Below header

ଝାରସୁଗୁଡ଼ା: ବେଆଇନ କଫ୍ ସିରଫ୍ ଗ୍ୟାଙ୍ଗର ୫ ଗିରଫ, ୧୨ ଶହ ବୋତଲ କଫ୍ ସିରଫ୍ ଜବତ

ଝରାସୁଗୁଡ଼ା(କେନ୍ୟୁଜ୍):  ବେଆଇନ କଫ୍ ସିରଫ୍ ଚାଲାଣ କରୁଥିବା ଗ୍ୟାଙ୍ଗର ୫ ଜଣଙ୍କୁ ଧରିଛି ଝାରସୁଗୁଡ଼ା ପୋଲିସ । ସେମାନଙ୍କଠାରୁ ୧୨ ଶହ ବୋତଲ କଫ୍ ସିରଫ୍ ଜବତ ହୋଇଛି । ଗତକାଲି ବେହାରାମାଲରେ ଝାରସୁଗୁଡା ପୁଲିସ କୋଭିଡ ଏନଫୋର୍ସମେଣ୍ଟ ଡ୍ୟୁଟରେ ଥିବାବେଳେ ଏକ ବୋଲେରୋରେ ୭ ଜଣ ସମ୍ବଲପୁରକୁ ଯାଉଥିବା ବେଳେ ଗାଡିକୁ ଅଟକାଇଥିଲା ପୋଲିସ ।

ଯାଞ୍ଚ ବେଳେ କଫ୍ ସିରଫ ଭର୍ତ୍ତି ୧୦ଟି ବକ୍ସ ମିଲିଥିଲା । ଏହି ଘଟଣାରେ ୨ ଜଣ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳ ୫ ଜଣକୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତଙ୍କ ବିରୋଧରେ ପୂର୍ବରୁ ଝାରସୁଗୁଡା ଓ ସମ୍ବଲପୁର ଥାନାରେ ଏକାଧିକ ମାମଲା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.