ପପୁଲାର ମଡେଲ ସହ ଦମଦାର ଫିଚର୍ସରେ ଆସୁଛି ଏହି ୪ଟି ଗାଡ଼ି

ଅପ୍ରେଲରେ ଅନେକ କାର୍‌ କମ୍ପାନୀ ନିଜର ନୂଆ ମଡେଲର ଗାଡ଼ି ଲଞ୍ଚ କରିବାକୁ ଯାଉଛନ୍ତି। ଅପ୍ରେଲରେ ହୁଣ୍ଡାଇର ୭-ସିଟ୍‌ ର ଅଲ୍କାଜାର କାର୍‌ ର ରହିିଛି ସମସ୍ତଙ୍କ ଅପେକ୍ଷା। ଏହାର ଟିଜର-ପିକଚର୍ସ ଏବେ ମାର୍କେଟକୁ ଆସିଲାଣି। ତେବେ ଜାଣି ନିଅନ୍ତୁ ଅପ୍ରେଲରେ କେଉଁ କେଉଁ ଗାଡି ପପୁଲାର ମଡେଲ ସହ ଦମଦାର ଫିଚର୍ସରେ ଲଞ୍ଚ ହେବାକୁ ଯାଉଛି।

ହୁଣ୍ଡାଇ ଆଲ୍କାଜାର:
ହୁଣ୍ଡାଇ କମ୍ପାନୀ ନୂଆ ଲୁକରେ ନିଜର ଦମଦାର ଫିଚର ସହ ହୁଣ୍ଡାଇ ଆଲ୍କାଜାର ଲଞ୍ଚ କରିବାକୁ ଯାଉଛି। ଏଥିରେ ୭ଟି ସିଟ୍‌ ରହିଛି। ଏହି ଗାଡିଟି ୬ ଅପ୍ରେଲ ୨୦୨୧ରେ ଲଞ୍ଚ ହେବାକୁ ଯାଉଛି। ଏହାର ମୁକାବିଲା ମହିନ୍ଦ୍ରା ମରାଜୋ , ହେକ୍ଟର ପ୍ଲସ ଓ ଟାଟା ସଫାରୀ ସହ ହେବ। ନୂଆ SUVରେ ବ୍ଲୁଲିଙ୍କ କନେକ୍ଟଡ କାର ଟେକ୍ନୋଲୋଜି ସହ ଟଚସ୍କ୍ରିନ ଇନଫୋଟେନମେଣ୍ଟ ସିଷ୍ଟମ, ଫ୍ଲାଟ ବଟମ୍‌ ଷ୍ଟିୟରିଙ୍ଗ ହ୍ଵିଲ, ୩୬୦ ଡିଗ୍ରୀ କ୍ୟାମେରା, ପେନୋରମିକ ସନରୁଫ ବ୍ୟତୀତ ଅନ୍ୟ ଲାଟେଷ୍ଟ ସେଫ୍ଟି ଫିଚର୍ସ ମଧ୍ୟ ଉପଲବ୍ଧ। ଭାରତୀୟ ବଜାରରେ ଏହାର ଦାମ୍‌ ୧୪ ଲକ୍ଷରୁ ୨୦ଲକ୍ଷ ପର୍ଯ୍ୟନ୍ତ ରହିବ।

HYUNDAI09
pc: india car news

ସିଟ୍ରୋନ ସି୫ ଏୟାରକ୍ରସ:
ଫ୍ରେଞ୍ଚ କମ୍ପାନୀ ନିର୍ମାତା ନିଜର ପ୍ରଥମ କାର୍‌ ସିଟ୍ରୋନ ସି୫ ଏୟାରକ୍ରସ ଅପ୍ରେଲରେ ଲଞ୍ଚ କରିବାକୁ ଯାଉଛି। ଏଥିରେ ପ୍ରିମିୟମ ଫିଚର ରହିଛି। ଏହାସହ ଗୋଟେ ଇଞ୍ଜିନ ଅପସନ ୨.୦ ଲିଟର ଡିଜେଲ ପର୍ଯ୍ୟନ୍ତ ରହିଛି। ୮ ସ୍ପିଡର ଅଟୋମେଟିକ ଗିୟରବକ୍ସ ଅଛି। ଏହାର ଦାମ୍‌ ୨୫ଲକ୍ଷ ପର୍ଯ୍ୟନ୍ତ ରହିଛି।

ସ୍କୋଡା ଓକ୍ଟାଭିଆ:
ଏହାର ନୂଆ ମଡେଲ ଅପ୍ରେଲ ଶେଷ କିମ୍ବା ମେ’ର ପ୍ରଥମ ସପ୍ତାହରେ ଲଞ୍ଚ ହେବାକୁ ଯାଉଛି। ଏହାପୂର୍ବରୁ ସେପ୍ଟେମ୍ବର ମାସରେ ଏହାର ଲଞ୍ଚ କରାଯାଇଥିଲା। ଏଥିରେ ୨.୦ ଲିଟର ଟର୍ବୋ ପେଟ୍ରୋଲ ଇଞ୍ଜିନ ମିଳିବ, ଯାହା ୧୯୦ ପିଏସ ପାଓ୍ଵାରରେ ୩୨୦ ଏନଏମ୍‌ ଟ୍ରାକ ଦେବ। ଏହାର ଦାମ୍‌ ୧୯ ଲକ୍ଷ ଟଙ୍କା ରହିବାର ସମ୍ଭାବନା ରହିଛି।

HYUNDAI0908
PC: autocar india

ମାରୁତି ସୁଜୁକି ସେଲେରିଓ:
ମାରୁତି ସୁଜୁକି ନିଜର ପପୁଲାର ମଡେଲ ମାରୁତି ସୁଜୁକି ସେଲେରିଓର ନୂଆ ମଡେଲ ମାର୍କେଟରେ ଲଞ୍ଚ କରିବାକୁ ଯାଉଛି। ଏଥିରେ ୭.୦ଇଞ୍ଚର ସ୍ମାର୍ଟପ୍ଲେ ଷ୍ଟୁଡିଓ ଇନଫୋଟେନମେଣ୍ଟ ସିଷ୍ଟମ ରହିଛି ଯାହା ଆପଲ୍‌ କାରପ୍ଲେ ଏବଂ ଆଣ୍ଡ୍ରଏଡ ଅଟୋକୁ ସପୋର୍ଟ କରେ। ଏହାର ଦାମ୍‌ ଟାଟା ଟିଆଗୋ , ହୁଣ୍ଡାଇ i10 NIOS ଦାମ୍‌ ସହ ସମାନ ରହିବ ବୋଲି ସମ୍ଭାବନା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.