋକମାନେ ମଧ୍ୟ ଜୋରରେ ହସିବା ପାଇଁ ଲାଗିଥିଲେ । ସେହି ଇଭେଣ୍ଟରେ ସଲମାନ ଖାନ ଇମ୍ରାନ ହାସମିଙ୍କୁ କିସ୍‌ କରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

 

View this post on Instagram

 

A post shared by Instant Bollywood (@instantbollywood)

ଫିଲ୍ମ ‘ଟାଇଗର ୩’ ହେଉଛି ଟାଇଗର ଫ୍ରାଞ୍ଚାଇଜ୍‌ର ତୃତୀୟ ଫିଲ୍ମ ଓ YRF ସ୍ପାଏ ୟୁନିଭର୍ସିଟିର ପଞ୍ଚମ ଫିଲ୍ମ । ଫିଲ୍ମ ‘ଟାଇଗର ୩’ରେ ସଲମାନ ଖାନ୍‌ ଏଜେଣ୍ଟ ଟାଇଗର ଓ କ୍ୟାଟ୍ରିନା କୈଫ ଜୋୟାଙ୍କ ଚରିତ୍ରରେ ନଜର ଆସିଛନ୍ତି । ଫିଲ୍ମରେ ଇମ୍ରାନ ହାସମି ଭିଲିଆନ୍‌ ରୋଲରେ ଫ୍ୟାନ୍ସଙ୍କୁ ସରପ୍ରାଇଜ୍‌ କରିଛନ୍ତି । ‘ଟାଇଗର ୩’ ରେ ଶାହାରୁଖ ଖାନ୍‌ ଓ ହ୍ରିତିକ ରୋଶନ ମଧ୍ୟ କାମ କରିଛନ୍ତି । ଏବେ ଫିଲ୍ମଟି ସିନେମା ହଲ୍‌ରେ ଧମାଲ କରୁଛି ଓ ଦର୍ଶକଙ୍କୁ ମଧ୍ୟ ବହୁତ ପସନ୍ଦ ଆସିଛି । ବର୍ତ୍ତମାନ ଦେଖିବାର ଅଛି ଫିଲ୍ମଟି ସିନେମା ହଲ୍‌ରେ କେତେ କଲେକ୍ସନ୍‌ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.