Below header

ଫାଇନାଲ ମ୍ୟାଚ୍ ପୂର୍ବରୁ ଭାରତୀୟ ବାୟୁସେନାର ସୂର୍ଯ୍ୟ କିରଣ ଟିମ୍ ଦେଖାଇବେ ଚମତ୍କାର ଏୟାର ସୋ

ଆସନ୍ତାକାଲି ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦେଖିବାକୁ ମିଳିବ ଚମତ୍କାର ଏୟାର ସୋ । ଭାରତୀୟ ବାୟୁସେନାର ସୂର୍ଯ୍ୟ କିରଣ ଟିମ୍ ଏଥିରେ ସାମିଲ ହେବେ । ଫାଇନାଲ ମ୍ୟାଚ୍ ପୂର୍ବରୁ ୧୦ ମିନିଟ୍ ପାଇଁ ଏହି ଏୟାର ସୋ ପ୍ରଦର୍ଶିତ ହେବ ।

ଅହମ୍ମଦାବାଦ: ଆସନ୍ତାକାଲି ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦେଖିବାକୁ ମିଳିବ ଚମତ୍କାର ଏୟାର ସୋ । ଭାରତୀୟ ବାୟୁସେନାର ସୂର୍ଯ୍ୟ କିରଣ ଟିମ୍ ଏଥିରେ ସାମିଲ ହେବେ । ଫାଇନାଲ ମ୍ୟାଚ୍ ପୂର୍ବରୁ ୧୦ ମିନିଟ୍ ପାଇଁ ଏହି ଏୟାର ସୋ ପ୍ରଦର୍ଶିତ ହେବ । ଷ୍ଟାଡିୟମରେ ମହାଲଢେଇ ଦେଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ମୋଦୀଙ୍କ ସହ ଅଷ୍ଟ୍ରେଲିଆର ଉପପ୍ରଧାନମନ୍ତ୍ରୀ ରିଚାର୍ଡ ମାର୍ଲ୍ସ ଉପସ୍ଥିତ ରହିବେ। ସେହିପରି ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ ଓ ଗୌତମ ଆଦାନୀ ମଧ୍ୟ ମ୍ୟାଚର ମଜା ନେବେ। ବଲିଉଡ ଅଭିନେତା ଅକ୍ଷୟ କୁମାର, ଅଜୟ ଦେବଗନ, ଅନୁଷ୍କା ଶର୍ମାଙ୍କ ସମେତ ବରିଷ୍ଠ ଫିଲ୍ମ ପ୍ରଯୋଜକ ରାଜାମୋଲି ମଧ୍ୟ ଫାଇନାଲ ଦେଖିବେ । ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଏବଂ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଗ୍ରାଉଣ୍ଡରେ ଉପସ୍ଥିତ ରହି ଟିମ ଇଣ୍ଡିଆର ଜୋଶ ବଢାଇବେ ।

ଏପଟେ ଫାଇନାଲ୍ ମ୍ୟାଚ୍ ଥିବାରୁ ଏବେ ହୋଟେଲ ଓ ବିମାନ ଟିକେଟର ମୂଲ୍ୟ ଆକାଶଛୁଆଁ ହୋଇଛି । ବେଙ୍ଗାଳୁରୁ-ଅହମଦାବାଦ ଟିକେଟ ମୂଲ୍ୟ ୩୩ ହଜାର ଟଙ୍କାରେ ପହଞ୍ଚିଛି । ସେହିପରି ହୋଟେଲ ଦର ୭ରୁ ୮ ଗୁଣା ବଢିଛି । ଫାଇଭ ଷ୍ଟାର ହୋଟେଲରେ ରହିବାକୁ ହେଲେ ଗୋଟିଏ ରାତିକୁ ୨ ଲକ୍ଷ ଟଙ୍କା ଦେବାକୁ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.